Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୁଯୋମୁରା,ମାନେଶ୍ୱର ବ୍ଲକ୍ ରେ ବିଜେଡିର ରଣ କୌଶଳ:ମିଳିତ ଯୁଦ୍ଧରେ ସାମିଲ ହେଲେ ବବି,ପ୍ରଶନ୍ନ,ରୋହୀତ

ସମ୍ବଲପୁର:ଯୁଯୋମୁରା ବ୍ଳକର ଭୀମଖୋଜ ଓ ମାନେଶ୍ୱର ବ୍ଲକ୍ ର ଧମା ଠାରେ ବିଜେଡିର ନିର୍ବାଚନ ରଣ କୌଶଳ ଆରମ୍ଭ ହୋଇ ଏକାଠି ହୋଇଛନ୍ତି ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାଶ ଓ ରେଢାଖୋଲ ବିଧାୟକ ପ୍ରାର୍ଥୀ ପ୍ରଶନ୍ନ ଆଚାର୍ଯ୍ୟ।ଏଥିରେ ସାଥି ଦେଇଛନ୍ତି ସମ୍ବଲପୁର ବିଧାନସଭା ପ୍ରାର୍ଥୀ ଇଂ.ରୋହୀତ ପୂଝାରୀ।ସେମାନେ ମିଳିତ ସ୍ୱରରେ ଯୋଡି ଶଙ୍ଖରେ ୨ ଥର ଭୋଟ ଦେବାକୁ କହିଥିଲେ।ଏହି ଅବସର ରେ ଆୟୋଜିତ କର୍ମୀ ସମ୍ମିଳନୀରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ମିଶ୍ରଣ ପର୍ବରେ ଯୁଯୋମୁରା ବ୍ଳକର ଜୟନ୍ତପୁର, ନୂଆବରଙ୍ଗାମାଲ,ଲିପିଣ୍ଡା ପଞ୍ଚାୟତର ବହୁ କର୍ମୀ ତଥା ଲୋକ ବିଜେଡିରେ ଯୋଗ ଦେଇଥିଲେ। ବିଜେଡି ଯୁଯୋମୁରା ବ୍ଳକ ସଭାପତି ବିନୋଦ ବଡ଼ପଣ୍ଡା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜେଡି ରାଜ୍ୟ ସାଂଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ,ପ୍ରଶନ୍ନ ଆଚାର୍ଯ୍ୟ,ଇଂ.ରୋହୀତ ପୂଝାରୀ,ଜିଲ୍ଲା ପରିଷଦ ଉପ ସଭାପତି ମାଧବ ମିର୍ଦ୍ଧା,ଜିଲ୍ଲା ପରିଷଦ ସଭ୍ୟା କବିତା ସାହୁଙ୍କ ସମେତ ବହୁ ବରିଷ୍ଠ ବିଜେଡ଼ି ପଦାଧିକାରୀ ଓ ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାର ବିଜେଡି ସମର୍ଥିତ ବହୁ ନିର୍ବାଚିତ ପ୍ରତିନିଧି ଉପସ୍ଥିତ ଥିଲେ। ଏହି ଅବସରରେ ଦଳରେ ଯୋଗ ଦେଇଥିବା କର୍ମୀଙ୍କୁ ଫୁଲମାଳ ଓ ଦଳୀୟ ଉତ୍ତରୀୟ ଦେଇ ସ୍ୱ।ଗତ କରାଯାଇଥିଲା।
ସେହିପରି ଧମା ଠାରେ ଆୟୋଜିତ କର୍ମୀ ସମ୍ମିଳନରେ ଏହି ୩ ତୁଙ୍ଗନେତା ଯୋଗଦେଇ ବିଜେଡିର ବିଜୟ ପାଇଁ ସଂକଳ୍ପର ଦିନ ବୋଲି ଅବିହିତ କରିଥିବା ବେଳେ ବିରୋଧିଙ୍କୁ କୌରବସେନା ବୋଲି ଅବିହିତ କରିଥିଲେ ପ୍ରଶନ୍ନ ଆଚାର୍ଯ୍ୟ।
ବିଜେଡିର ରାଜ୍ୟ ଯୁବ ସଂପାଦକ ମନୋଜ ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ସଭାରେ ବିଜେଡି ସଭାପତି ଗୋପିରଞ୍ଜନ ବେହେରା,ଜିଲ୍ଲା ପରିଷଦ ସଭ୍ୟା ଗୀତାଞ୍ଜଳି ପାଣ୍ଡେ,ମାନେଶ୍ୱର ବ୍ଲକ୍ ମହିଳା ସଭାନେତ୍ରୀ ବୀଣାପାଣି ବେହେରା,ସରପଞ୍ଚ୍ ଲଲିତା ପ୍ରଧାନ, ସରସ୍ୱତୀ ରାଉତ,ଇଲାବତୀ ପୂଜାରୀ ଓ ସଞ୍ଜିବ ପୂଝାରୀଙ୍କ ସମେତ ୭ ପଞ୍ଚାୟତର ଦଳୀୟ ନେତା କର୍ମୀ ଓ ସମର୍ଥକ ଯୋଗଦେଇଥିଲେ।