Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୂଆଁଖାଇ ପାଇଁ ସମଲେଶ୍ଵରୀ ମନ୍ଦିରରେ ସ୍ଵଚ୍ଛତା ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ପଶ୍ଚିମ ଓଡ଼ିଶା ର ମହାଗଣପର୍ବ ନୂଆଁଖାଇ ଉପଲକ୍ଷେ ଆଜି ସ୍ୱଚ୍ଛ ଭାରତ ସଂଗଠନ ପକ୍ଷରୁ ସୋନପୁର ସମଲେଇ ମା ଙ୍କ ମନ୍ଦିରରେ ପଲିଥିନ ମୁକ୍ତ ଓ ସଫେଇ ଅଭିଯାନ ଅନୁଷ୍ଟିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠାନ ର ବରିଷ୍ଠ ସଭ୍ୟ ଅଶୋକ ହୋତା, ଗରିବ ଲୋଇ ଓ କୃଷ୍ଣ ଚନ୍ଦ୍ର ବିଶି ଙ୍କ ସୁସ୍ଥ ଜୀବନ , ଆରୋଗ୍ୟ କାମନା ଓ ଜଗତ କଲ୍ୟାଣ ପାଇଁ ମହାମୃତ୍ୟୁଞ୍ଜୟ ମନ୍ତ୍ର ସହ ସାମୁହିକ ପ୍ରାର୍ଥନା କରଯାଇଥିଲା। ପତଞ୍ଜଲି ଯୋଗ ସମିତି, ସୋନପୁର କଲେଜ ଏନସିସି, ପୌର ପରିଷଦ ଓ ବିଭିନ୍ନ ଅନୁଷ୍ଠାନର ମିଳିତ ସହଯୋଗରେ ଆସନ୍ତା ଶନିବାର ଦିନ ସୋନପୁରର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ଵରୀଙ୍କ ମନ୍ଦିରରେ ନୂଆଁଖାଇ ପର୍ବ ପାଇଁ ସାମୁହିକ ଭାବେ ସ୍ଵତନ୍ତ୍ର ସଫେଇ ଶିବିର ଆୟୋଜନ ପାଇଁ ନିଷ୍ପତ୍ତି ହୋଇଥିବା ବିଷୟ ଆଜିର ଶିବିରରେ ଅନୁଷ୍ଠାନ ର ଉପ ସଭାନେତ୍ରୀ ଇନ୍ଦୁମତି ପୁରୋହିତ ଓ କୋଡ଼ିନେଟର ମନୋରଞ୍ଜନ ତ୍ରୀପାଠୀ ପ୍ରକାଶ କରିଛନ୍ତି। ଏହି ଶିବିରରେ କଳାକାହ୍ନୁ ଦାଶ, ପ୍ରମୋଦ କୁମାର ସାହୁ, ରବୀନ୍ଦ୍ର ଜେନା, ଡ଼ା ସରୋଜ ପଟେଲ, ଲଡୁ କିଶୋର ମଲ୍ଲିକ, ପ୍ରତାପ ଦାଶ, ନାରାୟଣ ରଥ, ଦିଲ୍ଲିପ ଭୁକ୍ତା, ଜୟନ୍ତ ବେହେରା, ତ୍ରିଲୋଚନ ତରିଆ, ସଂଗୀତା ନାଏକ, ଅଗ୍ନିଶମ ବିଭାଗ କର୍ମଚାରୀ ଶ୍ରୀ ବର୍ଗୀଙ୍କ ସମେତ ଅନେକ ସଦସ୍ୟ ଯୋଗ ଦେଇଥିଲେ।