ସମ୍ବଲପୁର(ରେଙ୍ଗାଲି):ନିର୍ବାଚନ ଯେତିକି ପାଖେଇ ଆସୁଛି, ପ୍ରାର୍ଥୀ ଓ ସମର୍ଥକ ଙ୍କ ତତ୍ପରତା ବୃଦ୍ଧି ପାଇବାରେ ଲାଗିଛି । ନିର୍ବାଚନୀ ରେଲି ସଭା ସମିତି ପରେ ବର୍ତ୍ତମାନ୍ ଦ୍ଵାର ଦ୍ଵାର ବୁଲି ଭୋଟ ଭିକ୍ଷା କରିବା ଆରମ୍ଭ ହୋଇଗଲାଣି ।
ଏହି ପରିପେକ୍ଷି ର ଆଜି ରେଙ୍ଗାଲି ବିଧାୟକ ତଥା ବିଜେପି ପ୍ରାର୍ଥୀ ନାଉରୀ ନାୟକ ରେଙ୍ଗାଲି ଏବଂ ଜଙ୍ଗଲା ପଞ୍ଚାୟତ ର ବିଭିନ୍ନ ଗ୍ରାମ ରେ ଆଜି ଘର କୁ ଘର ବୁଲି ଆଜି ପ୍ରଚାର କରିଛନ୍ତି । ତାଙ୍କ ସହ ରେଙ୍ଗାଲି ବିଧାନସଭା ପ୍ରଭାରୀ ରାମଚନ୍ଦ୍ର ମେହେର , ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରିକ, ରେଙ୍ଗାଲି ମଣ୍ଡଳ ସଭାପତି ନବୀନ ପ୍ରଧାନ, ଯୁବ ନେତା ଉତ୍ତମ ବିଶ୍ବାଳ, ନିଶାନଭଙ୍ଗା ସରପଞ୍ଚ ସରୋଜ ମେହେର, ଯୁଗଲ ଅଗ୍ରୱାଲ ଙ୍କ ସହ ସତାଧିକ କର୍ମୀ ଉପସ୍ଥିତ ଥିଲେ ।
ରେଙ୍ଗଲି:ଘରକୁ ଘର ଗଲେ,ଭୋଟ ଭିକ୍ଷା କଲେ ନାଉରୀ
