Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁକ୍ତ ସମାଜ ଗଠନ ପାଇଁ ସଚେତନତା ସଭା

ସମ୍ବଲପୁର /କୁଚିଣ୍ଡା :ମଣିଷ ନିଶାଗ୍ରସ୍ତ ହୋଇ ନିଜ ଉପରୁ ନିୟନ୍ତ୍ରଣ ହରାଇ ଶେଷରେ ଶୀତଳ ମୃତ୍ୟୁର ଦ୍ଵାର ଦେଶରେ ପହଞ୍ଚି ମୃତ୍ୟୁ ସହିତ ସଂଗ୍ରାମ କରିଥାଏ। ନିଶା ଦ୍ରବ୍ୟ ଗୁଡ଼ିକର ବହୁଳ ବ୍ୟବହାର ବର୍ତ୍ତମାନ ସମାଜରେ ଦେଖିବାକୁ ମିଳୁଛି। ତେବେ ଏହି ପରିପ୍ରେକ୍ଷୀରେ କୁଚିଣ୍ଡା ମହାବିଦ୍ୟାଳୟ IQAC ତରଫରୁ କଲେଜ ପରିସରରେ ଅଭିଯାନ ଆରମ୍ଭ ହୋଇନିଶାଯାଇଛି। ଅଳ୍ପ ବୟସରୁ ନିଶାସକ୍ତ ହୋଇ ବାଳକ ବାଳିକାମାନେ ବିପଥଗାମୀ ହୋଇଛନ୍ତି। ତେଣୁ ମହାବିଦ୍ୟାଳୟରେ ଅଧ୍ୟକ୍ଷା ସୁଚିତ୍ରା ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ , ଅଧ୍ୟାପିକା ତଥା କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ନିଶାମୁକ୍ତ ସମାଜ ଗଠନ ଦିଗରେ ମୁଖ୍ୟ ବାହକ ହେବେ ବୋଲି ଶପଥ ଗ୍ରହଣ କରିଥିଲେ। ଏହା ପରେ ଦ୍ଵିତୀୟ ପର୍ଯ୍ୟାୟରେ ଏକ ପାଠଚକ୍ରର ଆୟୋଜନ କରାଯାଇଥିଲା । ପ୍ରାଣୀ ବିଜ୍ଞାନ ବିଭାଗ ଅଧ୍ୟାପିକା ସୁଷମା କର ‘ ଡ୍ରଗ୍ ଏବ୍ୟୁଜ୍ ଏଣ୍ଡ ରିପଲ୍ ଇଫେକ୍ଟ ‘ / ‘ ନିଶା ଦ୍ରବ୍ୟର ବ୍ୟବହାର ଓ ତା’ ର କୁପରିଣାମ ଶୀର୍ଷକରେ ଏକ ନିବନ୍ଧ ଉପସ୍ଥାପନ କରିଥଲେ। ନିଶା ନିବାରଣ ଉପରେ ଆୟୋଜିତ ପ୍ରତିଯୋଗିତାରେ କୃତୀ ପ୍ରତଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ IQAC ସଂଯୋଜିକା ସୁଭଦ୍ରା ଦାସ ପରିଚାଳନା କରିଥିବାବେଳେ , ପଦାର୍ଥ ବିଜ୍ଞାନ ଅଧ୍ୟାପକ ଟିକେଶ୍ୱର୍ ଘୁଗର ଧନ୍ୟବାଦ୍ ଅର୍ପଣ କରିଥିଲେ। ମାଦକ ଦ୍ରବ୍ୟର କୁପରିଣାମ ସମ୍ପର୍କରେ ସମାଜକୁ ସଚେତନ କରାଇବା ଏକ ବିରାଟ ଆହ୍ବାନ ଏବଂ ଏହି ଆହ୍ଵାନରେ ମହାବିଦ୍ୟାଳୟର ସମସ୍ତେ ଅଧ୍ୟାପକ ଅଧ୍ୟାପିକା ତଥା ଛାତ୍ରଛାତ୍ରୀ ଯୋଡ଼ି ହୋଇ ସଫଳ କରିଥିଲେ।