Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋବିନ୍ଦତୋଳା ପରିବା ବଜାର: ବଢୁଛି ଜବରଦଖଲ ,କାମରେ ଆସୁନି ବଜାର ପିଣ୍ଡି, ମାଛ ବେପାରୀଙ୍କ ଦୌରାତ୍ମ୍ୟରେ ମୁଜି ହେଉଛି ରାସ୍ତା

ସମ୍ବଲପୁର:ଗୋବିନ୍ଦତୋଲା ଦ୍ଵିତୀୟ ବ୍ରିଜ ଉପରେ ଦୀର୍ଘ ଦିନ ହେଲା ବସୁଥିବା ପରିବା ବଜାର ପାଇଁ ଉଦ୍ଧିଷ୍ଟ ସ୍ଥାନକୁ ସ୍ଥାନାନ୍ତରିତ ହେଲା ସତ, ହେଲେ ସମସ୍ୟା ସମାଧାନ ହେବା ବଦଳରେ ବଢ଼ିବାରେ ଲାଗିଛି। ସାଧନା ଅନୁଷ୍ଠାନର ସଭାପତି ସୂର୍ଯ୍ୟ ପାଣିଗ୍ରାହୀ ଆଣିଛନ୍ତି ଏଭଳି ଅଭିଯୋଗ। ବାରମ୍ବାର ଅଭିଯୋଗ ପରେ ମଧ୍ୟ ପରିବା ବଜାର ପାର୍ଶ୍ଵ ରେ ଥିବା ସରକାରୀ ଜମି କୁ ଉଛେଦ କରାଯାଉନାହିଁ, ଏଥି ସହ ଦିନକୁ ଦିନ ବେପାରୀ ସଂଖ୍ୟା ବଢୁଥିବା ବେଳେ ସ୍ଥାନ ନପାଇ ରାସ୍ତା ଉପରେ ବେପାର କରିବା ଦ୍ୱାରା ଗୋବିନ୍ଦତୋଲା ମାରୁତି ନଗରକୁ ଯାଉଥିବା ରାସ୍ତା ଟି ସମ୍ପୂର୍ଣ୍ଣ ଭାବରେ ସଂକୁଚିତ ହୋଇଯାଉଛି l
ଏହା ଭିତରେ ଏହି ପରିବା ବଜାର ପାଇଁ ଟେଣ୍ଡର ହୋଇଛି ଓ ନୂତନ ଭାବେ ଭେଣ୍ଡର ପରିବର୍ତ୍ତନ ହୋଇଛନ୍ତି, ହେଲେ ସମସ୍ୟା କମିବା ବଦଳରେ ସମସ୍ୟା ବଢି ଚାଲୁଥିବା ଦେଖିବାକୁ ମିଳୁଛି।
ପରିବା ବଜାର ପାଇଁ ନିର୍ମିତ ପିଣ୍ଡି ରେ ପ୍ରାୟତଃ ବେପାରୀ ମାନେ ସୁବିଧା ନଥିବା କାରଣରୁ ପିଣ୍ଡି ରେ ବେପାରୀ ମାନେ ବସୁନଥିବା ବେଳେ, ରାସ୍ତା କଡରେ ବସୁଥିବା ଯୋଗୁଁ ସ୍ୱାଭାବିକ ଭାବରେ ରାସ୍ତାଟି ଜାମ ହୋଇଯାଉଛି l ଯଦ୍ୱାରା ଲୋକଙ୍କର ଯାତାୟାତ ରେ ସାଙ୍ଘାତିକ ସମସ୍ୟା ସୃଷ୍ଟି ହେଉଛି l ବଜାର ଆରମ୍ଭ ରେ ମାଛ ବେପାରୀ ମାନେ ବସୁଥିବା ଯୋଗୁଁ ରାସ୍ତା ଆରମ୍ଭରୁ ରାସ୍ତାଟି ମୁଜି ହୋଇଯାଉଥିବା ନେଇ ଦୃଶ୍ୟମାନ ହେଉଛି।ଦିନକୁ ଦିନ ସମସ୍ୟା ବଢୁଛି, ଛିଡ଼ିବାର ନାଁ ଧରୁନି। ବଜାର ପରିଚାଳନା ରେ ତ୍ରୁଟି ସମ୍ପର୍କ ରେ ସମ୍ବଲପୁର ମହାନଗର ନିଗମ କର୍ତ୍ତୃପକ୍ଷ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବା ଦୁର୍ଭାଗ୍ୟଜନକ ବିଷୟ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି l ଗୋବିନ୍ଦତୋଲା ପରିବା ବଜାର ହେବା ଦ୍ୱାରା ଅଞ୍ଚଳବାସୀ ଉପକୃତ ହେବା ସହ ଅନେକ ପରିବା ବେପାରୀ ନିଜର ପରିବାର ନିଜର ଗୁଜୁରାଣ ମେଣ୍ଟାଇବା ସମ୍ଭବ ହୋଇଛି ସତ ,କିନ୍ତୁ ବଜାରର ରକ୍ଷଣାବେକ୍ଷଣ ପ୍ରତି ସାମାନ୍ୟ ତମ ଯତ୍ନ ନିଆଯାଉନି।ଏହାର ସୁପରିଚାଳନା ପ୍ରତି ମହାନଗର ନିଗମ କର୍ତ୍ତୃପକ୍ଷ ତଥା ସମ୍ପୃକ୍ତ ଠିକାଦାର ମଧ୍ୟ୍ୟ ଧ୍ୟାନ ନଦେବା ଦୁଃଖର ବିଷୟ। ଲୋକଙ୍କ ଯାତାୟାତ ରେ ବଜାର ପ୍ରତିବନ୍ଧକ ଯେଭଳି ନସାଜୁ ଓ ପରିବା ବେପାରୀ ମାନେ ମଧ୍ୟ୍ୟ ଉଚିତ ଢଙ୍ଗରେ ବେପାର କରିପାରିବେ ସେ ଦିଗରେ ଜିଲ୍ଲା ପ୍ରଶାସନ ଗଠନ ମୂଳକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ଉଠୁଛି।