Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସୋନପୁର ଜିଲ୍ଲା ର ବୁଣାକାର ରସlନନ୍ଦ ମେହେର , ଉତ୍ତମ ଏବଂ ଶ୍ଯାମ ସୁନ୍ଦର ମେହେର ପାଇବେ ଜାତୀୟ ହସ୍ତତନ୍ତ ପୁରସ୍କାର

ସୋନପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ର ତିନି ଜଣ ବାନ୍ଧ ଶିଳ୍ପି ଜାତୀୟ ହସ୍ତତନ୍ତ ପୁରସ୍କାର ରେ ସମ୍ମାନିତ ହେବେ I ସେମାନେ ହେଲେ ବୀରମହାରାଜପୁର ବ୍ଲକ ଟିକରାପଡ଼ା ଗ୍ରାମ ବୁଣାକାର ବୃତ୍ତି କୁ ଜୀବନ୍ୟାସ ଦେଇଥିବା ବାନ୍ଧ ଶିଳ୍ପି 65 ବର୍ଷୀୟ ରସାନନ୍ଦ ମେହେର , ସୋନପୁର ପଟାଭାଡି ର ବାନ୍ଧ ଡିଜାଇନର୍ ଶ୍ଯାମ ସୁନ୍ଦର ମେହେର ଏବଂ ନିଖୁଣ ବାନ୍ଧ ଶିଳ୍ପି ସାଗର ପାଲି ଗ୍ରାମ ଉତ୍ତମ କୁମାର ମେହେର 41 (ବର୍ଷ) I ହସ୍ତତନ୍ତ କଳାରେ ନିପୁଣତା ପାଇଁ ଆସନ୍ତା ଅଗଷ୍ଟ 7 ତାରିଖ ରେ ଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ତିନି ବାନ୍ଧ ଶୀଳ୍ପି ଙ୍କୁ ପୁରସ୍କୃତ କରିବେ ବୋଲି କେନ୍ଦ୍ର ସରକାର ଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି l