Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆପାର ଆଡ଼ି ବିଷୟରେ ଅଭିଭାବକ,ଶିକ୍ଷକ ଶିକ୍ଷୟିତ୍ରୀ ବୈଠକ ଅନୁଷ୍ଠିତ।

କଳାହାଣ୍ଡି:୦୧/୧୦
ଶିକ୍ଷା ଦାନ ବ୍ୟବସ୍ଥା ରେ ଛାତ୍ରଛାତ୍ରୀ ଙ୍କୁ ଆଗକୁ ବଢ଼ାଇବା ଓ ସେମାନଙ୍କ ମନୋବଳ କୁ ଦୃଢ଼ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଶିକ୍ଷା କ୍ଷେତ୍ରରେ ଯୁଗାନ୍ତକାରୀ।ପଦକ୍ଷେପ ଗ୍ରହଣ କରାଯାଇଛି। ସରକାର ଙ୍କ ରହିଥିବା ଅନେକ ଯୋଜନା କୁ ନେଇ ସୋମବାର ଲଡୁଗାଁ ଉଚ୍ଚ ବିଦ୍ୟାଳୟ ଠାରେ ଅଭିଭାବକ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରଧାନ ଶିକ୍ଷକ ବୁଦ୍ଧିରାମ ନାଏକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସିଆରସି ଫାଲଗୁନି ବାଣୁଆ,ସମ୍ମାନିତ ଅତିଥି ଭାବେ ଆଶିଷ ରଞ୍ଜନ ପଟେଲ, ସମାଜସେବୀ ସରୋଜ ସାହୁ, ମୁକେଶ ମେହର, ନିରୋଜ ବିଶ୍ୱାଳ,ମାମିନା ଚୌଧୁରୀ,ସୁଭାସିନି ଦାସ,ବୀଣାପାଣି ମାଝୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ମଞ୍ଚ ପରିଚାଳନା ରେ ଶିକ୍ଷୟିତ୍ରୀ ରେଣୁକା ସାହୁ ସହଯୋଗ କରିଥିଲେ।ଏହି ବୈଠକରେ ଛାତ୍ରଛାତ୍ରୀ ଙ୍କ ପାଇଁ ଆପାର ଆଇ.ଡି ବିଷୟରେ ପ୍ରଧାନ ଶିକ୍ଷକ ଉପସ୍ଥିତ ଅଭିଭାବକ ଓ ଛାତ୍ରଛାତ୍ରୀ ଙ୍କୁ ବୁଝାଇଥିଲେ।