Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭତରା ସମାଜ ଲଡୁକରିଆ ବଂଶୀୟ ଙ୍କ ନୂଆଁଖାଇ ଭେଟଘାଟ,ସମ୍ପର୍କ କୁ ସୁଦୃଢ଼ କରୁଛି ନୂଆଁଖାଇ ଭେଟଘାଟ।

କଳାହାଣ୍ଡି:୨୯/୦୯
ନୂଆଁଖାଇ ଗଣପର୍ବ ଶେଷ ହୋଇଛି, ହେଲେ ନୂଆଁଖାଇ ପର୍ଵ ପରେ ବିଭିନ୍ନ ସମାଜ ଓ ସାମାଜିକ ସଂଗଠନ ପକ୍ଷରୁ ଜାରି ରହିଛି ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ। କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ରେ ନୂଆଁଖାଇ ଭେଟ ଘାଟ କାର୍ଯ୍ୟର ଆୟେଜନ କରି ସମାଜ ର ବନ୍ଧୁ ବର୍ଗ ପରିଜନ କୁ ନେଇ ସମ୍ପର୍କ ଯୋଡ଼ିସମାଜ ସଂଗଠନ ଏକତ୍ରିତ ହେଉଛନ୍ତି ।ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲା ର ୪୨ ଖଣ୍ଡ ଗ୍ରାମର ବସ୍ତର ଜିଲ୍ଲା ୫ ଖଣ୍ଡ ଓ କଳାହାଣ୍ଡି ଜିଲ୍ଲାର୨୨ ଖଣ୍ଡ ଗ୍ରାମର ୫୬୫ ପରିବାର ଲଡୁକରିଆ ମାଝୀ ବଂଶଜ ର ପ୍ରାୟ ୨୦୦୦ ଲୋକ ସାମିଲ ହୋଇ ଭାଇଚାରା ର ନିଦର୍ଶନ ଦେଖାଇଛନ୍ତି।ଏକ ନୂଆଁଖାଇ ଭେଟ ପାଇଁ ଜୟପାଟଣା ବ୍ଲକ ରେଙ୍ଗାଲପାଲି ଧାନମଣ୍ଡି ରେ‌ କଳାହାଣ୍ଡି ଭତରା ସମାଜ ର ଲଡୁକରିଆ ମାଝୀ ବଂଶଜ ଙ୍କ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ‌ ଅନୁଷ୍ଠିତ ହୋଇଯାଇଛି।ପ୍ରଥମେ ସମାଜ ର ଆରଧ୍ୟ ଦେବ ଭୈରବ ଦେବ ଙ୍କୁ ପୂଜାର୍ଚ୍ଚନା କରି ଉପସ୍ଥିତ ଥିବା ସମସ୍ତେ ନବାନ୍ନ ଭକ୍ଷଣ କରିଥିଲେ । ମାଝୀ ବଂଶୀୟ ମୁଖ୍ୟ କର୍ମକର୍ତ୍ତା ବନମାଳି ମାଝୀ ଙ୍କ ଉପସ୍ଥିତ ରେ ବଂଶୀୟ ସମ୍ପାଦକ ମହେନ୍ଦ୍ର ମାଝୀ ଅତିଥି ପରିଚୟ ଲଡୁକରିଆ ମାଝୀ ବଂଶଜ ସଭାପତି ତୋଫାନ ମାଝୀ ସ୍ବାଗତ ଭାଷଣ ଦେଇ ଥିବା ବେଳେ ନବରଙ୍ଗପୁର ର ବ୍ଲକ ପୂର୍ବତନ ଚେୟାରମେନ ଭାଗିରଥି ନାଏକ ମୁଖ୍ୟ ଅତିଥି ,ପୂର୍ବତନ ଜିଲ୍ଲା ସଭାପତି ନିଳକଣ୍ଠ ମାଝୀ ମୁଖ୍ୟ ବକ୍ତା,ଭାବେ ଯୋଗ ଦେଇଥିଲେ। କେନ୍ଦ୍ରୀୟ ସଭାପତି ଗରୁଡ଼ ଧ୍ୱଜ ମାଝୀ, ଇନ୍ଦ୍ରାବତୀ ବାମ ମୁଖ୍ୟକେନାଲ ଅଧିକ୍ଷଣ ଯନ୍ତ୍ରୀ ତୃପ କୁମାର ପାତ୍ର,ଭତରା ସମାଜ ର ଜିଲ୍ଲା ସଂପାଦକ ଋତୁରାଜ ମାଝୀ, ପୂର୍ବତନ ସମ୍ପାଦକ ସୁଶାନ୍ତ କୁମାର ମାଝୀ, ଆଞ୍ଚଳିକ ସଭାପତି ଗୋପାଳକୃଷ୍ଣ ପୁଝାରୀ, ଭତରା ସମାଜ ର ଜୟପାଟଣା ବ୍ଲକ ସଭାପତି ରଣସାଏ ପାତ୍ର,ନାଟ୍ୟଗୁର କବି କ୍ଷୀରୋଦ ମାଝୀ, ସୁଧୀର କୁମାର ପାତ୍ର, ଟେମରା ସରପଞ୍ଚ କ୍ଷିତିରାମ ପାତ୍ର, ଚକାଡୋଳା ପାତ୍ର, ଗୋପୀଚନ୍ ନାଏକ ,ମନ୍ ମାଝୀ, ବିଜୟ ଦିଶାରୀ,ବଂଶୀଧର ଚଲାନ, ଅନ୍ତ ବାଣୁଆ,ରାଜୀବ ମାଝୀ,ରାଧାକାନ୍ତ ମାଝୀ ,ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ କୋଷାଧ୍ୟକ୍ଷ ବିନୋଦ ମାଝୀ, ଜିତେନ୍ଦ୍ର ମାଝୀ,ବନ ମାଝୀ ,ଭଗବାନ ମାଝୀ,ବିଷ ମାଝୀ, ଟିକେଶ୍ୱର ମାଝୀ, ଯଦୁମଣି ମାଝୀ, ମଧୁସୂଦନ ମାଝୀ, ସୁଦର୍ଶନ ମାଝୀ ,ଟିକେ ମଣି ମାଝୀ ,କିଶୋର ମାଝୀ, ମୋହନ ମାଝୀ, ଟିକେଚନ ମାଝୀ, ଦୁର୍ଯ୍ୟୋଧନ ମାଝୀ,ସୁଦର୍ଶନ ମାଝୀ,ସନ୍ତୋଷ ମାଝୀ, ରଘୁ ମାଝୀ , ରେଶର ମାଝୀ ପ୍ରମୁଖ ସହଯୋଗ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ମାଝୀ ବଂଶଜ ଝିଅ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରିଥିଲେ।
ରିପୋର୍ଟ-ସନତ ପ୍ରଧାନୀ