Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯାତ୍ରୀ ବିଶ୍ରାମଗାର ଉଭାନ୍ :ବସ ଷ୍ଟାଣ୍ଡ ନାଁରେ ବଡ ଦୁର୍ନୀତି

ସମ୍ବଲପୁର,ତା.୧୦।୭:ରାଜ୍ୟରେ ଲକ୍ଷ୍ମୀ ବସ ପ୍ରଚଳନ ପରେ ବିଜେଡି ସରକାରଙ୍କ ବଡ ଦୁର୍ନୀତି ଏବେ ପଦାକୁ ଆସିଛି।୨୪ ବର୍ଷ ଧରି ଯାତ୍ରୀ ମାନଙ୍କ ସୁରକ୍ଷା ଓ ସ୍ୱାର୍ଥକୁ ଆଖିମୁଜି ଦେଇଥିବା ବିଜେଡି ସରକାର ଆଖିରେ ଆଙ୍ଗୁଠି ମାରି ଲୁଟି ନେଇଛି ଲକ୍ଷ ଲକ୍ଷ ଟଙ୍କା।
ଏଭଳି ଦୁର୍ନୀତିର ଗନ୍ଧ ବାହାରିଛି ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଯାତ୍ରୀ ବିଶ୍ରାମଗାରକୁ ରଙ୍ଗ ବୋଲି ନୁତନ ବସ୍ ଷ୍ଟାଣ୍ଡର ନାମକରଣରେ।ଗ୍ରାମାଞ୍ଚଳରେ ବସ ସିନା ଗଡିଲା କିନ୍ତୁ ବସ୍ ଷ୍ଟାଣ୍ଡ ନାହିଁ।ଯେଉଁଠି ଅବା ବିଶ୍ରାମଗାର ଥିଲା ତାର ରକ୍ଷଣା ବେକ୍ଷଣ ପାଇଁ କୌଣସି ଜଣେ ସରପଞ୍ଚ୍ ଜିଲ୍ଲାରେ ନିଜର କରିସ୍ମାବି ଦେଖାଇ ପାରିନାହାଁନ୍ତି।ଅର୍ଥାତ୍ ବିଜେଡି ସରକାରରେ ଯାତ୍ରୀଙ୍କ ସ୍ୱାର୍ଥ ଓ ସୁରକ୍ଷା ପ୍ରତି ୨୪ ବର୍ଷ ଧରି ତାଙ୍କର ସାଂସଦ, ବିଧାୟକ,ଜିଲ୍ଲା ପରିଷଦ,ସମିତି ସଦସ୍ୟ,ସରପଞ୍ଚ୍ ଓ ୱାଡମେମ୍ବର ମାନେ ଆଖି ମୁଜିଦେଲେ।ବସ୍ ଷ୍ଟପ୍ କଥା ଉଠିବାରୁ ଗାଁ ଗାଁର ଛକ ଛକରେ ଥିବା ଯାତ୍ରୀ ବିଶ୍ରାମଗାରକୁ ରୂପାନ୍ତରିତ କରିବା ନାମରେ ସିମେଣ୍ଟ ଓ ରଙ୍ଗ ବୋଲି ବସ ଷ୍ଟାଣ୍ଡ ନାମରେ ଲୋକଙ୍କୁ ସମର୍ପି ଦିଆଗଲା। ଲୋକବି ଭାରି ଖୁସ୍ କିଛି ନହେଲେବି ପଡି ରହିଥିବା ଅସୁରକ୍ଷିତ ଘରତ କିଛି କାମକୁ ଆସିଲା।କାମରେ ଆସିଲା ସିନା ହେଲେ ମରାମତି ନାମରେ ନୁହେଁ ବରଂ ବସ୍ ଷ୍ଟାଣ୍ଡ ନାମରେ ଲକ୍ଷ ଲକ୍ଷ ବିଲ କରି ମାରି ଖାଇଦେଇଛନ୍ତି,ନେତା,ଠିକାଦାର ଓ ଅଧିକାରୀ।ତୋର ଅଧେକୁ ମୋର ଅଧେ ଯଦି ହୋଇନଥାନ୍ତା ତେବେ ପୁରୁଣା ଘରକୁ ରଙ୍ଗ ବୋଲି ଲକ୍ଷାଧିକ ଟଙ୍କାର ବିଲ୍ ଉଠିଲା କେମିତି। ସ୍ୱଚ୍ଛ ସରକାରକୁ ସ୍ୱଚ୍ଛ ଅଧିକାରୀ ଓଡିଆ ପରି ସରଳ ପ୍ରାଣକୁ ଭଲ ଚକମା ଦେଖାଇଛନ୍ତି। ଏହି ଦୁର୍ନୀତିର ଗନ୍ଧ ଏବେ ପଦାକୁ ଜଳ ଜଳ ହୋଇ ଦେଖାଯାଉଛି। ବର୍ତ୍ତମାନ ସମ୍ବଲପୁର ଜିଲ୍ଲାର ଯୁଯୋମୁରା ବ୍ଲକ୍ ଠାରୁ ଆରମ୍ଭ କରି ମାନେଶ୍ୱର ପ୍ରଭୃତି ବ୍ଲକ୍ ର ଗ୍ରାମାଞ୍ଚଳରେ ଯାତ୍ରୀ ବିଶ୍ରାମଗାର ହଜି ଯାଇ ବସ ଷ୍ଟାଣ୍ଡର ନାମ ବଦଳିଛି।ଏପରିକି ଅନେକ ସ୍ଥାନରେ ବିନା ରେଜୁଲେସନ ଓ ଅଧିକାରୀଙ୍କ ଅନୁମତି ବିନା ଆନେକ ଯାତ୍ରୀ ବିଶ୍ରାମଗାରକୁ ମାଟିରେ ମିଶାଇ ଦିଆଯାଇ କୁହାଯାଉଛି ନୂଆଁ ବିଶ୍ରାମଗାର ହେବ।
ଏ ଭିତରେ ସରକାର ବଦଲିଛି।ବସ୍ ଷ୍ଟାଣ୍ଡ ହେଉକି ଯାତ୍ରୀ ବିଶ୍ରାମଗାର ମୁଖ୍ୟ ସ୍ଥାନରେ ରହିବା କଥା।ଏହାକୁ ସଂଲଗ୍ନ କରି ପରିଶ୍ରାଗାର ଓ ପାନୀୟ ଜଳ ଭଳି ଆନୁସଙ୍ଗିକ ସୁବିଧା ହେବା କଥା ।ଯାହାକି ଜଣେ ପଞ୍ଚାୟତ ପ୍ରତିନିଧିଙ୍କ ନିଜ ନିୟନ୍ତ୍ରାଧିନ।କେବଲ ଦେଖିବାକୁ ବାକି ରହିଲା ବର୍ତ୍ତମାନ ଏହି ସବୁ ବସ୍ ଷ୍ଟାଣ୍ଡ କୁ ଲାଗି ନିଜ ପାଖରେ ଥିବା ପାନୀୟ ଜଳ ଭଳି ସରପଞ୍ଚ୍ ମାନେ ନିଜର କେଉଁ କରିସ୍ମା ଦେଖାଇବେ ନାଁ ବିଜେଡି ସରକାର ସମୟରେ ଅଧିକାରୀଙ୍କ ମୋହରା ଭଳି ନିଜର ଅସହାୟତାକୁ ପ୍ରଦର୍ଶନ କରିବେ,ତାହା ଆଗାମୀ ଦିନ କହିବ।
ତେବେ ସବୁଠୁ ବଡ କଥା ହେଲା ଯାତ୍ରୀ ବିଶ୍ରାମଗାରର ରକ୍ଷଣା ବେକ୍ଷଣ ଦିଗ ପ୍ରତି ସାମାନ୍ୟ ତମ ଦରଦ ଦେଖାଇ ନଥିବା ପଞ୍ଚାୟତ ପ୍ରତିନିଧି ମାନେ ଯାତ୍ରୀ ବିଶ୍ରାମଗାରକୁ କେମିତି ବସ୍ ଷ୍ଟାଣ୍ତ ର ରୂପାନ୍ତରିତ ବେଳେ କେହି ଜଣେ ମୁହଁ ଖୋଲି ପାରୁ ନାହାଁନ୍ତି? ନାଁ ଠିକାଦାର ସଜେଇ ମୁହଁ ବନ୍ଦ କରିବାକୁ ପରିସ୍ଥିତି ବାଧ୍ୟ କରିଛି।ଗାଁ ନେତୃତ୍ୱ ଯଦି ଏତେ ତଳେ ରହିବେ ସେଥିରୁ ମାପିବାକୁ ହେବ ଆମ ପ୍ରଗତି ଆମାନଙ୍କ ପାଇଁ ଆଗକୁ ବଢ଼ୁଛି ନାଁ ଛିଡୁଛି ।ଯାହାବି ହେଉ ଏହି ଦୁର୍ନୀତି ର ଗନ୍ଧ ଯେମିତି ଆଗକୁ ଆସିଛି ଏହାର ମୁକାବିଲା କରିବାକୁ ନୂଆ ସରକାର ଅବା ଜିଲ୍ଲା ପ୍ରଶାସନ କିଭଳି ଆଭିମୁଖ୍ଯ ନେଉଛନ୍ତି ଦେଖିବାକୁ ବାକି ରହିଲା।