Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କର୍ଣ୍ଣାଟକରୁ ଉଦ୍ଧାର ନାବାଳିକାକୁ ନୂଆପଡ଼ା ଶିଶୁ ମଙ୍ଗଳ ସମିତିକୁ ହସ୍ତାନ୍ତର

ନୂଆପଡ଼ା: ଏହି ଜିଲ୍ଲାର ବୋଡ଼େନ ବ୍ଲକ ରୁଣ୍ଡି ଗ୍ରାମର ନାବାଳିକା ଦାଦନ ଶ୍ରମିକ ପୂଜା ଲୁହାର(୧୩) ନିକଟରେ କାର୍ଯ୍ୟ ପାଇଁ କର୍ଣ୍ଣାଟକ ରାଜ୍ୟକୁ ଯାଇଥିବା ବେଳେ କର୍ଣ୍ଣାଟକ କୁଲବର୍ଗା ସିଟି ରେଳ ଷ୍ଟେସନରେ ତାଙ୍କ ସମ୍ପର୍କୀୟ ଠାରୁ ଅଲଗା ହୋଇ ନିଖୋଜ ହୋଇ ଯାଇଥିଲେ। ପରେ ତାଙ୍କୁ ରେଲୱେ ପୋଲିସ ଷ୍ଟେସନରୁ ଉଦ୍ଧାର କରିଥିବା ବେଳେ ରାଘବେନ୍ଦ୍ର ନଗର ପୋଲିସ କୁଲବର୍ଗା ଜିଲ୍ଲା ଶିଶୁ ମଙ୍ଗଳ ସମିତିକୁ ଯୋଗାଯୋଗ କରି ତାଙ୍କ ଗ୍ରାମକୁ ପ୍ରତ୍ୟାବର୍ତ୍ତନ ପାଇଁ ବ୍ୟବସ୍ଥା କରିଥିଲେ । ନୂଆପଡ଼ା ଜିଲ୍ଲା ଶିଶୁ ମଙ୍ଗଳ ସମିତିକୁ ଯୋଗା ଯୋଗ କରି, ତିନି ଜଣ ଅଧିକାରୀ ଆସି ନାବାଳିକା ପୂଜା ଲୁହାର ଙ୍କୁ ହସ୍ତାନ୍ତର କରିଛନ୍ତି। ଜିଲ୍ଲା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଡ଼.ଫଣ୍ଡିନ୍ଦମ୍ ଦେଓ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅନ୍ତର୍ଯ୍ୟାମୀ ବଳିହାର ସିଂ, ସଦସ୍ୟ ନାରାୟଣ ଯୋଷୀ, ବବିତା ମିଶ୍ର ଉପସ୍ଥିତି ରେ ତାଙ୍କ ପରିବାର ଙ୍କୁ ହସ୍ତାନ୍ତର କରାଯାଇଛି। ରାଜ୍ୟ ବାହାରେ ନିଖୋଜ ହୋଇଥିବା ନାବାଳିକା ନିଜ ପରିବାରକୁ ଫେରିଆସିଥିବାରୁ ପରିବାର ମହଳରେ ଖୁସୀର ଲହରି ଖେଳିଯାଇଛି।