ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ପୋଲିସ ଓ ପ୍ରଶାସନ ର ସମନ୍ଵୟ ବୈଠକ


ସୋନପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ବିଭାଗୀୟ ଅଧିକାରୀ ଙ୍କୁ ନେଇ ସୁବର୍ଣ୍ଣପୁର ଜିଲ୍ଲାପ୍ରଶାସନ ଓ ପୋଲିସ ପ୍ରଶାସନ ର ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସମନ୍ୱୟ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ ଅଧ୍ୟକ୍ଷତା କରି ଜିଲ୍ଲାର ବିଭିନ୍ନ ବିଭାଗର ଉନ୍ନୟନ କାର୍ଯ୍ୟକ୍ରମ କୁ ସ୍ୱଛତା ର ସହ ସମ୍ପାଦନ କରିବାକୁ ପରାମର୍ଶ ଦେଇଛନ୍ତି l ଏହି ସମନ୍ୱୟ ବୈଠକରେ ସେ ଜିଲ୍ଲା ପ୍ରଶାସନ ସହ ପୋଲିସ ପ୍ରଶାସନର ସମନ୍ୱୟ ରକ୍ଷା କରି ତ୍ୱରିତ ଭାବେ ବକେୟା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବାକୁ ଗୁରତ୍ୱାରୋପ କରିଥିଲେ l ବିଶେଷ କରି ରାଜସ୍ବ , ଜଙ୍ଗଲଜମି , ଅନୁସୂଚିତ ଜାତି ଓ ଜନଜାତି ସମ୍ପର୍କିତ କାର୍ଯ୍ୟ କୁ ସୁ ସମନ୍ୱୟ ରକ୍ଷା ପୂର୍ବକ ସମ୍ପାଦନ ସହ ଜନସାଧାରଣଙ୍କୁ ସେବା ପହଞ୍ଚାଇବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ l ଏହି ବୈଠକରେ ପୋଲିସ ପ୍ରଶାସନ ପକ୍ଷରୁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବୀରେନ୍ଦ୍ର କୁମାର ନାୟକ ଙ୍କ ସହ ସମସ୍ତ ଥାନା ଅଧିକାରୀ ଉପସ୍ଥିତ ରହିଥିଲେ l ସେହିପରି ଜିଲ୍ଲାପ୍ରଶାସନ ତରଫରୁ ଉପଜିଲ୍ଲାପାଳ ସୋନପୁର ସୂରଜ ପଟ୍ଟନାୟକ , ଉପଜିଲ୍ଲାପାଳ ବୀରମହାରାଜପୁର ଲଲାଟେନ୍ଦୁ ସି , ସମସ୍ତ ତହସିଲଦାର , ଜିଲ୍ଲା ଯୋଗାଣ ଅଧିକାରୀ ସୁରେଶ ପାଣିଗ୍ରାହୀ , ଡି ଡବ୍ଲୁ ଓ ଅଚ୍ୟୁତାନନ୍ଦ ସିଂ, ଆର ଟି ଓ ଅକ୍ଷୟ କୁମାର ଜେନା , ଟି ପି ଡବ୍ଲୁ ଓ ଡି ଏଲ ନିର୍ବାହୀ ଯନ୍ତ୍ରୀ ଅଶୋକ ମିଶ୍ର , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ଡେପୁଟି କଲେକ୍ଟର (ନ୍ୟାୟିକ ଶାଖା ) କେ ରିଚି କୁମାର, ବରିଷ୍ଠ କିରାଣୀ ଦିନେଶ ମିଶ୍ର ସହ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ, ରାଜସ୍ବ ଅଧିକାରୀ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l