ସୋନପୁର ଜିଲ୍ଲା ବିଜେଡି ଅଫିସ୍ ରେ ବିଜେଡ଼ିର ମିଶ୍ରଣ ପର୍ବ


ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ )ଆଜି ସଂଧ୍ୟାବେଳେ ସୁବର୍ଣ୍ଣପୁର ଜିଲ୍ଲା ବିଜେଡି ଅଫିସ୍ ରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ମୁସଲିମ ସମାଜ ର ସଭାପତି ରେହେମତ ମହମ୍ମଦ, ପୁରୁଖା କଂଗ୍ରେସ ନେତା ହୁସେନ ମହମ୍ମଦ, ମହମ୍ମଦ ଆଝାର, ଅରିଫ୍ ମହମ୍ମଦ, ସଲୀମ୍ ଖାନ୍, ଶେଖ୍ ଆଶୁ, ଅବଦୁଲ ସଲାମ୍ ଵକ୍ସ, ଆୟୁବ ଖାନ, ଇରାବଦ୍ ଖାନ ପ୍ରମୁଖ ବିଜେପି ଓ କଂଗ୍ରେସ ର ବହୁ ଯୁବ ଓ ବରିଷ୍ଠ ନେତା ଆଜି ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଅଭିମନ୍ୟୁ କୁଶଳ , ଯୁବ ନେତା ଶାଶ୍ଵତ ମିଶ୍ର, ଜିଲ୍ଲା ପ୍ଲାନିଂ ବୋର୍ଡ ସଦସ୍ୟ ପୀୟୁଷ ପଣ୍ଡା , ଓ ବହୁ ବିଜେଡି ନେତା ଙ୍କ ଉପସ୍ଥିତି ରେ ବିଜୁ ଜନତା ଦଳ ରେ ସାମିଲ୍ ହୋଇଛନ୍ତି l ବିଜୁ ଜନତା ଦଳ ର ନୀତି ଆଦର୍ଶ କୁ ଓ ନବୀନ ସରକାର ଙ୍କ ବିକାଶ କୁ ପାଥେୟ କରି ୮ ନମ୍ବର ୱାର୍ଡ଼ ର ପ୍ରମୁଖ ଯୁବ ନେତା ଆଜି ବିଜେଡି ରେ ସାମିଲ୍ ହୋଇ ଥିବା ଜଣl ଯାଇଛି l ୮ ନମ୍ୱର୍ ୱାର୍ଡ଼ କାଉନସିଲର ତଥା ଜିଲ୍ଲା ପ୍ଳlନିଂ ବୋର୍ଡ ସଦସ୍ୟ ପୀୟୂଷ ପଣ୍ଡାଙ୍କ ନେତୃତ୍ଵ ରେ ଆଜି ର ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା l ମନ୍ତ୍ରୀ ଙ୍କ ଦ୍ଵାରା ଏ ସମସ୍ତ ଙ୍କୁ ଦଳ ର ଉତ୍ତରୀୟ ପ୍ରଦାନ ପୂର୍ବକ ସ୍ବାଗତ କରଯାଇଥିଲା l