Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୋଲିସ ବନ୍ଧୁକରୁ ଗୁଳି ଫୁଟି ପିଏସଓ ଙ୍କ ସମେତ ୨ମୃତ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଗତକାଲି ସନ୍ଧ୍ୟା ପ୍ରାୟ ୫.୩୦ ବେଳେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଭଣ୍ଡାର ପଞ୍ଚାୟତ ଅଧୀନସ୍ତ ଚୁଲିମାଲ ଗ୍ରାମରେ ଗୁଳିକାଣ୍ଡ ଘଟିଛି। ଏହି ଗୁଳିମାଡ଼ରେ ସୋନପୁର ବିଧାୟକଙ୍କ ପିଏସଓ ଙ୍କ ସମେତ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ଦୁଇଜଣ ହେଲେ ପିଏସଓ ମନୋଜ ଝାଙ୍କର ଓ ଶେଷଦେବ ଝାଙ୍କର। ଏହି ଘଟଣା ପ୍ରଘଟ ହେବାପରେ ତୁରନ୍ତ ଆମ୍ବୁଲାନ୍ସକୁ ଖବର ଦିଆଯାଇ ଉଭୟଙ୍କୁ ଚିକିତ୍ସା ପାଇଁ ସନ୍ଧ୍ୟା ପ୍ରାୟ ୭ ଘଣ୍ଟା ସମୟରେ ବିନିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ବେଳେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ସୂଚନା ଯୋଗ୍ୟ ଯେ ମନୋଜ ଏବଂ ଶେଷଦେବ ଉଭୟ କାକା ପୁଅ ଭାଇ ଅଟନ୍ତି। କେଉଁ କାରଣରୁ ଏଭଳି ଦୁଃଖଦ ଘଟଣା ଘଟିଲା ତାହା ସ୍ପଷ୍ଟ ହୋଇପାରିନାହିଁ। କିନ୍ତୁ ଗତକାଲି ଚୁଲିମାଲ ଗାଁ ମୁଣ୍ଡରେ ଥିବା ଏକ ଫାର୍ମ ରେ ପିଏସଓ ମନୋଜ ଝାଙ୍କର କାକା ପୁଅ ଶେଷଦେବ ଓ ଆଉ ଚାରି ଜଣ ସାଙ୍ଗ ମିଶି ଭୋଜି ଭାତ କରିଥିଲେ। ତାହା ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିଥିବା ବେଳେ ମନୋଜ ପୋଲିସ ରେ ବିଧାୟକ ନିରଞ୍ଜନ ପୂଜାରୀଙ୍କ ପିଏସଓ ଥିବାରୁ ସେହି ପାଖକୁ ଗ୍ରାମବାସୀ କେହି ଯାଇ ନ ଥିଲେ କିନ୍ତୁ ସନ୍ଧ୍ୟା ୫.୩୦ ବେଳେ ଉଭୟଙ୍କ ଗୁଳିବିଦ୍ଧ ମୃତ ଦେହ ଗ୍ରାମ ମୁଣ୍ଡରେ ଥିବା ପଡିଆ ରେ ପଡ଼ିଥିଲା।ଘଟଣାସ୍ଥଳରେ ମନୋଜଙ୍କ ସର୍ଭିସ ରିଭଲଭର ଓ ଏକ ଅଫୁଟା ଗୁଳି ପଡ଼ିଥିବା ବେଳେ କେଉଁ ପରିସ୍ଥିତିରେ ଗୁଳି ଫୁଟିଲା ? କିଏ କାହିଁକି ଗୁଳି ଚଳାଇଲା ତାହା ଜଣାପଡ଼ି ନାହିଁ। ଖବର ପାଇ ବିନିକା ପୋଲିସ ଘଟଣାସ୍ଥଳରୁ ଉଭୟଙ୍କ ମୃତ ଦେହ ଉଦ୍ଧାର କରିଥିବା ବେଳେ ସୁବର୍ଣ୍ଣପୁର ଏସପି ୟସ ପ୍ରତାପ ଶ୍ରୀମାଲ, ଏସଡିପିଓ ପ୍ରତାପ କେଶରୀ ତ୍ରୀପାଠୀ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ କରୁଥିବା ବେଳେ ରାତି ୯ଟାରେ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ବିନିକାରେ ପହଞ୍ଚିଛନ୍ତି। ଅପରପକ୍ଷେ ଘଟଣା ସମ୍ପର୍କରେ କେହି ମଧ୍ୟ ମୁହଁ ଖୋଲୁ ନାହାନ୍ତି। ଏଣେ ପୁଲିସ ସମ୍ପୃକ୍ତି ରହୁ ଥିବାରୁ ଏନେଇ ପୁଲିସ ମଧ୍ୟ ମନା କରିଦେଇ ତଦନ୍ତ ଚାଲୁଥିବା ଓ ଅତି ଶୀଘ୍ର ଘଟଣା ଜଣାପଡ଼ିବା ନେଇ ସୂଚନା ଦେଇଛି।