Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ଧର୍ମଗଡ ଠାରେ ଯୋଗ ପ୍ରଶିକ୍ଷଣ ଓ ରକ୍ତଦାନ ଶିବିର ଅନୁଷ୍ଠିତ ।

କଳାହାଣ୍ଡି:୩୧/୦୮
କଳାହାଣ୍ଡି ଜିଲ୍ଲା ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପାରିଷଦ ପକ୍ଷରୁ ଧର୍ମଗଡ ଶିଶୁ ପ୍ରମୋଦ ଉଦ୍ୟାନ ଠାରେ ଯୋଗ ପ୍ରଶିକ୍ଷଣ ଓ ଏନଏସି କାର୍ଯ୍ୟାଳୟ ରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଏଥିରେ ଧର୍ମଗଡ ନଗରପାଳ ଅଶୋକ ମହାନ୍ତି, ଉପାଧ୍ୟକ୍ଷ ମନୀଷା ମିଶ୍ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଚନ୍ଦ୍ରକାନ୍ତ ବେହେରା, ବରିଷ୍ଠ କିରାଣୀ ରବୀନ୍ଦ୍ର ନାଥ ପରିଡା,ସ୍ୱଚ୍ଛ ପରିମଳ ଅଧିକାରୀ ଅଭିନନ୍ଦନ ପ୍ରଧାନ, ସ୍ୱଚ୍ଛ ସାଥି, ଏବଂ ଏନଏସି କର୍ମଚାରୀ ଉପସ୍ଥିତ ଥାଇ ଯୋଗ ପ୍ରଶିକ୍ଷଣ ନେଇଥିଲେ। ଏଥିରେ ଯୋଗ ପ୍ରଶିକ୍ଷକ ଭାବରେ ଶିଶିର ମେହେର ଯୋଗ ଦେଇ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିବା ସହିତ ଯୋଗ ହେଉଛି ଭାରତୀୟ ଦର୍ଶନ ଓ ଜ୍ଞାନପୁଞ୍ଜି ର ଏକ ଅନୁଭୂତିସିଦ୍ଧ ବିଭବ।ଯୋଗ କେବଳ ଆସନ, ପ୍ରାଣାୟମ, ଏବଂ ବ୍ୟାୟାମ ନୁହଁ।ଏହା ଏକ ସୁସ୍ଥ ଓ ସମାହିତ ଜୀବନ ଶୈଳୀ।ଯୋଗ ବ୍ୟକ୍ତି ର ମାନସିକ ଓ ଶାରୀରିକ ସନ୍ତୁଳନ ରକ୍ଷା କରିବା ସହ ତାର ରୋଗ ପ୍ରତିରୋଧକ ଶକ୍ତି ଓ କାର୍ଯ୍ୟ ଦକ୍ଷତା ବଢ଼ାଇଥାଏ।ଯୋଗ କରିବା ଦ୍ୱାରା ସୁସ୍ଥ ଓ ଆତ୍ମବଳ ବୃଦ୍ଧି ନିରାମୟ ଜୀବନ ର ମୂଳ ମନ୍ତ୍ର ବୋଳି ପରାମର୍ଶ ଦେଇଥିଲେ। ସେହିପରି
ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ଶଶୀଧର ମଙ୍ଗରାଜ,ସସ୍ମିତା ମାଝୀ, ପ୍ରତିମା ସେନା, ପଙ୍କଜ କୁମାର ବିଶି, ଦୁଷ୍ମନ୍ତ ସେନା ସମେତ ଅନ୍ୟାନ୍ୟ ରକ୍ତଦାତା ରକ୍ତଦାନ କରିଥିଲେ। ବରିଷ୍ଠ କିରାଣୀ ରବୀନ୍ଦ୍ର ନାଥ ପରିଡା,ସ୍ୱଚ୍ଛ ପରିମଳ ଅଧିକାରୀ ଅଭିନନ୍ଦନ ପ୍ରଧାନ, କାଉନସିଲର, ସ୍ୱଚ୍ଛ ସାଥି, ଏବଂ ଏନଏସି କର୍ମଚାରୀ ସହଯୋଗ କରିଥିଲେ। ଶିବିର ରେ ରକ୍ତ ଭଣ୍ଡାର ର ନିଗମାନନ୍ଦ ଗୋପାଳ, ଗଜାନନ ବେହେରା ରକ୍ତ ସଂଗ୍ରହ ରେ ସହଯୋଗ କରିଥିଲେ।
ରିପୋର୍ଟ_ସନତ କୁମାର ପ୍ରଧାନୀ

More Stories