କଳାହାଣ୍ଡି:୩୧/୦୮(ସନତ କୁମାର ପ୍ରଧାନୀ)
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଜାତୀୟ ରାଜପଥ ୨୬ ମହାଜନଗୁଡା ରୁ କେନ୍ଦୁଡଙ୍ଗରି ରାସ୍ତା ର ଏକ ବୁଲାଣି ରେ ଭାରସାମ୍ୟ ହରାଇ ଶନିବାର ସନ୍ଧ୍ୟାରେ ଏକ ବାଇକ ରାସ୍ତା ଡିଭାଇଡର ରେ ପିଟି ହୋଇ ଦୁର୍ଘଟଣା ଘଟିଥିବା ବେଳେ ଜଣେ ଯୁବକ ଗୁରୁତର ଅବସ୍ଥାରେ ପଡି ରହିଥିବା ଘଟଣା ସମ୍ପର୍କରେ ଖବର ପାଇ କୋକସରା ବ୍ଲକ କାଉଡୋଳା ଗ୍ରାମ ର ଜଣେ ଯୁବ ସାମ୍ବାଦିକ ତ୍ରିଲୋକ୍ୟ ବେଶ୍ରା ଓ ସ୍ଥାନୀୟ ଗ୍ରାମ ର କିଛି ଯୁବକ ଘଟଣାସ୍ଥଳରେ ପହଞ୍ଚି ୧୦୮ ଆମ୍ବୁଲାନ୍ସ ସହାୟତା ରେ ଗୁରୁତର ଯୁବକ ଙ୍କୁ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଗୁରୁତର ଯୁବକ ହେଉଛନ୍ତି କାଉଡୋଳା ପଞ୍ଚାୟତ ବାଞ୍ଜି ବାହାଲ ଗ୍ରାମ ର କୌଦଣ୍ଡ ମାଝୀ (୩୦) ବୋଳି ଜଣାପଡିଛି। ଦୁର୍ଘଟଣାରେ ଯୁବକ ଙ୍କ ଡାହାଣ ଗୋଡ଼ ଭାଙ୍ଗି ଥିବା ବେଳେ କୋକସରା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଜଟିଳ ଥିବାରୁ ଭବାନୀପାଟଣା ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନା କୁ ସ୍ଥାନାନ୍ତର କରା ଯାଇଥିବା ଜଣାପଡିଛି।
ଡିଭାଇଡର ରେ ପିଟି ହୋଇ ବାଇକ ଦୁର୍ଘଟଣା, ଚାଳକ ଯୁବକ ଗୁରୁତର।
