Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଛଟେଇ ରାଜ୍ୟ ସ୍ତରୀୟ ସାଧନ କର୍ମୀ ସଂଘ ପକ୍ଷରୁ ପୁନଃ ନିଯୁକ୍ତି ପାଇଁ ଗଣ ଶିକ୍ଷା ମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

କଳାହାଣ୍ଡି:୧୨/୦୯(ସନତ ପ୍ରଧାନୀ)
ରାଜ୍ୟ ସରକାରଙ୍କ ଚିଠି ନମ୍ବର- ୯୫୪୫/ ଇଜିଏସ / ୨୭/୧୨/୨୦୦୬ ଅନୁଯାୟୀ ଅଧାରୁ ପାଠ ଛାଡ଼ି ଥିବା ୬ ରୁ ୧୪ ବର୍ଷର ପିଲା ମାନଙ୍କୁ ମୂଖ୍ୟ ସ୍ରୋତରେ ସାମିଲ୍ କରିବା ପାଇଁ ସାଧନ କର୍ମୀ ଆର ପି ମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିଲା।ଓଡ଼ିଶାରେ ପ୍ରାୟ ୧୮୦୦ ରୁ ଅଧିକ ସାଧନ କର୍ମୀ ନିଯୁକ୍ତି ପାଇଥିଲେ। ୨୦୦୭ ରୁ ୨୦୦୮ ପର୍ଯ୍ୟନ୍ତ ସୁଚାରୁ ରୁପେ ଏହି କାର୍ଯ୍ୟକ୍ରମ ଚାଲିବା ସହ ସାଧନ କର୍ମୀ ଆରପି ମାନଙ୍କୁ ଯୁଗ୍ମ ଜମା ଖାତା ମାଧ୍ୟମରେ ପ୍ରୋତ୍ସାହନ ରାଶି ମଧ୍ୟ ପ୍ରଦାନ କରାଯାଇଥିଲା। କିନ୍ତୁ ହଠାତ୍ ୨୦୦୯ ରେ ସରକାର ସମସ୍ତ ସାଧନ କର୍ମୀ ମାନଙ୍କୁ ଛଟେଇ କରିଦେଲେ। କିନ୍ତୁ ସରକାରଙ୍କ ସମାନ ଚିଠି ନମ୍ବର ରେ ନିଯୁକ୍ତି ପାଇ ଛଟେଇ ହୋଇଥିବା ଇଜିଏସ ଶିକ୍ଷକ ମାନଙ୍କୁ ଗଣ ଶିକ୍ଷକ ଭାବରେ ପୁନଃ ନିଯୁକ୍ତି କରାଯାଇଥିବା ବେଳେ ଏନଆଇବିସି ସାଧନ କର୍ମୀ ଆରପି ମାନଙ୍କୁ କିଛି ଥଇଥାନ କରାଗଲା ନାହିଁ । ଏଣୁ ଆସନ୍ତା ଶିକ୍ଷା ବର୍ଷରେ ହେବାକୁ ଥିବା ଶିକ୍ଷକ ନିଯୁକ୍ତିରେ ସମସ୍ତ ଏନଆଇବିସି ସାଧନ କର୍ମୀ ମାନଙ୍କୁ ପୁନଃ ନିଯୁକ୍ତି କରିବା ପାଇଁ ଓଡ଼ିଶା ରାଜ୍ୟ ସ୍ତରୀୟ ସାଧନ କର୍ମୀ ସଂଘର ଏକ ପ୍ରତିନିଧି ଦଳ ଦଳ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ସାକ୍ଷାତ କରି ନିଜ ଦାବୀ ପତ୍ର ପ୍ରଦାନ କରିଛନ୍ତି। ରାଜ୍ୟ ସ୍ତରୀୟ ସଂଘର ଏହି ପ୍ରତିନିଧି ଦଳରେ ନବରଙ୍ଗପୁର, କଳାହାଣ୍ଡି, ନୂଆପଡା, ମାଲକାନଗିରି ଜିଲ୍ଲାରୁ ସୁବାସ ପାଞ୍ଜିଆ, ଗିରିଧର ହରିଜନ, ରୁପେନ୍ଦ୍ର ସୁନାନୀ, ହୃଦୟ ମଣି ସୁନା, କରୁଣା କର ତନ୍ତୀ, ପ୍ରଦୀପ ବିଷୋୟୀ ପ୍ରମୁଖ ସାମିଲ୍ ଥିଲେ।