Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିକ୍ଷା ଅଧିକାରୀ ଓ ଶିକ୍ଷକ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ସଭା ।

କଳାହାଣ୍ଡି:୩୧/୦୮
କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ସାଧନ କେନ୍ଦ୍ର କୁଚାଗାଁ ଅନୁକୂଲ୍ୟ ରେ ସ୍ଥାନୀୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁଚାଗାଁ ଠାରେ ଏକ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଅଛି | ଏହି କାର୍ଯ୍ୟକ୍ରମ ରେ ଅବସର ପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଟିକେଚନ୍ଦ୍ର ମାଝୀ, କର୍ମେଲି ୟୁପି ସ୍କୁଲ ପ୍ରଧାନ ଶିକ୍ଷକ ଜୟସିଂ ମାଝୀ, ଗଣ୍ଡପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ
ରାମକୃଷ୍ଣ ସାହୁ,କୁଚାଗାଁ ୟୁପି ସ୍କୁଲ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ପଣ୍ଡା ,ରସ ଡୁମେର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶେଷଦେବ ମୁଣ୍ଡ ଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା |ଏହି ଅବସରରେ ଆୟୋଜିତ ସଭା ରେ ପ୍ରଧାନ ଶିକ୍ଷକ ସାଗୁନଭାଡି ୟୁପି ସ୍କୁଲ ଦିବାକର ପଟ୍ଟନାୟକ ସଭାପତିତ୍ୱ କରିଥିବା ବେଳେ ଅତିରିକ୍ତ ଗୋଷ୍ଟି ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। ଗଣେଶ ପ୍ରସାଦ ବେହେରା, ବରିଷ୍ଠ ଉପଦେଷ୍ଟା ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘ କଳାହାଣ୍ଡି, ଶେଷଦେବ ବେହେରା, ବରିଷ୍ଠ ସାମ୍ବାଦିକ, ଶୋଭାରମ ଜାଲ, ବିଭାଗୀୟ ଅଧିକାରୀ ଓ ଲଳିତ କୁମାର ନାଏକ, ସମ୍ପାଦକ ପ୍ରାଥମିକ ଶିକ୍ଷକ ସଂଘ ଜୟପାଟଣା ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଂଚାସୀନ ଥିଲେ | ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ, ସମସ୍ତ ସିଆରସିସି, ବ୍ଲକ ର କୋଣ ଅନୁକୋଣ ରୁ ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ସମେତ ଗ୍ରାମ ର ବହୁ ଶିକ୍ଷାବିତ ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିବା ବେଳେ କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ ପ୍ରଦାନ କରିଥିଲେ |ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ କୁଚାଗାଁ ଅନନ୍ତ ନାରାୟଣ ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ପରିଶେଷ ରେ ଶୁଭେନ୍ଦୁ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ |

More Stories