ଏମ୍ ବି କେ , ସି ଆର ପି, ବ୍ୟାଙ୍କ ମିତ୍ର ଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ନେଇ ବୀରମହାରାଜପୁର ବିଡିଓ ଙ୍କୁ ଦାବିପତ୍ର ପ୍ରଦାନ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଜି .ପି.ଏଲ୍.ଏଫ୍ ମିଶନ ଶକ୍ତି କର୍ମୀ ସଙ୍ଘ ସଭାନେତ୍ରୀ ମଲ୍ଲି ସାହୁ ଙ୍କ ନେତୃତ୍ୱ ରେ ମିଶନ ଶକ୍ତି ର କାର୍ଯ୍ୟ ବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଛି l ରାଜ୍ୟ ସଙ୍ଘ ର ନିଷ୍ପତି କ୍ରମେ ଦୀର୍ଘ ୬ ମାସ ହେଲା ପାଉଣା ପାଉନଥିବାରୁ ଏହି ଆନ୍ଦୋଳନ କରାଯାଇଛି l ଉକ୍ତ ଆନ୍ଦୋଳନ ରେ ଏମ ବି କେ, ସି ଆର ପି, ବ୍ୟାଙ୍କ ମିତ୍ର , କୃଷି ମିତ୍ର ଆଦି ସାମିଲ୍ ହୋଇଥିବାର ଦେଖିବାକୁ ମିଳିଥିଲା l ଦୀର୍ଘ ୬ ମାସ ହେଲା ସେମାନଙ୍କର ଦରମା ମିଳୁନଥିବାରୁ ସେମାନେ ଆଜିଠାରୁ ଅଫିସ ରେ ତାଲା ମାରି କାର୍ଯ୍ୟ ବନ୍ଦ କରିବେ ବୋଲି ପ୍ରକାଶ କରିଥିଲେ l କାର୍ଯ୍ୟ ବନ୍ଦ ଆନ୍ଦୋଳନ ପୂର୍ବ ରୁ ବିଡିଓ ପ୍ରିୟଦର୍ଶିନୀ ମିର୍ଦ୍ଧା , ବିପିଏମ ମନୋଜ ବାଗ , ସିଡିପିଓ ମଞ୍ଜୁ ଲତା ସ୍ୱାଇଁ ଙ୍କୁ ପୃଥକ, ପୃଥକ ଭାବରେ ଦାବୀ ପତ୍ର ପ୍ରଦାନ କରିଥିଲେ l ଉକ୍ତ ଦାବିପତ୍ର ପ୍ରଦାନ ବେଳେ ଓ .ଏଲ୍.ଏମ୍ ଅଧିକାରୀ ଆର୍ ଡି ସି ରଞ୍ଜିତ ଖମାରୀ , ବି ଏଲ୍ ସି ରମାକାନ୍ତ ହରିପାଲ ପ୍ରମୁଖ ଉପସ୍ଥିତ ଥଲେ l ଉକ୍ତ ଆନ୍ଦୋଳନ ରେ ଏମ ବି କେ, ସି ଆର ପି ଙ୍କ ବ୍ଲକ ସଭାନେତ୍ରୀ ପଦ୍ମାଳୟା ନନ୍ଦ , ବ୍ଲକ ସମ୍ପାଦିକା ସୁଜାତା ସିଂହ , ବ୍ୟାଙ୍କ ମିତ୍ର କିଶୋରୀ ସେଠି , ଏମ ବି କେ ଆରତୀ ଶତପଥି , ବବିତା ରାଣୀ ମହାପାତ୍ର , ଗୀତାଞ୍ଜଳି ଜେନା , ବୀଣାପାଣି ହୋତା , ପୁଷ୍ପାଞ୍ଜଳୀ ନାଏକ ସି ଆର ପି ରେଖା ନାଏକ ସ୍ୱପ୍ନା ମେହେର , ସୁମତି ମେହେର ଙ୍କ ସମେତ ବ୍ଲକ ରେ ଥିବା ସମସ୍ତ ଏମ ବି କେ, ସି ଆର ପି, ଏବଂ ବ୍ୟାଙ୍କ ମିତ୍ର ସାମିଲ ଥିଲେ I ଏଥି ସହିତ ସୁବର୍ଣପୁର ଜିଲ୍ଲାର ଛଅ ଗୋଟି ବ୍ଲକ ର ଏମ ବି କେ, ସି ଆର ପି , ବ୍ୟାଙ୍କ ମିତ୍ର , ପ୍ରାଣୀ ମିତ୍ର ଆଜି ସନ୍ଧ୍ୟାରେ ଜିଲ୍ଲାପାଳ ଙ୍କୁ ମଧ୍ୟ ଦାବି ପତ୍ର ପ୍ରଦାନ କରିଛନ୍ତି ।

ଗଞ୍ଜେଇ ଚ଼ଢ଼ାଉ କରିବାକୁ ଯାଇ ମାଡ଼ ଖାଇଲେ ୨୬ ପୁଲିସ୍ ଘଟଣା ସ୍ଥଳରୁ କୋଟି କୋଟି ଟଙ୍କାର ଗଞ୍ଜେଇ ଜବତ ।ପାରଳାଖେମୁଣ୍ଡି:୨୩/୩(ଗରୁଡ଼ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ପୀଡ଼ିମାରୀ ଗ୍ରାମରେ ଶୁକ୍ରବାର ୨୦ କ୍ଵିଣ୍ଟାଲ ଗଞ୍ଜେଇ ଜବତ ଓ ୮ଜଣ ବ୍ୟବସାୟୀଙ୍କୁ ଗିରଫ କରି ପୁଲିସ ମୋହନା ଫେରୁଥିବା ବେଳେ ଗ୍ରାମଠାରୁ କିଛି ଦୂରତାରେ ଗ୍ରାମବାସୀଙ୍କ ସଂଘବଦ୍ଧ ଆକ୍ରମଣରେ ଜଣେ ଡ଼ିଏସପି, ଜଣେ ଥାନା ଅଧିକାରୀ ଓ ପୁଲିସ୍ କର୍ମଚାରୀ ଆହତ ହୋଇଥିଲେ।ଆଜି ଗଜପତି ଏସପି ଯତୀନ୍ଦ୍ର ପଣ୍ଡାଙ୍କ ନେତୃତ୍ଵରେ ରା.ଉଦୟଗିରି ଏସଡ଼ିପିଓ ଅମିତାଭ ପଣ୍ଡାଙ୍କ ସମେତ ମୋହନା , ଅଡ଼ବାପାରଳାଖେମୁଣ୍ଡି,ରା.ଉଦୟଗିରି, ରାୟଗଡ଼,କାଶୀନଗର,ରାମଗିରି,ସେରଙ୍ଗ ଆଦି ଥାନା ଗୁଡ଼ିକର ଅଧିକାରୀ, କର୍ମଚାରୀ ଓ ୧୦ ପ୍ଲାଟୁନ  ପୁଲିସ ଫୋର୍ସ ସଦଳବଳେ ଆଜି ପୀଡ଼ିମାରୀ ଗ୍ରାମରେ ପହଞ୍ଚି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛନ୍ତିି। ଏହା ସହ ପୁଲିସ ଗାଡ଼ି ଭଙ୍ଗାରୁଜା,ଆକ୍ରମଣରେ ସଂପୃକ୍ତ ୩ ଜଣ ଓ ଗଞ୍ଜେଇ ବ୍ୟବସାୟୀ ୨ ଜଣଙ୍କୁ ଗିରଫ କରିଛନ୍ତି। ବଡ଼ ବଡ଼ ଟିଣ ବାକ୍ସରେ ଲୁଚାଇ ରଖାଯାଇଥିବା ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ କୋଟି କୋଟି ଟଙ୍କା ହେବ ବୋଲି ପୁଲିସ ସୂଚନା ଦେଇଛି। ଆଉ ଯେଉଁମାନେ ଏଥିରେ ସଂଶ୍ଳିଷ୍ଟ ଅଛନ୍ତି ସମସ୍ତଙ୍କୁ ଖୁବ୍ ଶୀଘ୍ର ଧରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ଶ୍ରୀ ପଣ୍ଡା କହିଛନ୍ତି।