Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବସ ଓ ବାଇକ ମଧ୍ୟରେ ମୁହାଁମୁହିଁ ଦୁର୍ଘଟଣା, ୨ ଯୁବକ ଆହତ।

କଳାହାଣ୍ଡି:୩୧/୦୮(ସନତ କୁମାର ପ୍ରଧାନୀ)
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ଦେଇ ପୁଝାରିଗୁଡା ଯାଉଥିବା ଏକ ଘରୋଇ ବସ ସହିତ କୁଶମାଲ ଛକ ନିକଟରେ ଏକ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ରେ ଥିବା ଦୁଇ ଜଣ ଯୁବକ ଆହତ ହୋଇଥିବା ଜଣାପଡିଛି। ଗୁରୁତର ଯୁବକ ମାନେ ହେଲେ ଧର୍ମଗଡ ବ୍ଲକ ଜୟନ୍ତପୁର ଗ୍ରାମ ର ଗୟାଧର ଲୁହାର(୨୫) ସୁବୋଧ ଭୋଇ(୩୦) ବୋଳି ଜଣାପଡିଛି। ସେମାନେ ଜୟପାଟଣା ବ୍ଲକ ଘଣ୍ଟିଗୁଡା କୁ କୌଣସି କାମ ରେ ଯାଇ ଫେରୁଥିବା ବେଳେ ବସ ସହ ଦୁର୍ଘଟଣା ଘଟିଥିଲା। ଆହତ ଯୁବକ ଙ୍କୁ ବସ କଣ୍ଡକ୍ଟର ଏକ ବୋଲେରୋ ଗାଡି ରେ ଆଣି କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ତେବେ ସେମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡିଛି। ଅନ୍ୟପଟେ ଦୁର୍ଘଟଣା ଘରୋଇ ବସ କୁ ଜୟପାଟଣା ପୋଲିସ ର ଜିମା ଦେଇଥିବା ସୁଚନା ମିଳିଛି।

More Stories