Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଝାରସୁଗୁଡା ଉପନିର୍ବାଚନ; କଂଗ୍ରେସ ପାଇଁ ପ୍ରଚାର କରିବେ କହ୍ନୈୟା କୁମାର

ଭୁବନେଶ୍ୱର: ଝାରସୁଗୁଡ଼ା ଉପ ନିର୍ବାଚନ ଲାଗି ସରଗରମ ରାଜନୀତି। ସବୁ ଦଳ ନିଜ ଦକ୍ଷତା ପ୍ରଦର୍ଶନ କରିବା ଆରମ୍ଭ କରିଦେଲେଣି। ସରିଲାଣି ପ୍ରାର୍ଥୀପତ୍ର ଦାଖଲ। ଏବେ ଯୁଦ୍ଧ ପାଇଁ ମୈଦାନ ପ୍ରସ୍ତୁତ । ଜୋର୍‌ସୋରରେ ଚାଲିଛି ପ୍ରଚାର ପ୍ରସାର। ତିନି ପ୍ରମୁଖ ଦଳ ମଧ୍ୟରେ ହେବ ଘମାଘୋଟ ଲଢେଇ।

ତେବେ ଏହା ଭିତରେ ପ୍ରଚାର ପାଇଁ କଂଗ୍ରେସ ଷ୍ଟାର କ୍ୟାମ୍ପେନର ତାଲିକା ଘୋଷଣା କରିଛି । କଂଗ୍ରେସ ତରଫରୁ ଝାରସୁଗୁଡା ପାଇଁ ନିର୍ବାଚନ ଲଢୁଛନ୍ତି ତରୁଣ ପାଣ୍ଡେ। ତରୁଣଙ୍କ ପାଇଁ ପ୍ରଚାର କରିବାକୁ ଆସିବେ ୪୦ ଜଣ ତାରକା ପ୍ରଚାରକ । ତେବେ ତାଲିକାର ମୁଖ୍ୟ ଆକର୍ଷଣ ହେଉଛନ୍ତି କହ୍ନୈୟା କୁମାର । ତରୁଣଙ୍କ ପାଇଁ ପ୍ରଚାର କରିବେ ଏଆଇସିସିର କେନ୍ଦ୍ରୀୟ ନେତା କହ୍ନୈୟା କୁମାର ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ