Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାସ୍ତାର ଦୂରାବସ୍ଥା ନେଇ ଦୂର୍ଘଟଣା:୨ ଆହତ

ସମ୍ବଲପୁର: ରାସ୍ତାର ଦୂରାବସ୍ଥା ନେଇ ବାରମ୍ବାର ଘଟୁଛି ଦୂର୍ଘଟଣା।ସେଭଳି ଏକ ଦୂର୍ଘଟଣାର ଖବର ନଜରକୁ ଆସିଛି।ଟାଙ୍ଗରପାଲି ବ୍ରିଜ ଉପରେ ଭାରସାମ୍ୟ ହରାଇ ଏକ ଦୁଇଚକିଆ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇ ବାଇକର ୨ ଆରୋହୀ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।
ସୂଚନା ଅନୁସାରେ ସୋମବାର ଦିନ ରେଙ୍ଗାଲି ଅଞ୍ଚଳର ୨ଜଣ ବ୍ୟକ୍ତି ସମ୍ବଲପୁର କୁ କୈାଣସି କାର୍ଯ୍ୟରେ ଆସିଥିବା ବେଳେ ଅଇଁଠାପାଲି ପଟରୁ ସିନ୍ଦୁରପଙ୍କ ପଟକୁ ଯିବା ବେଳେ ଟାଙ୍ଗରପାଲି ବ୍ରିଜ ଉପରେ ରାସ୍ତାର ଦୁରାବସ୍ଥା ଯୋଗୁ ଭାରସାମ୍ୟ ହରାଇ ଦୁଇଚକିଆ ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ଏହି ଦୁର୍ଘଟଣାରେ ଗାଡି ଚାଳକ ସହ ଗାଡ଼ିରେ ଥିବା ଅନ୍ୟଜଣେ ଆହତ ହୋଇ ରାସ୍ତା ଉପରେ ପଡ଼ି ଯାଇଥିଲେ। ତେବେ ସ୍ଥାନୀୟ ଲୋକଙ୍କ ସ‌ହାୟତାରେ ଆହତଙ୍କୁ ଚିକିତ୍ସା ପାଇଁ ମେଡିକାଲ ନିଆଯାଇଥିବା ବେଳେ ଅଇଁଠାପାଲି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇଚକିଆ ଗାଡିକୁ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ