ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର କଲେଜରେ ରକ୍ତ ଶିକୁଳି ରକ୍ତହୀନତା ନିରାକରଣ ସଚେତନତା ଅଭିଯାନ ଆରମ୍ଭ ହୋଇଛି । ଏହି ଅବସରରେ କଲେଜର ଅଧ୍ୟକ୍ଷ ଡ. ହିମାଂଶୁ ଶେଖର ପାଢୀଙ୍କ ସଭାପତିତ୍ବରେ ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଥିଲା । ଏଥିରେ ପରିଚାଳନା ସମିତିର ସଭାପତି ସ୍ବୟମ୍ଭୁନାଥ ଖଣ୍ଡଗିରୀ ମୁଖ୍ଯଅତିଥି ଭାବରେ ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥି ଭାବରେ ଇଂରାଜୀ ବିଭାଗ ମୁଖ୍ଯ ଗୀତାଞ୍ଜଳୀ ପୁଝାରୀ ଓ ଜୀବବିଜ୍ଞାନ ବିଭାଗ ମୁଖ୍ଯ ସଞ୍ଜିତ କୁମାର ନାୟକ ଯୋଗଦେଇ ଥିଲେ l ମୁଖ୍ଯବକ୍ତା ଭାବରେ ବୀରମହାରାଜପୁର ଉପଖଣ୍ଡର ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସଂଜୟ କୁମାର ମହାପାତ୍ର ଯୋଗଦେଇ ରକ୍ତ ଶିକୁଳି ରୋଗର କାରଣ , ଭୟାବହତା ଓ ନିରାକରଣ ସମ୍ପର୍କରେ ଆଲୋଚନା କରିଥିଲେ । ସଭାପତି ଡ. ପାଢୀ ଅତିଥି ପରିଚୟ , ସ୍ବାଗତ ଅଭିଭାଷଣ ଓ ଧନ୍ଯବାଦ ଅର୍ପଣ କରିଥିଲେ । କଲେଜର ଅଧ୍ୟାପକ , ଅଧ୍ୟାପିକା , ଅଣଶିକ୍ଷା କର୍ମଚାରୀ ଓ ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।