Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେଆଇନ ଭାବେ କାଠ ଚାଲାଣ ବେଳେ ଟ୍ରକ ଜବତ,ଡ୍ରାଇଭର, ହେଲ୍ପର ସହ କାଠ ବେପାରୀ କୋର୍ଟ ଚାଲାଣ।

କଳାହାଣ୍ଡି:୩୧/୦୮
କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ବାନେର ମା ଡୋକରି ପୀଠ ପରିସରରେ ଥିବା ଛୋଟ ଜଙ୍ଗଲରୁ ଜଙ୍ଗଲ ବିଭାଗର ବିନା ଅନୁମତି ମୂଲ୍ୟବାନ ଗଛ କାଟିବା ବେଳେ ବନ ବିଭାଗ ପକ୍ଷରୁ ଚଢ଼ାଉ କରି ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।ସେମାନେ ହେଲେ ଟ୍ରକ ଡ୍ରାଇଭର ଛତିଶଗଡ଼ ରାଜ୍ୟ ଗୋରିଆବନ୍ଦ ଜିଲ୍ଲା ଗୌରଘାଟ ଗାଁର ମହେଶ କୁମାର ନଗେଶ (୨୩) , ହେଲ୍ପର ଛତିଶଗଡ଼ ରାଜ୍ୟ ଗୋରିଆବନ୍ଧ ଜିଲ୍ଲା କୋଇବା ଗାଁର ତିକମଓଟି(୧୯) ଓ କାଠ ବେପାରୀ କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ତେନ୍ତୁଳିଖୁଣ୍ଟି ଗାଁର ରାମକୃଷ୍ଣ ପଟେଲ(୫୫)ଏ ନେଇ ଜୟପାଟଣା ବନ ବିଭାଗ କାର୍ଯ୍ୟାଳୟ ର କେଶ ନମ୍ବର ୭୫/୨୦୨୪-୨୫ ରେ ମାମଲା ରୁଜୁ କରି ଓଡିଶା ଜଙ୍ଗଲ ଉଲଂଘନ ଆଇନ ୧୯୮୦ ଅଣ୍ଡର ସେକ୍ସନ ୪,୧୩(୧)ଓ ୨୦୦୬ ଅଣ୍ଡର ସେକ୍ସନ ୨୧ ଦଫା ରେ ମାମଲା ରୁଜ କରି ତଦନ୍ତ ଜାରୀ ରଖିଛି ବିଭାଗ । ସୂଚନା ଅନୁଯାୟୀ ବାନେର ଡୋକରି ପୀଠ ଜଙ୍ଗଲ ରେ ଥିବା ବଡ଼ ବଡ଼ ବହୁ ପୁରାତନ ଶେମୁଲି ଗଛ ଗୁଡିକୁ ଗତ ୩ ଦିନ ହେଲା ମେସନ ଲଗେଇ କଟା ଯାଉଥିଲା।ପାଖରେ ସିଜି ୦୭ ସିଏ ୭୫୫୬ ଏକ୧୦ ଚକିଆ ଟ୍ରକ ରେ କଟା ଯାଇଥିବା ଚାରି ପାଞ୍ଚ ଫୁଟ ବିଶିଷ୍ଟ କାଠ ଗଣ୍ଡି ଗୁଡିକୁ ଲୋଡ଼ କରାଯାଉଥିଲା।କୋଣସି ସୂତ୍ରରୁ ଗୁରୁବାର ଦିନ ଖବର ପାଇ ଜୟପାଟଣା ବନ ବିଭାଗ ଚଢ଼ାଉ କରି କାହା ଅନୁମତି ରେ ଗଛ କଟା ଯାଉଛି ବୋଲି ପ୍ରଶ୍ନ କରିଥିଲା।କିନ୍ତୁ ଗଛ କାଟୁଥିବା ଲୋକେ କିମ୍ବା କାଠ ଚାଲାଣ କରୁଥିବା ବେପାରୀ କୋଣସି କାଗଜପତ୍ର ଦେଖାଇ ନଥିବାରୁ ତୁରନ୍ତ ଟ୍ରକ ଡ୍ରାଇଭର, ହେଲ୍ପର ଓ କାଠ ବେପାରୀ ଙ୍କୁ ଅଟକ ରଖିଥିଲା।ଶୁକ୍ରବାର ଏ ନେଇ ଭବାନୀପାଟଣା ବନଖଣ୍ଡ କାର୍ଯ୍ୟାଳୟ ରୁ ଏସିଏଫ ଆସି ଉକ୍ତ ଘଟଣା କୁ ଅନୁଧ୍ୟାନ କରି ତିନି ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିବା ସହ ଟ୍ରକ ଓ କାଠ କୁ ଜବତ କରିଛନ୍ତି।ଅଭିଯୁକ୍ତ ମାନଙ୍କ ନାମରେ ଓଡିଶା ଜଙ୍ଗଲ ଆଇନ ଲାଗୁ ହୋଇଥିବା ବେଳେ ତଦନ୍ତ ଜାରି ରହିଛି।
ରିପୋର୍ଟ ସନତ କୁମାର ପ୍ରଧାନୀ

More Stories