Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେଙ୍ଗାଲି ନିର୍ବାଚନ ମଣ୍ଡଳୀ-: ଯେଉଁ ଆଡେ ଦେଖିବ ନାଉରି ନାଏକ ।

ସମ୍ବଲପୁର.୨୦/୦୪ (ରମାକାନ୍ତ ବିଶ୍ୱାଳ)
୨୦୨୪ ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରାର୍ଥୀ ମାନଙ୍କର ଜନ ସମ୍ପର୍କ ଅଭିଯାନ ସହ ନିର୍ବାଚନୀ ପ୍ରଚାର ସେତିକି ଯୋର ଧରୁଛି। ଏହି କ୍ରମରେ ରେଙ୍ଗାଲି ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ନାଉରି ନାଏକଙ୍କ ଜନ ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମ ମଧ୍ଯ ଯୋର ଧରିଛି। ନିର୍ବାଚନ ମଣ୍ଡଳୀର ଯେଉଁ ଆଡେ ଦେଖିବ ନାଉରି ନାଏକଙ୍କୁ ଲୋକେ ଆଦରି ନେଉଥିବା ଦେଖିବାକୁ ମିଲୁଛି। ଏହି ପରିପେକ୍ଷିରେ ଶୁକ୍ରବାର ନିର୍ବାଚନ ମଣ୍ଡଳୀର ସାଳଡ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଇବ ସେତୁ ନିକଟରରେ ଏକ ଜନ ସମ୍ପର୍କ ଅଭିଯାନ ସହ ନାରୀଶକ୍ତି ବନ୍ଦନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ସଂଖ୍ଯାଧିକ ଯୁବକ ବିଜେପିରେ ଯୋଗ ଦେଇ ନାଉରି ନାଏକଙ୍କ ହାତ ମୁଠାକୁ ଟାଣ କରିବାକୁ ସପଥ ନେଇଛନ୍ତି।ଦଳ ପକ୍ଷରୁ ଏହି କର୍ମୀମାନଙ୍କୁ ବିଜେପିର ଉତରିୟ ଦେଇ ସମ୍ମାନିତ କରାଯାଇଛି। ଯୁବ ନେତା ଉତ୍ତମ ବିଶ୍ବାଳଙ୍କ ଆୟୋଜନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷ ଅଂଶ ଗ୍ରହଣ କରିଥିବା ବେଲେ ମଞରେ ବିଧାୟକ ପ୍ରାର୍ଥୀ ନାଉରି ନାଏକ, ରେଙ୍ଗାଲି ମଣ୍ଡଳ ସଭାପତି ନବୀନ ପଧାନ, ବିଜେପିର ବରିଷ୍ଠ ପଦାଧିକାରୀ ରାଧେଶ୍ୟାମ ବାରିକ, ରାମଚନ୍ଦ୍ର ମେହେର, ଆଶିଷ ହୋତା,ସରପଞ୍ଚ ସରୋଜ ମେହେର,ଯୁଗଳ କିଶୋର ଅଗ୍ରୱାଲ, ଅଜିତ ଅଗ୍ରୱାଲ ପ୍ରମୁଖଙ୍କ ସହ ସଂଖ୍ୟାଧିକ ବିଜେପି କର୍ମୀ ଉପସ୍ଥିତ ଥିଲେ।
ସମ୍ବଲପୁର.୨୦/୦୪
(ରମାକାନ୍ତ ବିଶ୍ୱାଳ)

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ