Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାନଝରି ଗାଁ ରୁ ବିରଳ ବଜ୍ରକାପ୍ତା ଉଦ୍ଧାର,ଜଙ୍ଗଲ ବିଭାଗ କୁ ହସ୍ତାନ୍ତର।

କଳାହାଣ୍ଡି:୧୨/୦୯
ଗାଁ ମୁହାଁ ହେଉଛନ୍ତି ବନ୍ୟ ଜନ୍ତୁ, ମାଙ୍କଡ଼, ହାତୀ ପରେ ବର୍ତ୍ତମାନ ବଜ୍ରକାପ୍ତା। କଳାହାଣ୍ଡି ଜିଲ୍ଲା କେଗାଁ ରେଞ୍ଜ ଗୋଲାମୁଣ୍ଡା ବ୍ଲକ ମାନଝରି ସ୍ଥିତ ଏକ ଘରୁ ବଜ୍ରକାପ୍ତା କୁ ଉଦ୍ଧାର କଲେ ସ୍ଥାନୀୟ ଗ୍ରାମବାସୀ। ଘଟଣା ରୁ ପ୍ରକାଶ ଯେ ବୁଧବାର ବିଳମ୍ବିତ ରାତ୍ରିରେ ମାନଝରି ଗ୍ରାମର ପ୍ରେମଲାଲ ଅଘରିଆ ଙ୍କ ଘରେ ଏକ ବିରଳ ବଜ୍ରକାପ୍ତା ପଶିଥିବା ପରିବାର ଲୋକେ ଦେଖି ବନ ବିଭାଗ କୁ ଖବର ଦେଇଥିଲେ। ଗୋଲାମୁଣ୍ଡା ବନ ବିଭାଗ ପକ୍ଷରୁ ଟୁଲୁ ପରଛା, ଜିତେନ୍ଦ୍ର ନାଏକ,ବିଶ୍ୱଜିତ ବଗର୍ତ୍ତୀ, ଓମପ୍ରକାଶ ରଣା ପ୍ରମୁଖ ମାନଝରୀ ଗାଁ କୁ ଯାଇ ବଜ୍ରକାପ୍ତା ଟିକୁ ଉଦ୍ଧାର କରି କେଗାଁ ରେଞ୍ଜର କୁ ହସ୍ତାନ୍ତର କରିଥିବା ବନ ବିଭାଗ କର୍ମଚାରୀ ସୂଚନା ଦେଇଛନ୍ତି । ଗୁରୁବାର ସକାଳ ୯ ରେ ବନବିଭାଗ କର୍ମଚାରୀ ଗୋଲାମୁଣ୍ଡା ପ୍ରାଣୀ ଚିକିତ୍ସାଲୟ କୁ ଆଣି ଚିକିତ୍ସିତ କରିଥିବା ବେଳେ ବଜ୍ରକାପ୍ତା ସୁସ୍ଥ ଥିବା ସ୍ୱାସ୍ଥ୍ୟ ଅଧିକାରୀ ସୁଚନା ଦେଇଛନ୍ତି। ବଜ୍ରକାପ୍ତା କୁ କେଗାଁ ରେଞ୍ଜ ର ବର୍ତ୍ତମାନ ରଖିଥିବା ବେଳେ ଜିଲ୍ଲା ବନାଞ୍ଚଳ ଅଧିକାରୀ କହିବା ପରେ ଜଙ୍ଗଲ ରେ କିମ୍ବା ଚିଡ଼ିଆ ଖାନା ରେ ଛାଡି ଦିଆଯିବ ବୋଲି ବନପାଳ ରମେଶ ପଣ୍ଡା ସୂଚନା ଦେଇଛନ୍ତି। ବଜ୍ରକାପ୍ତା ଦେଖିବା ପାଇଁ ମାନଝରି ଗାଁ ରେ ଭିଡ଼ ପରିଲକ୍ଷିତ ହୋଇଥିଲା। ତେବେ ଜଙ୍ଗଲ ଦିନକୁ ଦିନ ନଷ୍ଟ ହେବା ଫଳରେ ବନ୍ୟ ଜନ୍ତୁ ଗାଁ ମୁହାଁ ହେଉଛନ୍ତି ବୋଲି ପ୍ରକୃତି ବନ୍ଧୁ ଶ୍ୟାମ ସୁନ୍ଦର ଅଗ୍ରୱାଲ ପ୍ରକାଶ କରିଥିଲେ।