Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୟସ୍କ ଙ୍କ ପାଇଁ ଆଜି ଠୁଁ ଆରମ୍ଭ ହେଲେ ଯକ୍ଷ୍ମା ଟୀକାକରଣ, ଟୀକା ନେଲେ ବୟସ୍କ।

କଳାହାଣ୍ଡି:୨୮/୦୯
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଠାରୁ ଦେଶର ବୟସ୍କ ବ୍ୟକ୍ତି ଙ୍କ ପାଇଁ ପ୍ରଥମ ପର୍ଯ୍ୟାୟରେ ଯକ୍ଷ୍ମା ନିରାକରଣ ପାଇଁ ଟୀକାକରଣ ବ୍ୟବସ୍ଥା ଆରମ୍ଭ ହୋଇଛି।ଏହି ପରିପ୍ରେକ୍ଷୀରେ କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ସଭାଗୃହ ଠାରେ ସିଏଚସି ଭାରପ୍ରାପ୍ତ ଡାକ୍ତର ତତ୍ଵଦର୍ଶୀ ଦାସ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ତହସିଲଦାର ନବୀନ କିଶୋର ପାଢ଼ୀ,ସମ୍ମାନିତ ଅତିଥି ଭାବେ ବିଧାୟକ ପ୍ରତିନିଧି ତ୍ରିନାଥ ଶବର, ସିଡିପିଓ ସରୋଜା ଲତା ଦେଇ,ପିଏଚଇଓ ଶର୍ମିଳା ଛାତ୍ରୀଆ,ସ୍ୱାସ୍ଥ୍ୟ ପରିଦର୍ଶକ କେତନ ପାତ୍ର,ବିପିଏମ ସୁରଜିତ କୁମାର ସିଂ ପ୍ରମୁଖ ଯୋଗଦେଇ ଯକ୍ଷ୍ମା ଟୀକାକରଣ ର ଶୁଭାରମ୍ଭ କରିଥିଲେ। ବୟସ ବଢ଼ିବା ସହ ରୋଗ ପ୍ରତିରୋଧକ ଶକ୍ତି କମିବାରୁ ଯକ୍ଷ୍ମା ଭଳି ରୋଗ ହେବାର ସମ୍ଭାବନା ରହିଛି ଏଣୁ ଏହି ଟୀକା ନେଲେ ଆମେ ଯକ୍ଷ୍ମା ରୋଗ ରୁ ଦୁରେଇ ରହିବା ସ୍ୱାସ୍ଥ୍ୟ ବିଭାଗ ର ଏହି ପଦକ୍ଷେପ ଅନେକ ପ୍ରଶଂସନୀୟ ବୋଳି ଉପସ୍ଥିତ ଅତିଥିମାନେ କହିଥିଲେ।ଏହି କାର୍ଯ୍ୟକ୍ରମ ରେ ଅନେକ ବୟସ୍କ ବୃଦ୍ଧ ବୃଦ୍ଧା ମାନେ ଟୀକା ନେଇଛନ୍ତି। କାର୍ଯ୍ୟକ୍ରମ କୁ ଗୋଲାପ ବାବୁ ସଂଯୋଜନା କରିଥିଲେ। ଏଏନଏମ ମାନେ ଟୀକା ଦେଇଥିବା ବେଳେ ଆଶା କର୍ମି ମାନେ ଉପସ୍ଥିତ ରହି ବୟସ୍କ ବ୍ୟକ୍ତି ସହଯୋଗ କରିଥିଲେ।
ରିପୋର୍ଟ-ସନତ ପ୍ରଧାନୀ