Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମରଣ ଯନ୍ତା ପାଲଟିଛି ରାସ୍ତା…ଅଟକଳ ହୋଇ ମଧ୍ୟ ରାସ୍ତା ନିର୍ମାଣ ହୋଇପାରୁନି

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକ ଠାରୁ ସିଲେଟପଡା ରାସ୍ତା ମରଣଯନ୍ତା ପାଲଟିଛି।ରାସ୍ତା ଟି ୨୦୧୫ ମସିହାରେ ପିଚୁ ରାସ୍ତା ନିର୍ମାଣ ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ମରାମତି କାର୍ଯ୍ୟ କିମ୍ବା ନୂତନ କାର୍ଯ୍ୟ ହେଇପାରି ନ ଥିବାରୁ ରାସ୍ତା ଟି ବିପଦ ପୂର୍ଣ ଅବସ୍ଥାରେ ପଡି ରହିଛି।ଉକ୍ତ ରାସ୍ତା ଦେଇ ଯାତାୟତ କରୁଥିବା ଲୋକେ ପ୍ରତିଦିନ ଦୁର୍ଘଟଣା ଶିକାର ହେଉଥିବା ଅଭିଯୋଗ ହେଉଛି। ଉକ୍ତ ରାସ୍ତା ଦେଇ ପ୍ରତେକ ଦିନ ଭାରିଯାନ ଗୁଡିକ ଯିବା ଆସିବା କରିବା ଫଳରେ ରାସ୍ତା ରେ ବଡ଼ ବଡ଼ ଖାଲଖମାମ ସୃଷ୍ଟି ହୋଇଥିବା ରୁ ଲୋକେ ଯାତାୟତ ରେ ଅସୁବିଧା ଭୋଗ କରୁଥିବା ସମାଜିକ କର୍ମୀ ଚୈତନ୍ୟ ସାହୁ ଅଭିଯୋଗ କରିଛନ୍ତି। ଅନ୍ୟ ପଟେ ରାସ୍ତା ଟି ର ନିର୍ମାଣ ପାଇଁ ପଞ୍ଚାୟତ ଠୁଁ ବ୍ଲକ ଓ ଜିଲ୍ଲା ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ହେ କେହି ଗୁରୁତ୍ୱ ଦେଉନ ଥିବା ଗ୍ରାମ ବାସୀ ଅଭିଯୋଗ କରିଛନ୍ତି। ତେବେ ତତ୍କାଳୀନ ୫ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିୟାନ ଙ୍କୁ କର୍ଲାମୁଣ୍ଡା ଖ ଯୋନ ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ ଉକ୍ତ ରାସ୍ତା ନିର୍ମାଣ ପାଇଁ ଲିଖିତ ଦରଖାସ୍ତ କରିଥିଲେ।ଏଥିରେ ସରକାର ଙ୍କ ଆରଡ଼ି ପକ୍ଷରୁ କୁଶୁର୍ଲା -ସିଲେଟପଡା ରାସ୍ତା ୩.୪୦ କିମି ରାସ୍ତା ନିର୍ମାଣ ପାଇଁ ୧ କୋଟି ୬୦ ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳ ଆକଳନ କରାଯାଇଥିଲେ ମଧ୍ୟ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରୁନଥିବା ସିଲେଟପଡା ଗ୍ରାମ ବାସୀ କହିଛନ୍ତି। ଏନେଇ କେସିଙ୍ଗା ଗ୍ରାମ ଉନ୍ନୟନ ସଂସ୍ଥା(ଆରଡ଼ି)ବିଭାଗରଦାୟିତ୍ୱ ରେ ଥିବା ଯନ୍ତ୍ରୀ ସୋସନ କୁଣ୍ଡୁଲୁ ଙ୍କୁ ପଚାରିବାରୁ ବହୁ ବର୍ଷ ପୂର୍ବେ ଏକ ସ୍ୱତନ୍ତ୍ର କେନ୍ଦ୍ରୀୟ ଅନୁଦାନ ରେ ଉକ୍ତ ରାସ୍ତା ନିର୍ମାଣ କରାଯାଇଥିଲା, ଏବେ ବ୍ଲକ ପକ୍ଷରୁ ଆମ ବିଭାଗ କୁ ରାସ୍ତା ହସ୍ତାନ୍ତର କରାଗଲେ ଆମେ ରାସ୍ତା ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ କରିବୁ ବୋଲି କହିବା ସହ ତତ୍କାଳୀନ ବିଡ଼ିଓ ଙ୍କୁ ରାସ୍ତା ଆମ ବିଭାଗ କୁ ହସ୍ତାନ୍ତର କରିବା ନେଇ ଆଲୋଚନା ହୋଇଥିଲା ବୋଲି କହିଛନ୍ତି। ଏଣୁ କର୍ଲାମୁଣ୍ଡା ବିଡ଼ିଓ ଏଥିପ୍ରତି ଦୃଷ୍ଟି ଦେବାକୁ ଜନ ସାଧାରଣ ଅନୁରୋଧ କରିଛନ୍ତି।