Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ଆଦର୍ଶ ବିଦ୍ୟାଳୟ ର ପ୍ରତିଷ୍ଠା ଦିବସ ସ୍ପାର୍କ ୨୪ ଅନୁଷ୍ଠିତ।

କଳାହାଣ୍ଡି:୧୫/୦୯(ସନତ ପ୍ରଧାନୀ)
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଙ୍ଗୋମୁଣ୍ଡା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ପ୍ରତିଷ୍ଠା ଦିବସ ସ୍ପାର୍କ ୨୦୨୪ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଆଦର୍ଶ ବିଦ୍ୟାଳୟ ର ଅଧ୍ୟକ୍ଷା ନିଝୁମ ରାଣୀ ମହାନ୍ତି ଙ୍କ ସଭାପତିତ୍ୱ ରେ ପ୍ରତିଷ୍ଠା ଦିବସ ରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ପ୍ରଧାନ ଶିକ୍ଷୟିତ୍ରୀ ଜୟଶ୍ରୀ ଵାଲା ଠାକୁର ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ଜ୍ଵଳନ କରିବା ପରେ ଅଧ୍ୟକ୍ଷା ଶ୍ରୀମତୀ ମହାନ୍ତି ଓଡିଶା ଆଦର୍ଶ ବିଦ୍ୟାଳୟ ର ପ୍ରତିଷ୍ଠା ଦିବସ ଓ ବିଦ୍ୟାଳୟ ର ଉପଲବ୍ଧି ବିଷୟରେ ଓ ଆଗାମୀ ଦିନରେ ଛାତ୍ରଛାତ୍ରୀ ଙ୍କୁ ଶିକ୍ଷାଦାନ ପ୍ରତି ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ପ୍ରତିଶ୍ରୁତିବଦ୍ଧ ହୋଇ ନିଜର ଯୋଗଦାନ ଦେବାକୁ ପରାମର୍ଶ ଦେଇଥିଲେ। ପ୍ରତିଷ୍ଠା ଦିବସ ଗୋଟିଏ ଶିକ୍ଷାନୁଷ୍ଠାନ ର ଉତ୍କର୍ଷତା କୁ ଦର୍ଶାଇ ଥାଏ ବୋଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଶିକ୍ଷୟିତ୍ରୀ ଶ୍ରୀମତୀ ଠାକୁର କହିଥିଲେ। ଏହିi ଅବସର ରେ ବିଦ୍ୟାଳୟ ରେ ବିଭିନ୍ନ ବର୍ଗରେ ଅନୁଷ୍ଠିତ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଛି।କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ଶିକ୍ଷକ ଦୀନବନ୍ଧୁ କର ସମେତ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ କର୍ମଚାରୀ ମାନେ ସହଯୋଗ କରିଥିଲେ।