Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାମ୍ବାଦିକଙ୍କୁ ହତ୍ୟା ଧମକ ଉପରୁ ହଟିଲା ପରଦା। ନିଜ ସମ୍ପର୍କୀୟ ଦେଇଥିଲେ ଧମକ।

ହାଟଡିହୀ,୩୦/୬ : ଆନନ୍ଦପୁର ଉପଖଣ୍ଡର କାର୍ଯ୍ୟରତ ଜଣେ ସାମ୍ବାଦିକଙ୍କୁ ଫୋନ୍‌ରେ ହତ୍ୟା ଧମକ ଦିଆଯାଇଥିଲା। ଏନେଇ ସମ୍ପୃକ୍ତ ସାମ୍ବାଦିକ ଜଣକ ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଶୁକ୍ରବାର ସନ୍ଧ୍ୟାରେ ନନ୍ଦିପଦା ଥାନାରେ ଏକ ଲିଖୂତ ଅଭିଯୋଗ କରିଥିଲେ I ହାଟଡ଼ିହୀ  ବ୍ଲକ ନୂଆରମ୍ପାସ ଗ୍ରାମର ପ୍ରବୀର କୁମାର ନାୟକଙ୍କୁ ଗୁରୁବାର ରାତି ପ୍ରାୟ ୧୧ଟା ସମୟରେ ଏକ ଅଜଣା ନମ୍ବରରୁ ଫୋନ୍ ଆସିଥିଲା  ସମ୍ପୃକ୍ତ ବ୍ୟକ୍ତି  ଜଣକ ନିଜ ପରିଚୟ ନଦେଇ ଅଶ୍ଳୀଳ ଭାଷାରେ ଗାଳିଗୁଳଜ କରିବା ସ ସହ ଅଣା ଛକକୁ ଆସିଲେ ହତ୍ୟା କରି ଗଛରେ ଟାଙ୍ଗି ଦେବେ ବୋଲି ଧମକ ଦେଇଥିବା ନେଇ ପ୍ରବୀର ଅଭିଯୋଗ ପତ୍ରରେ ଉଲ୍ଲେଖ କରି କରିବା ସହ ଫୋନ ଧମକରେ ଭୟଭୀତ ହୋଇ ଶୁକ୍ରବାର ସନ୍ଧ୍ୟା ରେ ନନ୍ଦିପଦା ଥାନାରେ ଲିଖୂତ ଅଭିଯୋଗ କରିଥିଲେ I ଯାହାକୁ ନେଇ ନନ୍ଦିପଦା ଥାନାରେ କର୍ତ୍ତବ୍ୟ ରତ ଏସାଇ ସୁଷମା ସୁନ୍ଦରୀ ସେଠୀ ପୁରା ଘଟଣା ସଂପର୍କରେ ପଚାରିଥିବା ବେଳେ ସାମ୍ବାଦିକ ପ୍ରବିର କୁମାର ନାୟକ ଘଟଣା ରସବୁ କଥା କହିଥିଲା।  ଘଟଣାଟି ହେଲା ଉକ୍ତ ସାମ୍ବାଦିକ ଙ୍କ ର ଜଣେ ସମ୍ପର୍କୀୟ ଭଉଣୀ ତାଙ୍କ ନିଜ ଘରେ ଆସି ରହୁଥିବା ବେଳେ  କିଛି ଦିନ ପୂର୍ବରୁ ଉକ୍ତ ଭଉଣୀ ଙ୍କ ଝଗଡ଼ା ଲାଗିବା ପରେ ତାଙ୍କୁ ପ୍ରବୀର୍ ମାଡ ମାରିଥିଲେ । ଯେହେତୁ ସଂପର୍କ ରେ ଭାଇ ଭଉଣୀ ତେଣୁ କଥା ଘରେ ଅଟକି ରହିଯାଇଥିଲା ହେଲେ ସମ୍ପର୍କୀୟ ଭଉଣୀ ଙ୍କ ର ଅନ୍ୟ ଜଣେ ବନ୍ଧୁ ପ୍ରବୀର୍ ଙ୍କୁ ରାତି ରେ ଫୋନ କରି ତୁ କାହିଁକି ସମସ୍ତ ଙ୍କୁ ମାରୁଛୁ ବୋଲି କହିଥିଲେ ଓ ଗାଳି କରି ଥିଲେ ପ୍ରବୀର୍ ସବୁ କଥା ଜାଣିବା ପରେ ପୁଲିସ ର ଆଶ୍ରୟ ନେଇଥିଲା କି ମୋତେ ଧମକ ଦେବା ଯୋଗୁଁ ପୁଲିସ ତାଙ୍କୁ ଧରି ପାନେ ଦେଉ ହେଲେ ପୁରା ଘଟଣା  ନିଜ ଜଣା ଶୁଣା ମଧ୍ୟରେ ଘଟିଥିବା ଜାଣିବା ପରେ ସେହି ନମ୍ବର କୁ ବ୍ଲକ କରି ଦେବାକୁ ନନ୍ଦିପଦା ଥାନା ପକ୍ଷରୁ ସୂଚନା ଦିଆଯାଇ ଥିଲା। ପରେ ସାମ୍ବାଦିକ ପ୍ରବୀର୍ ଏହାକୁ ଅଧିକ ବିସ୍ତୃତ କରିବାକୁ ଚେଷ୍ଟା କରି ଚାଲିଛନ୍ତି। କିନ୍ତୁ ଘାଟଣା ସମ୍ପୂର୍ଣ୍ଣ ପାରିବାରିକ ଭଳି ଅନୁମେୟ