Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖଜୁରିଆପାଲି ଗ୍ରାମ ମହିଳା ମାନଙ୍କ ଦ୍ଵାରା ମା ପାଇଁ ଗଚ୍ଛ ଟିଏ କାର୍ଯ୍ୟକ୍ରମ

ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲେଇ ଗ୍ରା.ପ ଅନ୍ତର୍ଗତ ଖଜୁରିଆପାଲି ଠାରେ ପ୍ରକୃତିପ୍ରେମୀ ସତ୍ୟଜିତ ଗଡୁଆଙ୍କ ଉଦ୍ୟମରେ ଗ୍ରାମର ମହିଳା ମାନଙ୍କ ଦ୍ୱାରା ମା ପାଇଁ ଗଚ୍ଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଜଙ୍ଗଲ ର ସୁରକ୍ଷା ଓ ଗ୍ରୀଷ୍ମଋତୁରେ ଯେପରି ତାପମାତ୍ରା ନିୟନ୍ତ୍ରଣ ରେ ସହାୟକ ହୋଇପାରିବ ସେ ଲକ୍ଷ୍ୟରେ ଗାଁ ନିକଟବର୍ତ୍ତୀ ପାର୍ଶ୍ୱ ପଡିଆରେ, ଗୋଟିଏ ମା ଯେପରି ତାର ଛୁଆ କୁ ଲାଳନ ପାଳନ କରି ବଡ଼ କରିଥାଏ ଠିକ ସେହିଭଳି ମାଆ ମାନଙ୍କ ଦ୍ୱାରା ଚାରାରୋପଣ କରି ତାହାର ଯତ୍ନ ପୂର୍ବକ ଗଛର ସୁରକ୍ଷା ପାଇଁ ନିଷ୍ପତି ନେଇଥିଲେ I ପ୍ରକୃତିପ୍ରେମୀ ସତ୍ୟଜିତ ସମସ୍ତଙ୍କୁ ଆଜିର ଦିନରେ ଗଛର ମହତ୍ୱ ଓ ସୁରକ୍ଷା ଉପରେ ଅବଗତ କରାଇ ମା ମାନଙ୍କ ଦ୍ୱାରା ବିଭିନ୍ନ ପ୍ରଜାତିର ୨୦୦ ଟି ଗଛ ଯଥା ଅଁଳା , କରଞ୍ଜ , ନିମ୍ବ , ଜାମ୍ବୁ , ଶିଶୁ , ଓ ବାହାଡା ଚାରା ରୋପଣ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ସ୍ବେଚ୍ଛାସେବୀ ଗୁପ୍ତେଶ୍ୱର ଦେହେରୀ , ବିଶ୍ୱନାଥ ଗଡୁଆ , ମହେନ୍ଦ୍ର ମାଝୀ , ସୁବାସିନୀ ମାଝୀ , କଳ୍ପନା ଦେହେରୀ ଙ୍କ ସମେତ ସମସ୍ତ ମହିଳା ଗୋଷ୍ଠୀ ର ସଦସ୍ୟା ବୃକ୍ଷ ରୋପଣ କରିଥିଲେ I