Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବୀରମହାରାଜପୁର କଲେଜରେ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ

ବୀରମହାରାଜପୁର : (ସୌମିତ୍ରି ମେହେର) ଓଡ଼ିଶା ସାଧାରଣ ସେବା ଆୟୋଗ (ଓପିଏସସି) ଦ୍ବାରା ମନୋନୀତ ହୋଇ ଢେଙ୍କାନାଳ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ଯୋଗଦେବାକୁ ଯାଉଥିବା ଶିକ୍ଷା ବିଭାଗର ଅଧ୍ୟାପିକା ସୀମାରାଣୀ ବେହେରାଙ୍କୁ ବୀରମହାରାଜପୁର ମହାବିଦ୍ୟାଳୟର ଅଧ୍ୟାପକ , ଅଧ୍ୟାପିକା ଓ ଅଣଶିକ୍ଷା କର୍ମଚାରୀ ମାନଙ୍କ ପକ୍ଷରୁ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଛି । ମଙ୍ଗଳବାର ଅଧ୍ୟକ୍ଷ ଡ. ହିମାଂଶୁ ଶେଖର ପାଢୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ବିଦାୟ କାଳୀନ ସଭାରେ ପରିଚାଳନା ପରିଷଦର ସଭାପତି ସ୍ବୟମ୍ଭୁନାଥ ଖଣ୍ଡଗିରି ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ଇଂରାଜୀ ବିଭାଗ ମୁଖ୍ୟ ଗୀତାଞ୍ଜଳି ପୂଝାରୀ , ଶିକ୍ଷା ବିଭାଗ ମୁଖ୍ୟ ବିଜୟ କୁମାର ପ୍ରଧାନ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସୁଶ୍ରୀ ବେହେରାଙ୍କ ବହୁମୁଖୀ ପ୍ରତିଭାର ଅବତାରଣା କରିବା ସହ ତାଙ୍କ କାର୍ଯ୍ୟଧାରାର ଭୂୟସୀ ପ୍ରଶଂସା କରିଥିଲେ । ଏହି ସଭାରେ ବିଜୟ କୁମାର ପୁରୋହିତ, ପ୍ରକାଶ କୁମାର ସେଠ , ଡ. ଶିଶିର ବଣିଆ , ସୁପ୍ରଭା ନନ୍ଦ , ହରପ୍ରିୟା ମହାପାତ୍ର , ମାଧବ ପଧାନ , ପ୍ରଭାତ ପୁରୋହିତ , ବଳରାମ ଶତପଥୀ , ସୁବାଶ ଶତପଥୀ , ଗୌରାଙ୍ଗ ଜଗଦଲା ପ୍ରମୁଖ ସୀମାରାଣୀଙ୍କ କର୍ମମୟ ଜୀବନର ସ୍ମୃତିଚାରଣ କରିଥିଲେ । ପ୍ରତିଉତ୍ତରରେ ସେ ସମସ୍ତ ସହକର୍ମୀଙ୍କୁ କୃତଜ୍ଞତା ଜଣାଇବା ସହ ଏହି ଅନୁଷ୍ଠାନ ତାଙ୍କୁ ବହୁତ ସ୍ନେହ ଶ୍ରଦ୍ଧା ଅର୍ପଣ କରିବା ସହ କର୍ମଯୋଗୀ ହେବାପାଇଁ ପ୍ରେରଣା ଯୋଗାଇଛି ବୋଲି ମତବ୍ୟକ୍ତ କରିଥିଲେ । ଅଧ୍ୟାପିକା ଯାମିନୀ ଦାଶ ସଭା ସଂଯୋଜନା କରିଥିବା ବେଳେ ଅଧ୍ୟାପିକା ହରପ୍ରିୟା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସଭା ଆୟୋଜନରେ ଜଗଦୀଶ ସାହୁ , ବରୁଣ କଲତା , ଶ୍ରୀରାମ ଦେହୁରୀ , ଦିବାକର ଭୋଇ ପ୍ରମୁଖ ସହଯୋଗ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଏସଏସବି) ଦ୍ବାରା ମନୋନୀତ ହୋଇ ଅଧ୍ୟାପିକା ବେହେରା ୨୦୧୯ ମସିହାରେ ଏହି ମହାବିଦ୍ୟାଳୟରେ ଯୋଗଦେଇ ଅଦ୍ୟାବଧି କାର୍ଯ୍ୟରତ ଥିଲେ । ତାଙ୍କର ଉଚ୍ଚକୋଟୀର ଅଧ୍ୟାପନା ଶୈଳୀ, ଛାତ୍ରବତ୍ସଳତା ତଥା ଅମାୟିକ ବ୍ୟବହାର ଏବଂ କର୍ତ୍ତବ୍ୟ ପରାୟଣତା ପାଇଁ ସଭିଙ୍କ ଶ୍ରଦ୍ଧା ଭାଜନ ହୋଇ ପାରିଥିଲେ ।