Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁର୍ଘଟଣା ରେ ଗୁରୁତର ଯୁବକ ଆଖି ବୁଜିଲେ।

କଳାହାଣ୍ଡି:୦୧/୦୯(ସନତ କୁମାର ପ୍ରଧାନୀ)
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଜାତୀୟ ରାଜପଥ ୨୬ ମହାଜନଗୁଡା ରୁ କେନ୍ଦୁଡଙ୍ଗରି ରାସ୍ତା ର ଏକ ବୁଲାଣି ରେ ଶନିବାର ସନ୍ଧ୍ୟାରେ ଭାରସାମ୍ୟ ହରାଇ ଏକ ବାଇକ ରାସ୍ତା ଡିଭାଇଡର ରେ ପିଟି ହୋଇ ଦୁର୍ଘଟଣା ଘଟିଥିବା ବେଳେ ଯୁବକ ଅତି ସଙ୍କଟାପନ୍ନ ଅବସ୍ଥାରେ ପଡି ରହିଥିବା ଘଟଣା ସମ୍ପର୍କରେ ଖବର ପାଇ କୋକସରା ବ୍ଲକ କାଉଡୋଳା ଗ୍ରାମ ର ଜଣେ ଯୁବ ସାମ୍ବାଦିକ ତ୍ରିଲୋକ୍ୟ ବେଶ୍ରା ଓ ସ୍ଥାନୀୟ ଗ୍ରାମ ର କିଛି ଯୁବକ ଘଟଣାସ୍ଥଳରେ ପହଞ୍ଚି ୧୦୮ ଆମ୍ବୁଲାନ୍ସ ସହାୟତା ରେ ଗୁରୁତର ଯୁବକ ଙ୍କୁ କୋକସରା ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ। ଗୁରୁତର ଯୁବକ କାଉଡୋଳା ପଞ୍ଚାୟତ ବାଞ୍ଜି ବାହାଲ ଗ୍ରାମ ର କୌଦଣ୍ଡ ମାଝୀ (୩୦) ହୋଇଥିବା ବେଳେ ଦୁର୍ଘଟଣାରେ ଯୁବକ ଙ୍କ ଡାହାଣ ଗୋଡ଼ ରେ ଗଭୀର କ୍ଷତ ହେବା ସହ ପ୍ରବଳ ରକ୍ତସ୍ରାବ ହୋଇ ଗୋଡ଼ ଭାଙ୍ଗିଥିବା ବେଳେ କୋକସରା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଜଟିଳ ଥିବାରୁ ଭବାନୀପାଟଣା ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନା କୁ ସ୍ଥାନାନ୍ତର କରା ଯାଇଥିଲା। ତେବେ ମାତ୍ରାଧିକ ରକ୍ତସ୍ରାବ ଯୋଗୁଁ ଯୁବକ ଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡିଛି।

More Stories