Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜନ୍ମାଷ୍ଟମୀ ରେ ଉତ୍ସଵ ମୁଖର ସରସ୍ଵତୀ ଶିଶୁ ମନ୍ଦିର, ରାଧାକୃଷ୍ଣ ବେଶ ରେ ସଜ୍ଜିତ ହେଲେ ଛାତ୍ରଛାତ୍ରୀ।

କଳାହାଣ୍ଡି:୨୬/୦୮
ଜନ୍ମାଷ୍ଟମୀ ରେ ନନ୍ଦଲାଲା ଶ୍ରୀକୃଷ୍ଣ ଙ୍କ ଜନ୍ମଦିନ ପାଇଁ ଉତ୍ସଵ ମୁଖର ପରିବେଶ। ପବିତ୍ର ଜନ୍ମାଷ୍ଟମୀ ପାଇଁ ଉତ୍ସଵ ମୁଖର ହୋଇ ପଡିଛି ଗାଁ ଠୁ ସହର । କୋକସରା ବ୍ଲକ ରେଥିବା ବିଭିନ୍ନ ସରସ୍ଵତୀ ଶିଶୁ ମନ୍ଦିର ରେ ଜନ୍ମାଷ୍ଟମୀ ପାଳନ କରାଯାଇଛି। ସୋମବାର ସକାଳୁ ସକାଳୁ ଶିଶୁ ମନ୍ଦିର ର କୁନି କୁନି ଛାତ୍ରଛାତ୍ରୀ ମାନେ ରାଧାକୃଷ୍ଣ ବେଶରେ ସୁସଜ୍ଜିତ ହୋଇ ପହଞ୍ଚିଥିଲେ। ଶିଶୁ ମନ୍ଦିର ରେ ଛାତ୍ରଛାତ୍ରୀ ଙ୍କୁ ସ୍ୱାଗତ କରିବା ସହ ଜନ୍ମାଷ୍ଟମୀ ଉତ୍ସବ ପାଳନ କରାଯାଇଛି।ଜନ୍ମାଷ୍ଟମୀ ପାଳନ କାର୍ଯ୍ୟକ୍ରମ ପ୍ରଧାନ ଆଚାର୍ଯ୍ୟ ଭବାନୀ ଶଙ୍କର ବେହେରା ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଶିକ୍ଷାବିଦ ମିନିକେତନ ପ୍ରଧାନୀ,ତହସିଲ କର୍ମଚାରୀ ଅମୀୟ ପ୍ରଧାନୀ,ସମ୍ପାଦକ ସୁନୀଲ କୁମାର ପ୍ରଧାନୀ ଉପସ୍ଥିତ ରହି ଜନ୍ମାଷ୍ଟମୀ ଦିବସ ର ବିଭିନ୍ନ ପୌରାଣିକ ଦିଗ ଓ ଏହାର ଆଜିର ସମାଜ ରେ କଣ ଗୁରୁତ୍ୱ ରହିଛି ସେ ନେଇ ଶିକ୍ଷାନୁଷ୍ଠାନ ର ପ୍ରଧାନ ଆଚାର୍ଯ୍ୟ ଗୁରୁଜୀ ଗୁରୁମା ମାନେ ପିଲାଙ୍କୁ ଉପଦେଶ ଦେଇଛନ୍ତି। ଏହି ଅବସର ରେ ରାଧାକୃଷ୍ଣ ବେଶ ପ୍ରତିଯୋଗିତା।ଅନୁଷ୍ଠିତ ହୋଇଥିଲା। ଗୁରୁଜୀଖଗେଶ୍ବର ରଣା,ଗୁରୁମା ମାଧୁରୀ ମୁଣ୍ଡ, ଅନୁପମା ପଟ୍ଟନାୟକ, ରଶ୍ମିତା ପଟ୍ଟନାୟକ,ସୁଜାତା ପଟ୍ଟନାୟକ, ଜୟଶ୍ରୀ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଗୁରୁଜୀ ଧର୍ମରାଜ ସାହୁ ମଞ୍ଚ ପରିଚାଳନା କରିଥିଲେ। ସେହିପରି ବ୍ଲକ ର କୋକସରା, କୁସୁମଖୁଣ୍ଟି, ଲଡୁଗାଁ, କାଉଡୋଳା,ଆମପାଣି ସରସ୍ଵତୀ ଶିଶୁ ମନ୍ଦିର ରେ ଜନ୍ମାଷ୍ଟମୀ ଉତ୍ସଵ ମହା ଆଡମ୍ବରରେ ପାଳନ ହୋଇଯାଇଛି।
ରିପୋର୍ଟ-ସନତ ପ୍ରଧାନୀ

More Stories