ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର (୬୪) ସଂରକ୍ଷିତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପ୍ରସ୍ତୁତ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ବୀରମହାରାଜପୁର କଲେଜ ପଡ଼ିଆରେ ଚାଲିଥିବା ଟ୍ରାଇରନ୍ କାର୍ଯ୍ୟକ୍ରମରେ ଯୋଗଦେଇ ସେକ୍ଟର ଅଫିସର୍ ଓ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ନିଯୁକ୍ତି ହୋଇଥିବା ସମସ୍ତ ନିର୍ବାଚନ କର୍ମଚାରୀଙ୍କୁ ତାଲିମ ପ୍ରଦାନ କରିବା ସହିତ ନିର୍ବାଚନ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ I ଏଥି ସହିତ କାର୍ଯ୍ୟକ୍ରମରେ ଅବହେଳା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାସ କହିଥିଲେ। ଜିଲ୍ଲାରେ ସମୁଦାୟ ୫୮୬ ବୁଥ୍ ରହିଥିବା ବେଳେ ସେଥି ମଧ୍ୟରୁ ସୋନପୁରରେ ୩୧୯ ଟି ବୁଥ୍ ଓ ବୀରମହାରାଜପୁରରେ ୨୮୬ ବୁଥ୍ ରହିଛି। ଜିଲ୍ଲା ର ଦୁଇ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ସୋନପୁରରେ ମୋଟ ମତଦାତାଙ୍କ ସଂଖ୍ୟା ୨ଲକ୍ଷ ୫୪ହଜାର ୬୯୬ ଏବଂ ଏହି ନିର୍ବାଚନ ମଣ୍ଡଳୀରେ ଆଠ ଗୋଟି ପିଙ୍କ ବୁଥ ରହିଛି। ସେହିପରି ବୀରମହାରାଜପୁରରେ ମୋଟ ମତଦାତାଙ୍କ ସଂଖ୍ୟା ୨ଲକ୍ଷ ୧୫ହଜାର ୩୫୩। ଏହି ନିର୍ବାଚନ ମଣ୍ଡଳୀ ପାଇଁ ୫ଟି ପିଙ୍କ ବୁଥ ରହିଛି ବୋଲି ଜିଲ୍ଲା ପ୍ରଶାସନର ପକ୍ଷରୁ ସୂଚନା ମିଳିଛି। ସାଧାରଣ ନିର୍ବାଚନ ଚୁଡାନ୍ତ ଚାଲିଥିବା ଟ୍ରାଇରନ୍ କାର୍ଯ୍ୟକ୍ରମରେ ଯୋଗଦେଇ ସେକ୍ଟର ଅଫିସର୍ ଓ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ନିଯୁକ୍ତି ହୋଇଥିବା ସମସ୍ତ ନିର୍ବାଚନ କର୍ମଚାରୀଙ୍କୁ ତାଲିମ ପ୍ରଦାନ କରିବା ସହିତ ନିର୍ବାଚନ କାର୍ଯ୍ୟକ୍ରମକୁ ସୂଚାରୁରୂପେ ପରିଚାଳନା କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ I କାର୍ଯ୍ୟକ୍ରମରେ ଅବହେଳା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ । ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥ ପାଇଁ ବ୍ୟାପକ ପୁଲିସ୍ ବ୍ୟବସ୍ଥା କରାଯାଇଛି । ଏହା ସହିତ ପ୍ରବଳ ଖରା କୁ ଦୃଷ୍ଟିରେ ରଖି ପ୍ରତ୍ୟେକ ବୁଥ ରେ ପାନୀୟ ଜଳର ବ୍ୟବସ୍ଥା କରିବା ସହିତ ମେଡିକାଲ୍ ଟିମ୍ ମଧ୍ୟ ସଜାଗ ରହିଛନ୍ତି। ଏହି କାର୍ଯ୍ୟକ୍ରମରେ ବୀରମହାରାଜପୁର ନିର୍ବାଚନ ଅଧିକାରୀ ଉପଜିଲ୍ଲାପାଳ ଲଲାଟେନ୍ଦୁ ସି , ଏ ଆର୍ ଓ ତଥା ବୀରମହାରାଜପୁର ତହସିଲଦାର ପୁନମ ମହାପାତ୍ର , ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଲିନା ପ୍ରଧାନ , ପିଡି ବିଶ୍ଵନାଥ ବାରିକ , ଉଲୁଣ୍ଡା ତହସିଲଦାର ବିପିନ ବିହାରୀ ପ୍ରଧାନ , ଉଲୁଣ୍ତା ଅତିରିକ୍ତ ତହସିଲଦାର ସୋମନାଥ ବେହେରା , ବୀରମହାରାଜପୁର ଅତିରିକ୍ତ ତହସିଲଦାର ସ୍ଵାଗତ ପଣ୍ଡା , ବୀରମହାରାଜପୁର ବିଡିଓ ପ୍ରିୟଦର୍ଶିନୀ ମିର୍ଦ୍ଧା , ସହକାରୀ ଜିଲ୍ଲାପାଳ ଉପେନ୍ଦ୍ର ଦାସ , ଜୟକୃଷ୍ଣ ପାଣିଗ୍ରାହୀ , ଅଜିତ ମିର୍ଦ୍ଧା ପ୍ରମୁଖ ଉପସ୍ଥିତ ଥିଲେ I