Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଚମ୍ପାପୁର ଗ୍ରାମ ର ଧର୍ମପ୍ରାଣl ମହିଳାଙ୍କ ପରଲୋକ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର – ଚମ୍ପାପୁର ନିବାସୀ ଅବସର ପ୍ରାପ୍ତ କୃଷି ଅଧିକାରୀ ନିତ୍ୟାନନ୍ଦ ପଣ୍ଡାଙ୍କର ଧର୍ମ ପତ୍ନୀ ଶ୍ରୀମତୀ ଜୟନ୍ତୀ ପଣ୍ଡା ଙ୍କ ପରଲୋକ ସମ୍ବଲପୁର ସ୍ଥିତ ବିକାଶ ହସ୍ପିଟାଲ ରେ ଚିକିତ୍ସାଧୀନ ଅବସ୍ଥାରେ ହୋଇଯାଇଛି l ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା l ସେ ଜଣେ ମିଷ୍ଟଭାଷୀ ଧର୍ମପ୍ରାଣl ପରୋପକାରୀ ମହିଳା ଥିଲେ l ଗତକାଲି ମରଶରୀର ତାଙ୍କ ବାସ ଭବନରେ ପହଂଚିବା ପରେ ଶୋକର ଛାୟା ଖେଳି ଯାଇଥିଲା l ଶବଧାରରେ ଭାଇ ଶିକ୍ଷାବିତ ସତ୍ୟନାରାୟଣ ପଣ୍ଡା , ଅବସର ପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଲୋକନାଥ ପଣ୍ଡା , ଶିକ୍ଷକ ବଦ୍ରୀନାଥ ପଣ୍ଡା , ବୋହୁ ଅଧ୍ୟାପିକା ସନ୍ତୋଷିନୀ ନାୟକ, ପୁଅ ଲିଲୁ , ସୋମ୍ୟକାନ୍ତ ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ l ବଡ ପୁଅ ସୁବ୍ରତ ପଣ୍ଡା ମହାନଦୀ ହରିହର ଯୋର ସଙ୍ଗମ ସ୍ଥଳରେ ମୁଖାଗ୍ନି ଦେଇଥିଲେ l