Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ବ୍ଳକ କୁଟିଙ୍ଗା ଗ୍ରାମରେ ୨ଜଣ ଆନ୍ଥ୍ରାକ୍ସ ରେ ଆକ୍ରାନ୍ତ ସନ୍ଦେହ!ନମୁନା ସଂଗ୍ରହ କରି କୋରାପୁଟ ପଠାଗଲା

ଲକ୍ଷ୍ମୀପୁର ୨୯/୦୫…
କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ କୁଟିଙ୍ଗା ପଞ୍ଚାୟତ ସଦର ଗାଁ ରେ ଆନ୍ଥ୍ରାକ୍ସ ବ୍ୟାପିଥିବା ସନ୍ଦେହ କରା ଜାଉଛି।ଏହି ରୋଗରେ ଦୁଇଜଣ ସନ୍ଦେହ ଘେରରେ ଅଛନ୍ତି।ବର୍ତ୍ତମାନ ସୁଦ୍ଧା ସେମାନେ ଆନ୍ଥ୍ରାକ୍ସ ଆକ୍ରାନ୍ତ ହୋଇଥିବା ଜଣା ପଡ଼ି ନଥିଲେ ମଧ୍ୟ ଲକ୍ଷଣ ଦେଖା ଦେଇଥିବାରୁ ସେମାନଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଏସ୍ ଏଲ୍ ଏନ୍ ମେଡିକାଲ କଲେଜ୍ କୁ ପଠା ଯାଇଥିବା ଜଣା ପଡ଼ିଛି।ଆକ୍ରାନ୍ତ ସନ୍ଦେହ ମାନଙ୍କ ମଧ୍ୟରେ ମୁକୂନା ମିଣିଆକା ଓ ଉକୁ ମିଣିଆକା ରହିଛନ୍ତି,ଦୁହିଁଙ୍କୁ ଲକ୍ଷ୍ମୀପୁର ଡାକ୍ତରଖାନାରେ ମଙ୍ଗଳ ବାର ଦିନ ଭର୍ତ୍ତି କରାଯାଇଥିଲା ହେଲେ ଦୁହେଁ ଅପରାହ୍ନ ତିନିଟା ବେଳେ ମେଡିକାଲ ରୁ ଫେରାର ହୋଇ ନିଜ ଘରକୁ ଚାଲିଯାଇଥିବା ମେଡିକାଲ ତରଫରୁ ସୂଚନା ମିଳିଛି।ଆନ୍ଥ୍ରାକ୍ସ ରୋଗ ହେଇଥିବା ଶୁଣିବା ପରେ
ଜିଲ୍ଲା ସ୍ତରୀୟ ଏକ ଡ଼ାକ୍ତରୀ ଦଳ କୁଟିଙ୍ଗା ଗ୍ରାମ ଗସ୍ତ କରି ଘର ଘର ବୁଲି ଔଷଧ ବଣ୍ଟନ କରି ଫେରି ଯାଇଛନ୍ତି।ଆଜି ପୁଣି ଲକ୍ଷ୍ମୀପୁର ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ସେବାର ଏକ ଦଳ କୁଟିଙ୍ଗ ଗ୍ରାମ ଗସ୍ତ କରି ଡାକ ବାଜି ଯନ୍ତ୍ର ସହ ଲୋକଙ୍କୁ ମଲା ପଶୁ ଙ୍କ ମାଂସ ନଖାଇବା ସକାଶେ ସଚେତନ କରୁଥିବା ଦେଖିବାକୁ ମିଳିଛି।ମଲା ପଶୁ ପକ୍ଷୀର ମାଂସ ଖାଇବାକୁ ବାରଣ କରିଛନ୍ତି।ଦୁହିଁଙ୍କ ରକ୍ତ ପରୀକ୍ଷା ରିପୋର୍ଟ ଆସିଲେହିଁ ଆନ୍ଥ୍ରାକ୍ସ ହେଇଚି କି ନାହିଁ ତାହା ଜଣା ପଡ଼ିବ ବୋଲି ସ୍ବାସ୍ଥ୍ୟ ବିଭାଗ ତରଫରୁ କୁହାଯାଇଛି।