Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଉଁସେନାମୁରା ଗ୍ରାମବାସୀ ଦୁଃଖ ଜଣାଇଲେ ଜିଲ୍ଲାପାଳଙ୍କୁ

ସମ୍ବଲପୁର:ଶୁକ୍ରବାର ଦିନ ମାନେଶ୍ୱର ବ୍ଲକ ତଥା ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଉଁସେନମୁରା ଗ୍ରାମବାସୀ ସିଲିଂ ଜମି ସମସ୍ୟା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ଵାରସ୍ଥ ହୋଇଛନ୍ତି। ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଦାବିପତ୍ର ପ୍ରଦାନ କରି କହିଛନ୍ତି ଯେ ବହୁବର୍ଷ ପୁର୍ବରୁ ଗ୍ରାମବାସୀ ମାନଙ୍କୁ ସରକାର ସିଲିଂ ଜମି ଦେଇଥିବା ବେଳେ ଲୋକେ ଘର କରି ରହି ଆସୁଛନ୍ତି। ତେଣେ ବର୍ତ୍ତମାନ ଚକବନ୍ଦୀ ବ୍ୟବସ୍ଥା ହେବାପରେ ଲୋକେ ବର୍ଷ ବର୍ଷ ଧରି ରହି ଆସୁଥିବା ଜମି ହରାଇବାର ସମସ୍ୟା ଦେଖାଦେଇପାରେ। ଏଣୁ ଜିଲ୍ଲା ପ୍ରଶାସନ ବାଉଁସେନମୁରା ଗ୍ରାମବାସୀଙ୍କ ସିଲିଂ ଜମି ସମସ୍ୟା ସମାଧାନ ନେଇ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଦାବିପତ୍ର ମାଧ୍ୟମରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ