Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରକୃତି ବନ୍ଧୁ ସମ୍ମାନ ରେ ସମ୍ମାନିତ ହେଲେ ନିଳାମ୍ବର

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଦିଲ୍ଲୀରେ “ପ୍ରକୃତି ବନ୍ଧୁ ସମ୍ମାନ” ରେ ସମ୍ମାନିତ ହେଲେ ସୋନପୁର ମାଟିର ପୁଅ ନୀଳାମ୍ବର। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦେଉଳି ଗ୍ରାମର ଛାତ୍ର ନୀଳାମ୍ବର ଦାଶ ଯେ କି ଦିଲ୍ଲୀରେ ଥିବା ଜବାହରଲାଲ୍ ନେହେରୁ ବିଶ୍ବବିଦ୍ୟାଳୟ ର ଛାତ୍ର ଅଟନ୍ତି ସେ ଆଜି ସାରା ଓଡ଼ିଶା ପାଇଁ ତଥା ତାଙ୍କ ନିଜର ଜିଲ୍ଲା ସୋନପୁର ପାଇଁ “ପ୍ରକୃତି ବନ୍ଧୁ ସମ୍ମାନ” ପାଇ ଗୌରବ ଆଣଛନ୍ତି। ଦିଲ୍ଲୀରେ ଥିବା ମିଳନ ପରିବାର ଦ୍ଵାରା ପାଳିତ ହୋଇଥିବା ନୂଆଁଖାଇ ଭେଟଘାଟରେ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଥିଲା । ଗତ ଜୁଲାଇ ମାସ ୨ ତାରିଖ ରେ ନୀଳାମ୍ବର ତାଙ୍କ ବିଶ୍ୱବିଦ୍ୟାଳୟରୁ ମିଳିଥିବା ସ୍କୋଲାର୍ଶିପ ପଇସାରେ ନିଜ ଅଞ୍ଚଳ ବୀରମହାରାଜପୁର ଅନ୍ତର୍ଗତ ଦେଉଳି ଗ୍ରାମରେ ବିଶାଳ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରିଥିଲେ । ପରିବେଶ ପାଇଁ ଜଣେ ଛାତ୍ର ଦ୍ଵାରା ଏହି କାମକୁ ଦେଖି ମିଳନ ପରିବାରର ସଭାପତି ଶ୍ରୀଯୁକ୍ତ ବିଶ୍ଵାମିତ୍ର ନୂଆଖାଇ ଭେଟଘାଟ ମଞ୍ଚରେ ନୀଳାମ୍ବର ଦାଶଙ୍କୁ ସମ୍ମାନିତ କରିଥିଲେ। ପୂର୍ବରୁ ଗତ ଅଗଷ୍ଟ ମାସ ୧୪ ତାରିଖରେ ଦିଲ୍ଲୀରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମଧ୍ୟ ତାଙ୍କୁ ଶୁଭକାମନା ଦେଇଥିଲେ। ଏହି ସମ୍ମାନ ପାଇ ସେ ବହୁତ୍ ଖୁସି ଅଛନ୍ତି ଆଉ ସମସ୍ତ ଶ୍ରେୟ ସେ ନିଜର ବାପା ବିଶ୍ଵାମିତ୍ର ଦାଶ, ଜେଜେବାପା ପରମେଶ୍ବର ଦାଶ, କାକା ଭରଦ୍ୱାଜ ଦାଶ ତଥା ତାଙ୍କୁ ଏହି କାର୍ଯ୍ୟକ୍ରମରେ ବିଶେଷ ରୂପ ରେ ସହଯୋଗ କରିଥିବା ତାଙ୍କ ଗୁରୁ ପ୍ଲାବନ ମହାପାତ୍ର ( ମହାନଦୀ ଧାରା, ସୋନପୁର), ମାମୁ ଅଶ୍ଵିନୀ ଶତପଥୀ ତଥା ଦେଉଳି ଗ୍ରାମର ମାନସ ମିଶ୍ର , ଭକ୍ତବନ୍ଧୁ ବୁଡେକ୍ , ସୁଧାଂଶୁ କର୍ଣ୍ଣ , ପିଣ୍ଟୁ ଶତପଥୀ , ଅଜିତ କର୍ମୀ, ଲିପୁନ୍ ପାତ୍ର , ଦେବାଶିଷ ନାଏକ, ରଞ୍ଜିତ କର୍ମୀ, ସୁବ୍ରତ କର୍ଣ୍ଣ, ଭିଷ୍ମରଥି କର୍ଣ୍ଣ, ସଞ୍ଜୟ କର୍ମୀ, ଉତ୍ତମ ଗାଇଗରିଆ, ସୁଜିତ୍ କର୍ମୀ, ପାର୍ଥସାରଥୀ ପଧାନ ଏବଂ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିବା ସମସ୍ତ ଗ୍ରାମବାସୀ ତଥା ଅଞ୍ଚଳ ବାସି ଙ୍କୁ ସମସ୍ତ ଶ୍ରେୟ ଦେଇଛନ୍ତି।