Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆସନ୍ନ ମରୁଡି ଆଶଙ୍କା:ଯୁଯୋମୁରା ବ୍ଲକ୍ କୁ ଗଜା ମରୁଡି ବ୍ଲକ୍ବାବେ ଘୋଷଣା କରିବାକୁ କୃଷି ଅଧିକାରୀଙ୍କୁ ଦାବିପତ୍ର

ସମ୍ବଲପୁର:ସଦର ଉପଖଣ୍ଡ ର ଜୁଯୁମୁରା ବ୍ଲକ ର ଅଧିକାଂଶ ଚାଷ ଜମି ଅଣଜଲସେଚିତ ଓ ଏଠାରେ ଖରିଫ ଚାଷ ସମ୍ପୂର୍ଣ୍ଣ ରୂପେ ବର୍ଷା ଜଲ ଉପରେ ନିର୍ଭରଶିଳ l କିନ୍ତୁ ବର୍ତ୍ତମାନ ଜୁଲାଇ ମାସ ର ଶେଷ ସୁଦ୍ଧା ମଧ୍ୟ ସ୍ୱଳ୍ପ ବୃଷ୍ଟପାତ ଯୋଗୁଁ ଅଧିକାଂଶ ଜାଗା ରେ ଚାଷ କାମ ଆଗେଇ ପାରୁନାହିଁ ଏବଂ ଗଜା ମରୁଡି ର ସମ୍ଭାବନା ସୃଷ୍ଟି କଲାଣି l ପଲହା ଘାରି ରେ ପଲହା ଗୁଡିକ ପାଣି ଅଭାବ ରୁ ରୁଗଣ ଅବସ୍ଥା କୁ ଆସିଯାଇଥିବା ବେଲେ ବୁଣା ଖେତ ରେ ମାଟି ଫାଟି ଆଁ କଲାଣି l ଏଠାରେ ପୁଣି ଚାଷୀ ମାନେ ଆର୍ଥିକ ଦୃଷ୍ଟି ରୁ ଦୁର୍ବଳ l ଏଭଳି ସଙ୍କଟ ମୟ ସଙ୍ଗିନ ପରିସ୍ଥିତିରେ ବିଶେଷ ରୂପେ ଆସନ୍ନ ମରୁଡି ଚାଷୀ ମାନଙ୍କୁ ମାନସିକ ଚାପଗ୍ରସ୍ତ କରାଇ ଗଭୀର ଭାବରେ ନିରାଶା ଭିତରକୁ ଠେଲି ଦେଇଛି l
ତେଣୁ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ଜୁଯୁମୁରା ବ୍ଲକ କୁ ଗଜା ମରୁଡି ବ୍ଲକ ଘୋଷଣା କରିବା ପାଇଁ ଅନୁରୋଧ କରାଯାଇ ଆଜି ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।
ଏହା ବାଦ ସାର କଳାବଜାରୀ ରୋକିବା ପାଇଁ ଉଚିତ ପଦକ୍ଷେପ ନେବା ପାଇଁ ମଧ୍ୟ ଅନୁରୋଧ କରିବା ସହିତ ଅଣଋଣି ଓ ଭାଗଚାଷୀ ମାନେ କିପରି ସଠିକ ମୂଲ୍ୟ ରେ ସାର ପାଇ ପାରିବେ ସେଥିପ୍ରତି ଦୃଷ୍ଟି ଦେବା ପାଇଁ ଅନୁରୋଧ କରାଯାଇଥିଲା।ଚାଷୀ ନେତା ତଥା ଭାରତୀୟ ଜନତା ପାର୍ଟିର ସମ୍ବଲପୁର ଜିଲ୍ଲା ପୁର୍ବତନ ଜିଲ୍ଲା ସଭାପତି ଓ ଜୟ ଦୂର୍ଗା ଚାଷୀ ସଂଗଠନ ପକ୍ଷରୁ ମୃତ୍ୟୁଞ୍ଜୟ ପାଣିଗ୍ରାହୀଙ୍କ ନେତୃତ୍ୱରେ ନନ୍ଦିକେଶ ସାହୁ, ରୁଦ୍ରପ୍ରସନ୍ନ ବଡ଼ପଣ୍ଡା, ବିରେନ ଦୀପ, ପୁର୍ଣ୍ଣ ରୋହିଦାସ ପ୍ରମୁଖ ଚାଷୀମାନେ ଏହି ସମୟରେ ଉପସ୍ଥିତ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ