ସମ୍ବଲପୁର:ଆଜି ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ତରଫରୁ ପିଲାଙ୍କ ପାଇଁ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ର ଉନବିଂଶ ସପ୍ତାହ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଲାଇବ୍ରେରି ର ନିଜସ୍ୱ ପ୍ରେକ୍ଷାଳୟରେ ସମାପିତ ହୋଇଯାଇଛି।ପ୍ରଥମ ଅଧିବେଶନ ପୂଜାର୍ଚ୍ଚନା ଓ ପ୍ରାର୍ଥନା ପରେ ଡାକ୍ତର ଜୟଦେବ ମେହେର ଙ୍କ ଯୋଗଶିକ୍ଷା ରୁ ଆରମ୍ଭ ହୋଇଥିଲା।ପ୍ରଶିକ୍ଷଣ ର ଦ୍ଵିତୀୟ ପର୍ଯ୍ୟାୟ କୁ ଆରମ୍ଭକରି ଜୀବନ ରେ ନିଜ ଗୋଡ଼ ରେ ଠିଆ ହୋଇ ସମାଜ ରେ କିପରି ପ୍ରତିଷ୍ଠିତ ହୋଇପାରନ୍ତି ସେ ବିଷୟ ରେ ବିଭିନ୍ନ ଉଦାହରଣ ସହ ପିଲାଙ୍କ ସହ ପ୍ରତକ୍ଷ ଆଲୋଚନା କରିଥିଲେ ସ୍ଥାନୀୟ ଆଇ.ଆଇ.ଏମ ର ପ୍ରଫେସର ଭୈରଭ ଇଣ୍ଟରପେନର୍ସିପ ର ଆବଶ୍ୟତା ଉପରେ ପିଲାଙ୍କୁ ବୁଝେଇଥିଲ। ପରେ ପରେ ଆ. ଆଇ.ଏମ ତରଫରୁ ପ୍ରେରିତ ୧୧ ଜଣ ଛାତ୍ରଛାତ୍ରୀ ଲାଇବ୍ରେରୀ ର ପ୍ରଶିକ୍ଷାର୍ଥୀ ମାନକୁ ନେଇ ୧୧ ଗୋଟି ଦଳ ରେ ଇଣ୍ଟରପେନର୍ସିପ ର ପ୍ରକଳ୍ପ ଉପରେ ପିଲାଙ୍କୁ ଇଣ୍ଟରପେନର୍ସିପ ଉପରେ ଧାରଣା ଦେଇ ଆଗାମୀ ଦିନ ଏ ଦିଗରେ ପ୍ରକଳ୍ପ ପ୍ରସ୍ତୁତି ପାଇଁ ସୂଚନା ପ୍ରଦାନ କରିଥିଲେ। ସମଗ୍ର କାର୍ଯ୍ୟକ୍ରମ କୁ ସଞ୍ଚାଳକ ରାଜେନ୍ଦ୍ର ପଣ୍ଡା ପରିଚାଳନା କରିଥିବା ବେଳେ ଶ୍ରୀ ବିଜୟ କୁମାର ସାହୁ ଓ ଗୋଳକ ବିହାରୀ ମିଶ୍ର ସହଯୋଗ କରିଥିଲେ ପ୍ରଶିକ୍ଷଣ ଶିବିର ରେ ପ୍ରୋଫାସର ଅଦିତ୍ୟ ପ୍ରସାଦ ପାଢ଼ୀ, ଶଙ୍କର ପତି,ପୃଥୀରାଜ ମିଶ୍ର,କାମଦେବ ସାହୁ,ସୁଶାନ୍ତ ଗୁରୁ,ଓ ରଘୁନାଥ ମିଶ୍ର ଙ୍କ ସମେତ ଅନେକ ବୁଦ୍ଧିଜୀବୀ ଓ ଅବିଭାବକ ଉପସ୍ଥିତ ଥିଲେ।ଜାତୀୟ ସଙ୍ଗୀତ ପରେ କାର୍ଯ୍ୟକ୍ରମ ର ସମାପ୍ତି ଘଟିଥିଲା।ଆଜିର ଶିବିରରେ ୧୪ ଟି ହାଇସ୍କୁଲ ରୁ ମୋଟ ୪୧ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥଲେ।