Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭିମସାର ଠାରେ ଭିନ୍ନକ୍ଷମ ସହାୟତା କେନ୍ଦ୍ର ଉଦଘାଟନ

ସମ୍ବଲପୁର :ବୁର୍ଲା ଭିମସାର ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଭିନ୍ନକ୍ଷମ ସହାୟତା କେନ୍ଦ୍ର ଉଦଘାଟନ ସହ ଭିମସାର ର ବିଭିନ୍ନ ୱ।ଡ ପାଇଁ ଉଦ୍ଧିଷ୍ଟ ୧୦୦ ଗୋଟି ହୁଇଲ ଚେୟାର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭିମସାର ଠାରେ ଭିନ୍ନକ୍ଷମ ସହାୟତା କେନ୍ଦ୍ରକୁ ଭିମସାର ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ଭାବଗ୍ରାହୀ ରଥ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବରେ ଭିମସାର ଅଧିକ୍ଷକ ପ୍ରଫେସର ଡାକ୍ତର ଲାଲମୋହନ ନାୟକ,ଷ୍ଠୋର ମେଡିକାଲ ଅଫିସର ପ୍ରଫେସର ଡାକ୍ତର ଅଶୋକ କୁମାର ପାଣିଗ୍ରାହୀ,ଭିମସାର ଏଡିଏମ୍ ସୁଦର୍ଶନ ସାଏ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଥବିର ମହାନନ୍ଦ,ଡିଡ଼ିଆରଓ ରବିନ୍ଦ୍ର ସତପଥି,ଆସୋସିଏଟ ପ୍ରଫେସର ଡାକ୍ତର ଜଗନ୍ମାଥ ହାତୀ, ବିଶିଷ୍ଟ ସମାଜସେବୀ ନିହାଲ ସିଂ, ବିନାୟକ ଦ୍ୱ।ରୀ,ଛତ୍ରପତି ଡକ୍ଟର ଦିପକ ପାଣ୍ଡେ,ଏମଡି ପରବେଜ ଖାନ, ସୁଜାତା ପ୍ରଧାନ,ଭିମସାର ଷ୍ଟିୱ।ଡ ଅଶ୍ଵିନୀ ମେହେର, ଭିମସାର ନସିଂ ସଭାପତି ତୁଷାର ତରଙ୍ଗିନି ଦଣ୍ଡିଆ ପ୍ରମୁଖ ଉପସ୍ଥିତ ଥିଲେ। ଭିମସାର ଠାରେ ଉଦଘାଟିତ ହୋଇଥିବା ଭିନ୍ନକ୍ଷମ ସହାୟତା କେନ୍ଦ୍ର ଦ୍ୱାରା ଭିମସାର କୁ ଆସୁଥିବା ଭିନ୍ନକ୍ଷମ , ବୟସ୍କ ରୋଗୀ ବେଶ ସୁବିଧା ପାଇବାରିବା ନେଇ ଆଶା କରାଯାଉଛି। ଏଥିସହ ଜିଲ୍ଲା ପ୍ରଶାସନ ପକ୍ଷରୁ ଭିମସାର ମେଡିକାଲ ର ବିଭିନ୍ନ ୱ।ଡରେ ରୋଗୀ ଙ୍କ ସୁବିଧା ପାଇଁ ୧୦୦ ଗୋଟି ହୁଇଲ ଚେୟାର କୁ ମଧ୍ୟ ପ୍ରଦାନ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ