ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ଗ୍ରାମର ଖେଳ ପଡ଼ିଆରେ ହେଉଥିବା ପ୍ରଥମ ବହଳପଦର ପ୍ରିମିଅର ଲିଗ୍ କ୍ରିକେଟ ର ରବିବାର ଥିଲା ଦଶମ ଦିବସ। ରବିବାର ମ୍ୟାଚ୍ ଟି କିଙ୍ଗସ୍ ଏକାଦଶ ଓ ନଟରାଜ ଫାଇଟର ମଧ୍ୟରେ ହୋଇଥିଲା। ଏଥିରେ ନଟରାଜ ଫାଇଟର କୁ ହରାଇ କିଙ୍ଗସ୍ ଏକାଦଶ ବିଜୟୀ ହୋଇ ସେମି ଫାଇନାଲ ରେ ପ୍ରବେଶ କରିଛି। ନଟରାଜ ଫାଇଟର ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ରେ ୪ ଉଇକେଟ ହରାଇ ୧୨୪ ରନ କରିଥିଲା। ଦଳର ବୁବୁନ ନନ୍ଦ ୨୭ ବଲ ରୁ ୫୮ ରନ ଓ ଦେବାଶିଷ ଜଗଦଲା ୨୬ ରନ କରିଥିଲେ।ବିପକ୍ଷ କିଙ୍ଗସ୍ ଏକାଦଶ ର ଅନିଲ ଭୁକ୍ତା ୨ ଟା ଏବଂ ସୁମନ ସାହୁ ଓ ଜିତୁ ଭଏନା ଗୋଟିଏ ଲେଖାଏଁ ଉଇକେଟ ନେଇଥିଲେ। ଜବାବରେ କିଙ୍ଗସ୍ ଏକାଦଶ ଦଳ ୮.୧ ଓଭର ରେ ୨ ଉଇକେଟ ହରାଇ ୧୨୫ ରନ କରି ବିଜୟୀ ହୋଇଥିଲା। ଦଳର ଜିତୁ ଭଏନା ୧୭ ବଲ ରୁ ୫୮ ରନ ଓ ଦୀପକ ପ୍ରଧାନ ୨୦ ବଲ ରୁ ୩୧ ରନ କରିଥିଲେ। ବିପକ୍ଷ ନଟରାଜ ଫାଇଟର ଦଳର ମୁକେଶ ସେଠ ଓ ସନାତନ ମହାକୁର ଗୋଟିଏ ଲେଖାଏଁ ଉଇକେଟ ନେଇଥିଲେ। କିଙ୍ଗସ୍ ଏକାଦଶ ର ଜିତୁ ଭଏନା ଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ପୁରସ୍କୃତ କରାଯାଇଥିଲା । ମ୍ୟାଚ ରେ ସମ୍ବିତ ମାଝୀ ଓ ରାକେଶ ପ୍ରଧାନ ଅମ୍ପାୟାର ,ପ୍ରଣବ ନନ୍ଦ ସ୍କୋରର ଏବଂ ଲିକୁନ ସାହୁ ଅନଲାଇନ ସ୍କୋରିଙ୍ଗ କରିଥିଲେ।
ବହଲପଦର ପ୍ରିମିଅର ଲିଗ କ୍ରିକେଟ ରେ ନଟରାଜ ଫାଇଟର କୁ ହରାଇ କିଙ୍ଗସ୍ ଏକାଦଶ ସେମିରେ ପ୍ରବେଶ
