Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆମପାଣି ମଣ୍ଡଳ ରେ ବିଜେପି ର ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମ ଆରମ୍ଭ।

କଳାହାଣ୍ଡି:୨୮/୦୮
ଭାରତୀୟ ଜନତା ପାର୍ଟି ପକ୍ଷରୁ ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ମଣ୍ଡଳ ପକ୍ଷରୁ ମଙ୍ଗଳବାର ଡୁଡୁକାଠେଙ୍ଗା ପଞ୍ଚାୟତ ଧାନ ମଣ୍ଡି ରେ ସଭ୍ୟ ସଂଗ୍ରହ ପାଇଁ ମଣ୍ଡଳ ସଭାପତି ଅର୍ଜୁନ ଭାଟି ଙ୍କ ସଭାପତିତ୍ୱ ରେ ଜିଲ୍ଲା ବିଜେପି ସଂଯୋଜକ ଗୋଦାବରୀଶ ପାତ୍ର ଯୋଗଦେଇ ଆମପାଣି ମଣ୍ଡଳ ର ୮ ଗୋଟି ପଞ୍ଚାୟତ ରୁ ଏକତ୍ରିତ ହୋଇଥିବା ଶତାଧିକ ବିଜେପି କର୍ମକର୍ତ୍ତା ଙ୍କୁ ସ୍ୱାଗତ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର।ମୋଦି ଙ୍କ ନେତୃତ୍ୱରେ ବିକଶିତ ଭାରତ ଗଠନ କରିବାରେ ସମସ୍ତେ ବିଜେପି ର ସଦସ୍ୟତା ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମ ରେ ମଣ୍ଡଳ ସାଧାରଣ ସମ୍ପାଦକ, ସନ୍ତୋଷ ମାଝୀ ଓ ମଧୁବନ ପାତ୍ର ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଭଜମନ ନାଏକ,ବରିଷ୍ଠ କର୍ମୀ ବନମାଳୀ ବାଗ ପୂର୍ବତନ ମଣ୍ଡଳ ସଭାପତି ଘନଶ୍ୟାମ ନାଏକ, ସନାତନ ସୁନାନୀ,ତୁଲାରାମ ନାଏକ,ମକରନ ବାଗ,ଟଙ୍କ ନାଏକ ମହିଳା ନେତ୍ରୀ ଧରିତ୍ରୀ ବାଗ ସମେତ ଶତାଧିକ କର୍ମକର୍ତ୍ତା ଓ କର୍ମି ଉପସ୍ଥିତ ରହି ବିଜେପି ର ସଦସ୍ୟତା ଗ୍ରହଣ କରିଥିଲେ।
ରିପୋର୍ଟ_ସନତ ପ୍ରଧାନୀ

More Stories