Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମିଶନ ଶକ୍ତି ଅଧିନସ୍ଥ ମହିଳା କର୍ମଚାରୀ ଙ୍କ ପକ୍ଷରୁ ଦାବିପତ୍ର ପ୍ରଦାନ।

କଳାହାଣ୍ଡି:୨୫/୦୯
ଗ୍ରାମାଞ୍ଚଲରେ ଗଢି ଉଠୀଥିବା ମହିଳା ସୟଂ ସହାୟକ ଗୋଷ୍ଠୀ ଗୁଡ଼ିକର ସମସ୍ତ କାର୍ଯ୍ୟରେ ସହଯୋଗ କରିବା ତଥା ସେମାନଙ୍କ ଆର୍ଥିକ ଅଭିବୃଦ୍ଧି ଦିଗରେ ସେମାନଙ୍କୁ ସଚେତନ କରାଇବା ଓ ସେମାନଙ୍କୁ ଶଶକ୍ତ କରାଇବା ପାଇଁ ପ୍ରତି ପଞ୍ଚାଯତରେ ସରକାର ମିଶନ ଶକ୍ତି ଜରିଆରେ ସିଆରପି , ଏମବିକେ, କୃଷି ମିତ୍ର, ପ୍ରାଣୀ ମିତ୍ର ଓ ବ୍ୟାଙ୍କ ମିତ୍ର ନିଯୁକ୍ତି କରିଛନ୍ତି।ସେମାନେ ନିଯୁକ୍ତି ପାଇବା ପରଠୁ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀର କାର୍ଯ୍ୟ ସମ୍ପାଦନ କରିବା ସହିତ ସରକାରଙ୍କ ପ୍ରତ୍ୟେକ ଜନହିତ କର କାର୍ଯ୍ୟରେ ସଂପୂର୍ଣ୍ଣ ସହଯୋଗ କରି ଆସୁଛନ୍ତି । ସରକାର ଯାହା ଯାହା କାର୍ଯ୍ୟ କରିବାକୁ ଦେଲେ ସେହି କାର୍ଯ୍ୟକୁ ବିନା ଟିଏ, ଡିଏ , ଓ ଏପରିକି ଜେରକ୍ସ ଓ ରିପୋର୍ଟ ଗୁଡିକ ନିଜ ନିଜ ହାତରୁ ଖର୍ଚ୍ଚକରି ଠିକ୍ ସମୟରେ ରିପୋର୍ଟ ଦେଉଥିବା ପ୍ରକାଶ କରିଛନ୍ତି, ହେଲେ ପରିତାପର ବିଷୟ ଆଜକୁ ଦୀର୍ଘ ୬ମାସ ହେବ ୧୦ଗୋଟି ଜିପିଏଲ୍ଏଫ୍ରର ଓ ୧୪ଗୋଟି ଜିପିଏଲଏଫ୍ର ୧୫ମାସର କମ୍ୟୁନିଟି ସପୋର୍ଟ ଷ୍ଟାଫ ମାନଙ୍କର ପ୍ରୋତ୍ସାହନ ରାଶି ସରକାର ପ୍ରଦାନ କରିନାହାନ୍ତି। ଏହି ବିଷୟରେ ବାରମ୍ବାର ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ବିଡ଼ିଓଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା କୌଣସି କର୍ଣ୍ଣ ପାତ କରୁନଥିବା ଫଳରେ ଅତିଷ୍ଠ ହୋଇ ଆଜି ଧର୍ମଗଡ ବ୍ଲକ୍ ଗ୍ରାମ ପଞ୍ଚାୟତ ଲେଭେଲ ଫେଡେରେସନ ଅଧୀନ ସମସ୍ତ ସିଆରପି , ଏମବିକେ, ବ୍ୟାଙ୍କ ମିତ୍ର, ପ୍ରାଣୀ ମିତ୍ର ଓ କୃଷି ମିତ୍ର ବକେୟା ଦରମା ପ୍ରଦାନ ଦାବି କରି ଆଜିଠାରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବା ସହିତ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଧର୍ମଗଡ ବ୍ଲକ୍ଅଧିକାରୀ,ବିପିଏମ୍,ଡିପିଏମ,ଡିପିସି ଓଏଲଏମ, ଉପଜିଲ୍ଲାପାଳ,ତଥା,ବିଭାଗୀୟ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଶୋଭାଯାତ୍ରାରେ ବ୍ଲକର ଦୁଇ ଶହରୁ ଅଧିକ ସିଆରପି , ଏମବିକେ, ବ୍ୟାଙ୍କ ମିତ୍ର, ପ୍ରାଣୀ ମିତ୍ର, କୃଷି ମିତ୍ର ମହୂହ ସାମିଲ ହୋଇଥିଲେ। ଦରମା ନ ପାଇବା ପର୍ଯ୍ୟନ୍ତ କାର୍ଯ୍ୟରେ ଯୋଗ ଦେବୁ ନାହିଁ ବୋଲି ସଂଘର କର୍ମକର୍ତ୍ତା ଚେତାବନୀ ଦେଇଛନ୍ତି।