Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡ୍ରେନ ର ମଇଳା ପାଣି ରେ ଉବୁଡୁବୁ କାଉଡୋଳା ଗ୍ରାମବାସୀ, କେବେ ସୁଧୁରିବ ଡ୍ରେନଜ ବ୍ୟବସ୍ଥା।

କଳାହାଣ୍ଡି:୦୧/୧୦ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଳା ପଂଚାୟତ କାଉଡୋଳା ଗାଁରେ ଅନେକ ସ୍ଥାନରେ ଡ୍ରେନ ବ୍ୟବସ୍ଥା ବିପର୍ଯ୍ୟସ୍ତ । ଗାଁର ହରିଜନ ପଡ଼ା ରୁ ଜଗନ୍ନାଥ ମନ୍ଦିର ଓ ଚାରି ଛକ ରୁ ସରାବୁ ପଡ଼ା ପର୍ଯ୍ୟନ୍ତ ଡ୍ରେନ ପୋତି ହୋଇ ଥିବାରୁ ରାସ୍ତା ଉପରେ ମଇଳା ପାଣି ଭାସୁଥିବା ଦେଖିବାକୁ ମିଳୁଛି ।ଫଳରେ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ପଥଚାରି ସମେତ ଯାନ ବାହାନ ଚଳାଚଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ଗ୍ରାମବାସୀ । ବର୍ଷା ଓ ଡ୍ରେନର ମଇଲା ପାଣି ଜମା ହେଉଥିବା ବେଳେ ଡ୍ରେନ୍ ସଫା ନଥିବାରୁ ପାଣି ନିଷ୍କାସନ ହୋଇପାରୁନାହିଁ ।ତେବେ ଡ୍ରେନର ସମସ୍ୟାକୁ ନେଇ ଅନେକ ଥର କାଉଡୋଲା ପଂଚାୟତ ସରପଂଚ ଦେବୀ ସିଂ ତାଣ୍ଡି ଓ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ବାରମ୍ବାର ଗ୍ରାମବାସୀ ମାନେ ଡ୍ରେନ ସଫା କରିବା ପାଇଁ ଅଭିଯୋଗ ସତ୍ତ୍ୱେ ମଧ୍ୟ ପଂଚାୟତ କର୍ତ୍ତୃପକ୍ଷ ଗ୍ରାମବାସୀ ଙ୍କ କଥାକୁ କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି । ଏନେଇ କୋକସରା ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀଣୀ ସ୍ନେହାପ୍ରଭା ମାଝୀ ଙ୍କ ପ୍ରତିକ୍ରିୟା ନେବାରୁ ଶୀଘ୍ର ଡ୍ରେନ ସଫା କରିବା ପାଇଁ ପିଇଓ ଓ ସରପଞ୍ଚ ଙ୍କୁ ପ୍ରଶାସନ ପକ୍ଷରୁ କୁହାଯିବ ବୋଲି କହିଛନ୍ତି। ତେବେ ଏଦିଗରେ ବ୍ଲକ ପ୍ରଶାସନ ତ୍ୱରିତ ପଦକ୍ଷେପ ନେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।