ନିଟ୍ ପେପର ଲିକର ମୁଖ୍ୟ ଅଭିଯୁକ୍ତ ଗଙ୍ଗାଧରକୁ ଧରିଲା ଉତ୍ତରାଖଣ୍ଡ ପୋଲିସ, ପତ୍ନୀ କଲେ ବଡ ଦାବି


ନୂଆଦିଲ୍ଲୀ: ନିଟ୍ ପେପର ଲିକ୍ ମାମଲା ଓ ରେଜଲ୍ଟକୁ ନେଇ ବିବାଦ ଜାରି ରହିଛି । ଏହା ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ଗଙ୍ଗାଧରକୁ ଗିରଫ କରିଛି ଉତ୍ତରାଖଣ୍ଡ ପୋଲିସ । ଏହି ସୂଚନା ଦେଇଛନ୍ତି ଖୋଦ୍ ଗଙ୍ଗାଧରଙ୍କ ପତ୍ନୀ । ଉତ୍ତରାଖଣ୍ଡ ପୋଲିସ ତାଙ୍କ ସ୍ୱାମୀଙ୍କୁ ନିଜ ହେପାଜତକୁ ନେଇଥିବା ସେ କହିଛନ୍ତି ।

ସେ ଜାତୀୟ ଗଣମାଧ୍ୟମ ସହ ଆଲୋଚନା ବେଳେ କହିଛନ୍ତି, ସ୍ୱାମୀଙ୍କୁ ଜୁନ ୨୫ ତାରିଖ ସକାଳ ୯ଟା ୩୦ରେ ପୋଲିସ ନେଇ ଯାଇଛି । ଏହା ପରଠୁ ତାଙ୍କ ସହ ମୋର ଯୋଗାଯୋଗ ହୋଇ ପାରି ନାହିଁ । ମୋତେ ଜଣା ନାହିଁ ସ୍ୱାମୀ ଏବେ କେଉଁଠି ଅଛନ୍ତି । ସେ ହିରୋ କମ୍ପାନୀରେ କର୍ମଚାରୀ ଭାବେ କାମ କରନ୍ତି । ଏହି ଘଟଣା ବିଷୟରେ ମୋତେ କିଛି ଜଣା ନାହିଁ ।

ଅଭିଯୋଗ ଅନୁସାରେ ଗଙ୍ଗାଧର ଗୁଣ୍ଡେ ବିହାରର କିଛି ଲୋକଙ୍କ ସଂପର୍କରେ ଥିଲା । ସେ ପେପର ଲିକ୍ କରାଇବାରେ ମୁଖ୍ୟ ଭୂମିକା ନିଭାଇଛି । ପେପର ଲିକ୍ ଘଟଣା ପୁରା ଦେଶକୁ ଦୋହଲାଇ ଦେଇଛି । ଅନେକ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ସାରିଲାଣି । ସିବିଆଇ ତଦନ୍ତ ଦାୟିତ୍ୱ ନିଜ ହାତକୁ ନେଇଛି । ବିଭିନ୍ନ ଦଳରେ ସିବିଆଇ ଚଢାଉ ଜାରି ରଖିଛି । କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରଣାଳୟର ନିର୍ଦ୍ଦେଶରେ ସିବିଆଇ କେସ୍ ରୁଜୁ କରିବା ସହ ତଦନ୍ତ ଜୋରଦାର କରିଛି । ଏହି ମାମଲାରେ ବିରୋଧୀ ଶାସକ ବିଜେପିକୁ ଘେରିବାରେ ଲାଗିଛି । ରାଜନୀତି ଚରମରେ ପହଞ୍ଚିଛି ।

ଗଞ୍ଜେଇ ଚ଼ଢ଼ାଉ କରିବାକୁ ଯାଇ ମାଡ଼ ଖାଇଲେ ୨୬ ପୁଲିସ୍ ଘଟଣା ସ୍ଥଳରୁ କୋଟି କୋଟି ଟଙ୍କାର ଗଞ୍ଜେଇ ଜବତ ।ପାରଳାଖେମୁଣ୍ଡି:୨୩/୩(ଗରୁଡ଼ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ପୀଡ଼ିମାରୀ ଗ୍ରାମରେ ଶୁକ୍ରବାର ୨୦ କ୍ଵିଣ୍ଟାଲ ଗଞ୍ଜେଇ ଜବତ ଓ ୮ଜଣ ବ୍ୟବସାୟୀଙ୍କୁ ଗିରଫ କରି ପୁଲିସ ମୋହନା ଫେରୁଥିବା ବେଳେ ଗ୍ରାମଠାରୁ କିଛି ଦୂରତାରେ ଗ୍ରାମବାସୀଙ୍କ ସଂଘବଦ୍ଧ ଆକ୍ରମଣରେ ଜଣେ ଡ଼ିଏସପି, ଜଣେ ଥାନା ଅଧିକାରୀ ଓ ପୁଲିସ୍ କର୍ମଚାରୀ ଆହତ ହୋଇଥିଲେ।ଆଜି ଗଜପତି ଏସପି ଯତୀନ୍ଦ୍ର ପଣ୍ଡାଙ୍କ ନେତୃତ୍ଵରେ ରା.ଉଦୟଗିରି ଏସଡ଼ିପିଓ ଅମିତାଭ ପଣ୍ଡାଙ୍କ ସମେତ ମୋହନା , ଅଡ଼ବାପାରଳାଖେମୁଣ୍ଡି,ରା.ଉଦୟଗିରି, ରାୟଗଡ଼,କାଶୀନଗର,ରାମଗିରି,ସେରଙ୍ଗ ଆଦି ଥାନା ଗୁଡ଼ିକର ଅଧିକାରୀ, କର୍ମଚାରୀ ଓ ୧୦ ପ୍ଲାଟୁନ  ପୁଲିସ ଫୋର୍ସ ସଦଳବଳେ ଆଜି ପୀଡ଼ିମାରୀ ଗ୍ରାମରେ ପହଞ୍ଚି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛନ୍ତିି। ଏହା ସହ ପୁଲିସ ଗାଡ଼ି ଭଙ୍ଗାରୁଜା,ଆକ୍ରମଣରେ ସଂପୃକ୍ତ ୩ ଜଣ ଓ ଗଞ୍ଜେଇ ବ୍ୟବସାୟୀ ୨ ଜଣଙ୍କୁ ଗିରଫ କରିଛନ୍ତି। ବଡ଼ ବଡ଼ ଟିଣ ବାକ୍ସରେ ଲୁଚାଇ ରଖାଯାଇଥିବା ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ କୋଟି କୋଟି ଟଙ୍କା ହେବ ବୋଲି ପୁଲିସ ସୂଚନା ଦେଇଛି। ଆଉ ଯେଉଁମାନେ ଏଥିରେ ସଂଶ୍ଳିଷ୍ଟ ଅଛନ୍ତି ସମସ୍ତଙ୍କୁ ଖୁବ୍ ଶୀଘ୍ର ଧରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ଶ୍ରୀ ପଣ୍ଡା କହିଛନ୍ତି।