Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଭାଲୁଡୁଙ୍ଗୁରୀ ଗାଁ ରେ ନିଷ୍କାସନ ହୋଇ ନ ପାରି ଜମି ରହୁଛି ବର୍ଷା ପାଣି

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବହଳ ପଦର ପଂଚାୟତ ଅନ୍ତର୍ଗତ ଭାଲୁଡୁଙ୍ଗୁରି ଗାଁ ମୁଣ୍ଡ ରେ ବର୍ଷା ଜଳ ଜମିରହୁଛି । ପୂର୍ବରୁ ବର୍ଷାଜଳ ରାସ୍ତାର ଉଭୟ ପାର୍ଶ୍ଵରେ ଥିବା କୃଷି କ୍ଷେତ୍ର ଆଡ଼କୁ ଯାଉଥିଲା । ଘର ତିଆରି ହେବା ଫଳରେ ଏଠାରେ ବର୍ଷା ଜଳ ନିଷ୍କାସନ ନେଇ ସମସ୍ୟା ଦେଖାଦେଇଛି । ତିଆରି ହୋଇଥିବା ଡ୍ରେନ ସବୁ ପୋତି ହୋଇଯାଇଛି l । ଫଳରେ ବର୍ଷା ଦିନରେ ଆଁଠୁଏ ପାଣି ଜମିରହୁଛି । ସାପ ଆଦି ସରୀସୃପ ଜୀବ ମଧ୍ୟ ପାର୍ଶ୍ୱରେ ଥିବା ଘରଗୁଡିକୁ ପ୍ରବେଶ କରିବାର ଭୟ ସୃଷ୍ଟି ହୋଇଛି। ଅସରାଏ ବର୍ଷା ହେଲେ ରାସ୍ତା ରେ ପାଣି ଜମି ରହୁଛି l ବର୍ଷା ସମୟରେ ଏହି ବାଟ ଦେଇ ଗାଁ’କୁ ପ୍ରବେଶ କରିବା ମୁସ୍କିଲ ହୋଇପଡିଛି। ଗାଁ ଭିତରେ ଡ୍ରେନ ର ସୁବିଧା ନ ଥିବା ହେତୁ ରାସ୍ତା ରେ ସବୁଦିନେ ନଳକୂପ ର ପାଣି ବୋହୁଛି ଗାଁ ଭିତର ରାସ୍ତା ମଧ୍ୟ ସର୍ବଦା କାଦୁଅ ରେ ଭର୍ତି ହେଉଛି l ଏହି ରାସ୍ତା ଦେଇ ଵିଶାଲପାଲି , ଚି଼ଙ୍ଗିରାନାଲି , ପାତରପାଲି , ବୁରୁବୁଡା ଆଦି ଗାଁ ଲୋକେ ଯିବା ଆସିବା କରିଥାନ୍ତି l ଏହି ରାସ୍ତା ବହଳପଦର ମୁଖ୍ୟ ରାସ୍ତା ରୁ ଖଣ୍ଡାହତା କୁ ସଂଯୋଗ କରୁଛି l ତେଣୁ ବର୍ଷା ପୂର୍ବରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁ ଗ୍ରାମବାସୀ ଙ୍କ ତରଫରୁ ରୁ ଦାବୀ ହେଉଛି ।