Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିତଳାପଲ୍ଲୀ ଠାରେ ଟାଟା ସୁପରସ୍ପେସିଆଲିଷ୍ଟ ହସପିଟାଲକୁ ବିକ୍ରି ନକରି ସରକାର ତୁରନ୍ତ ଏହାକୁ ସରକାରୀ ସମ୍ପତ୍ତି ଭାବେ ଘୋଷଣା କରିବାକୁ ଉଚ୍ଚନ୍ୟାୟାଳୟ ରେ ଜନସ୍ବାର୍ଥ ମାମଲା ରୁଜୁ।

ଶିତଳାପଲ୍ଲୀ:ଶିତଳାପଲ୍ଲୀଠାରେ ଟାଟା ପକ୍ଷରୁ ନିର୍ମିତ ହୋଇଥିବା ଟାଟା ମେଡିକୋ ସୁପର ସ୍ପେସିଆଲିଷ୍ଟ ହସପିଟାଲ କୁ ଟାଟା ପକ୍ଷରୁ ବିକ୍ରି କରିବାକୁ ଯୋଜନା ପ୍ରସ୍ତୁତ ହୋଇଥିବାରୁ ଏହାକୁ ବନ୍ଦ କରିବା ସହ ସରକାରଙ୍କ ପକ୍ଷରୁ ଏହାକୁ ସରକାରୀ ସମ୍ପତ୍ତି ଭାବେ ଘୋଷଣା କରିବା ନେଇ ଭାରତୀୟ ବିକାଶ ପରିଷଦ ତରଫରୁ ଆଜି ମାନ୍ୟବର ଉଚ୍ଚ ନ୍ୟାୟାଳୟ ରେ ରିଟ ପିଟିସନ ନମ୍ବର-୧୩୩୫୭/୨୦୨୩ ପ୍ରକାରେ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଛି। ଏହି ମାମଲା କୁ ମିଳିତ ଭାବେ ୧୧ ଜଣ ବ୍ୟକ୍ତି ବ୍ରହ୍ମପୁର ର ବାସିନ୍ଦା ସୁରେନ୍ଦ୍ର ପାଣିଗ୍ରାହୀ, କିଶୋର ଚନ୍ଦ୍ର ପାତ୍ର, ଶରତ ଚନ୍ଦ୍ର ପଣ୍ଡା, ଗୁରୁଚରଣ ପାତ୍ର ଓ ସୂର୍ଯ୍ୟ ନାରାୟଣ ବେହେରା, ଛତ୍ରପୁର ର ଗୁରୁଦେବ ବେହେରା ଓ ଦଣ୍ଡପାଣି ପ୍ରଧାନ ଟାଟା ବିସ୍ଥାପିତ କଲୋନୀ ର ପି ତୁଳାଶୟl ରେଡି,କାଳିଆ ମହାରଣା, ସୁଦର୍ଶନ ଦାସ, ଶିବରାମ ଦାସ ପ୍ରମୁଖ ରହିଛନ୍ତି। ପିଟିସନ ରେ ଦର୍ଶାଯାଇଛି ଯେ ଗତ ୧୪.୦୨.୨୩ ତାରିଖରେ ଦୈନିକ ଓଡ଼ିଆ ଖବର କାଗଜ ବାଲେଶ୍ଵର ସଂସ୍କରଣରେ ଏକ ବିଜ୍ଞାପନ ପ୍ରକାଶ ହେବା ସହ ଟାଟା ସୁପର ସ୍ପେସିଆଲିଷ୍ଟ ହସ୍ପିଟାଲ ବିକ୍ରୟ ପାଇଁ ସେଲ ନୋଟିସ ରୁ ପ୍ରକାଶିତ ହୋଇଥିଲା। ସୂଚନାଯୋଗ୍ୟ ଯେ ବ୍ରହ୍ମପୁର ମହାନଗର ନିଗମ ନିକଟସ୍ଥ ଶୀତଲାପଲ୍ଲୀ ରାଜସ୍ବ ମୌଜା ର ସରକାରୀ ଜମିରେ ନିର୍ମିତ ଟାଟା ସୁପେରସ୍ପେସିଆଲିଷ୍ଟ ୫୦୦ ବେଡ଼ ହସ୍ପିଟାଲ ନିର୍ମାଣ ନିମନ୍ତେ ରାଜ୍ୟସରକାର ଗତ ୨୦୧୪ କନିସି ତହସିଲ ଅନ୍ତର୍ଗତ ଶୀତଲାପଲ୍ଲୀ ରାଜସ୍ବ ମୌଜାରେ ଖାତା ନମ୍ବର ୬୨୯/୫ ଏବଂ ଖାତା ନମ୍ବର ୬୩୧/୧ ପ୍ଲଟ ର ମୋଟ ୪୪.୩୦୦ ଡିସିମିଲି ଜମିକୁ ଯାହା ବିସ୍ଥାପିତ କଲୋନୀ ନିମନ୍ତେ ସଂରକ୍ଷିତ ରଖାଯାଇଥିଲା ସରକାର ବିନା ମୂଲ୍ୟରେ ଟାଟା ହସ୍ପିଟାଲ ନିର୍ମାଣ ପାଇଁ ସରକାରି ଜମି ପ୍ରଦାନ କରିଥିଲେ l୧୯୯୫ ମସିହାରେ ରାଜ୍ୟ ସରକାର ଟାଟା ଷ୍ଟିଲ କମ୍ପାନୀକୁ ବୃହତ ଷ୍ଟିଲ ପ୍ଲାଣ୍ଟ ପାଇଁ ୫୬୦୦ ଏକର ଜମି ପ୍ରଦାନ କରିଥିଲେ।, ଟାଟା କର୍ତ୍ତୁପକ୍ଷ ୨୦୧୧ ମସିହା ପର୍ଯ୍ୟନ୍ତ ଟାଟା ଷ୍ଟିଲ କାରଖାନା ସ୍ଥାପନା କରି ପାରିଲେ ନାହିଁ l ପରବର୍ତୀ ସମୟରେ ଟାଟା ଷ୍ଟିଲ ପ୍ଲାଣ୍ଟ ପରିବର୍ତ୍ତେ ଏସ ଇ ଜେଡ ଟାଟା ଷ୍ଟିଲ ପାର୍କ ସ୍ଥାପନ ପାଇଁ ପ୍ରସ୍ତାବ ଦେଇଥିଲେ ଏବଂ ଉକ୍ତ ପ୍ରସ୍ତାବକୁ ରାଜ୍ୟସରକାର ଅନୁମୋଦନ କରିବା ସହ ଟାଟା ଏସ ଇ ଜେଡ ଗୋପାଳପୁର ପାର୍କ ପାଇଁ ୩୭୦୦ ଏକର ଜମି ଇଡଓକ ପକ୍ଷରୁ ଟାଟା କୁ ପ୍ରଦାନ କରିଥିଲେ l
ଶିତଳାପଲ୍ଲୀ ଠାରେ ନିର୍ମିତ ହୋଇଥିବା ସୁପର ସ୍ପେସିଆଲିଷ୍ଟ ଟାଟା ହସ୍ପିଟାଲ ସରକାରଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ମାଗଣା ଜମି ଓ ସର୍ବସାଧାରଣ ପାଣ୍ଠି (CSR ) ପାଣ୍ଠିରେ ମୋଟ ୧,୯୪,୪୦୬ ସରକାରର ଫିଟ୍ ସ୍ଥାନରେ ୫୦୦ ଶଯ୍ୟା ବିଶିଷ୍ଟ ଚାରି ମହଲା ବିଶିଷ୍ଟ କୋଠା ନିର୍ମାଣ ପାଇଁ ଗତ ୨୦/୦୪/୨୦୧୪ ତା ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭ ଦେଇଥିଲେ।୨୦୧୮ ମସିହାରେ ଏହାର ନିର୍ମାଣ କାର୍ଯ୍ୟ ସମାପ୍ତ ହେଇଥିଲା ।ହସପିଟାଲରେ ଏଥିରେ ରୋଗୀ ସେବାନିମନ୍ତେ ସମସ୍ତ ଅତ୍ୟାଧୁନିକ ଯନ୍ତ୍ରପାତି ସହ ପ୍ରଥମ ଦଫାରେ ୨୦୦ ରୋଗୀଙ୍କ ପାଇଁ ଶଯ୍ୟା ସହିତ ଉନ୍ନତ ଧରଣର ଆସିୟୁ, ନର୍ସିଙ୍ଗ ହଷ୍ଟେଲ, ଡକ୍ଟର ବାସଗୃହ, ଅତିଥି ଭବନ, ଛ ଗୋଟି ଅପରେସନ ଥିଏଟର ଆଦିର ସୁବିଧା ଉପଲବ୍ଧ ରହିବା ସହ ଭେଷଜ,ଅସ୍ତ୍ରପଚାର, ନିସ୍ତେଜ, ସ୍ତ୍ରୀ ଓ ପ୍ରସୂତି, ଶିଶୁ କର୍ଣ୍ଣ ନାସା ଗଳା, ପାଥୋଲୋଜି ସହିତ ଅନ୍ୟାନ୍ୟ ସୁବିଧା ଉପଲବ୍ଧ ରହିଛି।, ଏହ ସହ ମେଡିକାଲ ପରିସରରେ ୬୭,୦୫୯ ବର୍ଗ ଫୁଟ ର ପାର୍କିଂ ସ୍ଥାନ ରହିଛି।ଉକ୍ତ ହସ୍ପିଟାଲ ୨୦୧୮ ମସିହାରେ ନିର୍ମାଣ କାର୍ଯ୍ୟ ସମାପ୍ତ ପାରେ କୋଲକାତାର ଏକ ଘରୋଇ ସଂସ୍ଥା ମେଡିକ କୁ ଦିଆଯାଇଥିଲା, କିନ୍ତୁ କାର୍ଯ୍ୟକ୍ଷମ ହୋଇ ପାରିନଥିଲା।ଗତ ୨୦୨୦ ରେ ମସିହାରେ କୋରନା ମହାମାରୀ ଯୋଗୁଁ ରାଜ୍ୟସରକାର ଏହି ହସପିଟାଲ କୁ କୋରନା ହସ୍ପିଟାଲ ଭାବେ ବ୍ୟବହାର କରିଥିଲେ lକିନ୍ତୁ ୨୦୨ ଠାରୁ ଦୁଇବର୍ଷ ହେଲା ଉକ୍ତ କୋଠାରେ ତାଲା ଝୁଲୁଥିବା ଦେଖା ଦେଇଛି।। ରାଜ୍ୟ ସରକାର
ସମ୍ପୂର୍ଣ ମାଗଣାରେ ୪୪.୩୦୦ ଏକର ଜମି ଟାଟା କୁ ପ୍ରଦାନ କରିଥିଲେ।ହସପିଟାଲ କାର୍ଯ୍ୟକ୍ଷମ ହେବା ପରେ ଟାଟା ଥଇଥାନ କଲୋନୀରେ ବାସକରୁଥିବା ୫୦୦୦ ପରିବାର, ଟାଟା ଷ୍ଟିଲ କର୍ମଚାରୀ ସହିତ ଗଞ୍ଜାମ ଜିଲ୍ଲା ସମେତ ଅନ୍ୟ ପଡୋଶୀ ଜିଲ୍ଲା ଏବଂ ଆନ୍ଧ୍ର ପ୍ରଦେଶର ଅନେକ ଅଞ୍ଚଳ ବାସୀ ସ୍ୱାସ୍ଥ୍ୟ ସୁବିଧା ପାଇଁ ପାରିଥାନ୍ତେ। l ଉକ୍ତ ହସ୍ପିଟାଲ ର ବଜ଼ାର ମୂଲ୍ୟ ପ୍ରାୟ ୧ ହଜାର କୋଟି ଟଙ୍କା ହେଉଥିବା ବେଳେ ସରକାର ଟାଟା ହସ୍ପିଟାଲ ବିକ୍ରୟ ନୋଟିସକୁ ତୁରନ୍ତ ବାତିଲ କରି ନିର୍ମିତ ହସ୍ପିଟାଲ ସହ ଉଦ୍ଧିଷ୍ଟ ଗୃହ ଇତ୍ୟାଦିକୁ ସରକାରି ସମ୍ପତି ଘୋଷଣା କରିବାକୁ ପିଟିସନ ରେ ଉଲ୍ଲେଖ କରାଯାଇଛି।ଏହା ସହ
ଉକ୍ତ ବିକ୍ରୟ ନୋଟିସ ସମ୍ପୂର୍ଣ୍ଣ ବେନିୟମ ଭାବେ ପ୍ରକାଶିତ ହୋଇଥିବା ସହ ନିୟମ ପ୍ରକାରେ ବିକ୍ରୟ ନୋଟିସ ସମ୍ପୂର୍ଣ ଏକମାସିଆ ନୋଟିସ ହେବା ଉଚିତ ଏବଂ ଆଞ୍ଚଳିକ ଭାଷା ସହିତ ଇଂରାଜୀ ଖବର କାଗଜରେ ସମଗ୍ର ଓଡିଶା ରେ ବହୁଳ ଭାବେ ପ୍ରସାର ସହିତ ଅନଲାଇନ୍ ନିଲାମ ନୋଟିସ ଜାରିହେବା ଉଚିତ ବୋଲି ପିଟିସନ କାରୀ ମାନେ ଅଭିଯୋଗ କରିଛନ୍ତି।ଇ
ଓଡିଶା ବାସୀଙ୍କ ସାମୁହିକ ସ୍ୱାର୍ଥ ଦୃଷ୍ଟିରୁ ତୁରନ୍ତ ବିକ୍ରୟ ପ୍ରକ୍ରିୟା ବାତିଲ ସହିତ ରାଜ୍ୟସରକାର ଉପରୋକ୍ତ ଟାଟା ହସ୍ପିଟାଲ ଜମି ଓ କୋଠାବାଡ଼ି ରାଜ୍ୟସରକାରଙ୍କୁ ସମ୍ପତି ଘୋଷଣା କରିବା ଉଚ୍ଚ ନ୍ୟାୟାଳୟ ରେ ପ୍ରାର୍ଥନା କରାଯାଇଛି lଉକ୍ତ ମାମଲାରେ ପ୍ରମୁଖ ଶାସନ ସଚିବ ସ୍ୱାସ୍ଥ୍ୟ ବିଭାଗ, ରାଜସ୍ବ କମିଶନର, ଗଞ୍ଜାମ ଜିଲ୍ଲାପାଳ, ଗଞ୍ଜାମ, ଇଡିକୋ ଅଧ୍ୟକ୍ଷ, ଟାଟା କର୍ତ୍ତୁପକ୍ଷ ମୁମ୍ବାଇ ଓ ଭୁବନେଶ୍ୱର, ମୁମ୍ବାଇ ଓ କୋଲକତା ସ୍ଥିତ। କୁସମାନ ୱେକଫୁଟ ଙ୍କୁ ପକ୍ଷଭୁକ୍ତ କରି ରୁଜୁ କରାଯାଇଛି l