Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟସ୍ତରୀୟ ସମ୍ବଲପୁରୀ ଦିନ ପାଳନ ପାଇଁ ମୁଖ୍ଯମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ, ଅନ୍ୟ ମନ୍ତ୍ରୀଗଣଙ୍କୁ ନିମନ୍ତ୍ରଣ

ସମ୍ବଲପୁର:ସମ୍ବଲପୁରୀ ଭାଷା ସାହିତ୍ୟ ସଂସ୍କୃତିର ପ୍ରଚାରକ ଗୁରୁ ସତ୍ୟନାରାୟୟଣ ବହିଦାରଙ୍କ ଜନ୍ମଦିନ ଅଗଷ୍ଟ ୧ ତାରିଖରେ ସମ୍ବଲପୁରରେ ହେବାକୁ ଥିବା ରାଜ୍ଯ ସ୍ତରୀୟ ସମ୍ବଲପୁରୀ ଦିନ ପାଳନ ପାଇଁ ଗୁରୁବାର ମୁଖ୍ଯମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀଙ୍କୁ ପଶ୍ଚିମାଞ୍ଚଳ ଏକତା ମଞ୍ଚ ତରଫରୁ ନିମନ୍ତ୍ରଣ କରାଯାଇଛି। ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ରାଜ୍ୟ ସଚିବାଳୟ ସ୍ଥିତ ମୁଖ୍ଯମନ୍ତ୍ରୀ କାର୍ଯାଳୟରେ ସାକ୍ଷାତ କରି ସମ୍ବଲପୁରରେ ହେବାକୁ ଥିବା ରାଜ୍ଯ ସ୍ତରୀୟ ସମ୍ବଲପୁରୀ ଦିନରେ ଅତିଥି ଭାବେ ସାମିଲ ହେବାକୁ ନିମନ୍ତ୍ରଣ କରାଯାଇ ଥିଲା । ଏହା ସହ ମୁଖ୍ଯମନ୍ତ୍ରୀଙ୍କୁ ସମ୍ବଲପୁରୀ ଭାଷା ସାହିତ୍ୟ ସଂସ୍କୃତି ପରମ୍ପରା ଐତିହ୍ୟର ପ୍ରଚାର ପ୍ରସାର ଦିଗରେ ଅବଦାନ ନେଇ ଅବଗତ କରାଯାଇ ଥିଲା । ତାଙ୍କର ସ୍ମୁତିରେ ସମ୍ବଲପୁର ଗୁରୁଶ୍ରୀ ସତ୍ଯ ନାରାୟଣ ଉଦ୍ୟାନରେ ଗୁରୁଶ୍ରୀ ସତ୍ଯ ନାରାୟଣ ସମ୍ବଲପୁରୀ ଐତିହ୍ୟ କେନ୍ଦ୍ର ନିର୍ମାଣ କରିବା ପାଇଁ ଅନୁରୋଧ କରାଯାଇ ଥିଲା ।
ସେହିପରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ, ରାଜସ୍ବ ମନ୍ତ୍ରୀ ସୁରେଶ ପୁଜାରୀ, ରାଜ୍ୟ ସଂସ୍କୃତି ମନ୍ତ୍ରୀ ସୁର୍ଯ୍ୟବଂଶୀ ସୁରଜ, ଗ୍ରାମ୍ୟ ଉନ୍ନୟନ ତଥା ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ରେଙ୍ଗାଲିର ପୁର୍ବତନ ବିଧାୟକ ନାଉରୀ ନାୟକ ପ୍ରମୁଖଙ୍କୁ ଭେଟି ସମ୍ବଲପୁରୀ ଦିନରେ ଅତିଥି ଭାବରେ ସାମିଲ ହେବାକୁ ନିମନ୍ତ୍ରଣ କରାଯାଇ ଥିଲା ।
ସୁଚନା ଯୋଗ୍ୟ ଯେ, ଗୁରୁଶ୍ରୀ ବହିଦାରଙ୍କ ଜନ୍ମ ଶତବାର୍ଷିକୀ ବର୍ଷ ୨୦୧୩ ଠାରୁ ପଶ୍ଚିମାଞ୍ଚଲ ଏକତା ମଞ୍ଚ ପକ୍ଷରୁ ସମ୍ବଲପୁରୀ ଦିନ ପାଳନ ଆରମ୍ଭ ହୋଇଥିଲା । ବିଗତ ୧୧ ବର୍ଷ ମଧ୍ୟରେ ଦେଶ ଏବଂ ଦେଶ ବାହାରେ ମଧ୍ୟ ସମ୍ବଲପରୀ ଦିନ ବେଶ ଲୋକପ୍ରୀୟତା ହାସିଲ କରି ପାରିଛି । ତେବେ ସମ୍ବଲପୁରରେ ରାଜ୍ଯ ସ୍ତରୀୟ ସମ୍ବଲପୁରୀ ଦିନ ମହା ସମାରୋହରେ ପାଲିତ ହେଉଥିବା ବେଲେ ଚଲିତ ବର୍ଷ ଏହି ଅବସରରେ ଗୁରୁଶ୍ରୀ ବହିଦାରଙ୍କର ପ୍ରତିମୁର୍ତ୍ତି ସ୍ଥାପନ କରାଯିବାର ଯୋଜନା ରହିଛି ।
ପଶ୍ଚିମାଞ୍ଚଲ ଏକତା ମଞ୍ଚର ଆବାହକ ଭବାନୀଶ ଭୋଇ, ମଞ୍ଚ ର ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସି , ସଂଗଠନ ସଂଯୋଜକ ସୁବୋଧ କୁମାର ଦୋରା ପ୍ରମୁଖ ଅତିଥି ମାନଙ୍କୁ ଭେଟି ନିମନ୍ତ୍ରଣ କରିବା ସହ ସମ୍ବଲପୁରୀ ଭାଷା ସଂସ୍କୃତିର ସୁରକ୍ଷା ସହ ଗୁରୁଶ୍ରୀ ସତ୍ଯ ନାରାୟଣ ବହିଦାର କର ସ୍ମୃତି ର ସୁରକ୍ଷା ପାଇଁ ଆଲୋଚନା କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ