ଦୁଇ ବସ ମୁହାଁମୁହିଁ ଧକ୍କା ଚାଳକ ମୃତ,୨୦ ଆହତ


ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଗତକାଲି ସନ୍ଧ୍ୟାରେ ସୋନପୁର- ସମ୍ବଲପୁର ରାଜ୍ୟ ରାଜପଥର ଉଲୁଣ୍ଡା ନିକଟସ୍ଥ ଡୁଡୁପାଲି ଠାରେ ଦୁଇଟି ଘରୋଇ ବସ ମଧ୍ୟରେ ମୁହାଁମୁହି ଧକ୍କା ହୋଇଥିଲା। ସମ୍ବଲପୁର ପଟୁ ଆସୁଥିବା ଚକାଡୋଳା ବସ ଓ ସୋନପୁର ପଟରୁ ସମ୍ବଲପୁର ଯାଉଥିବା କରିଶ୍ମା (ପତି) ନାମକ ବସ ମୁହାମୁହିଁ ଧକ୍କା ହେବା ଫଳରେ ଚକାଡୋଳା ବସ ଚାଳକଙ୍କ ମୃତ୍ୟୁ ଘଟିଛି ଓ କରିସ୍ମା ବସ ର ପ୍ରାୟ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ମୃତ ଚାଳକ ପ୍ରଦୀପ (୫୩)ଙ୍କ ଘର ସମ୍ବଲପୁର ମୁଦିପଡା ବୋଲି ସୂଚନା ମିଳିଛି। ତେବେ ଆହତ ମାନଙ୍କୁ ସୋନପୁର ସଦର ଡାକ୍ତରଖାନା ଓ ଗୁରୁତର ଙ୍କୁ ବୁର୍ଲା ଭୀମସାରକୁ ସ୍ଥାନାନ୍ତର କରା ଯାଇଥିଲା। ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲାର ନିର୍ବାଚନ କାର୍ଯ୍ୟ ପାଇଁ ସନ୍ଧ୍ୟାରେ ଚକାଡୋଳା ବସ ନେଇ ଚାଳକ ପ୍ରଦୀପ ସୋନପୁର- ବଲାଙ୍ଗୀର ସଡ଼କ ମାର୍ଗରେ କଳାହାଣ୍ଡିର ଧର୍ମଗଡକୁ ଯାଉଥିଲେ।ଚକାଡୋଳା ବସର ଡ୍ରାଇଭର ଘଟଣା ସ୍ଥଳରେ ଚାପି ହୋଇ ମୃତ୍ୟୁ ବରଣ କରିଥିବା ଦେଖିବାକୁ ମିଳିଥିଲା।